ୟୁଟୁବର ନିଜର ଏକ କୋଟି ଟଙ୍କାର ମରସିଡିଜକୁ ଲଗାଇନେଲେ ନିଆଁ, ଭିଡିଓ ହେଲା ଭାଇରାଲ ।

ଭାଇରାଲ ଭିଡ଼ିଓ: କାରକୁ ଜଳାଇଦେବା ପଛରେ କାରଣ କୁହାଯାଉଛି କି କାରରେ କିଛି ଅଶୁବିଧା ଥିଲା ଓ ସର୍ଭିସ ସେଣ୍ଟର ପାଞ୍ଚଥରରେ ବି ତାହାକୁ ଠିକ କରିପାରିଲେ ନାହିଁ।

Google

ସୋସିଆଲ ମିଡିଆ ଏକ ଏପରି ସ୍ଥାନ ଯେଉଁଠି ଲୋକ ନିଜ କଥା କହିବା ଅନ୍ୟଠୁ ଶିଖିବା ଓ ତାଙ୍କୁ ସନ୍ଦେଶ ଦେବା ବହୁତ ସହଜ ଅଟେ। ୟୁଟୁବ ବି ସେହିପରି ଅଟେ। ଯେଉଁଠି ଲୋକ ଭିଡ଼ିଓ ବା ବ୍ଲୋଗ ତିଆରି କରି ଅପଲୋଡ଼ କରିଥାନ୍ତି ଓ ଦୁନିଆ ଯୋଡିହୋଇଥାନ୍ତି କିନ୍ତୁ କିଛି ଏପରି ଲୋକ ଅଛନ୍ତି ଯେଉଁମାନେ ଭିଡ଼ିଓ କରିବା ପାଇଁ କିଛି ବି କରିବା ପାଇଁ ପଛଉନାହାନ୍ତି। ଏପରି ଏକ ୟୁଟୁବର ଅଟନ୍ତି ରୁଷର ମିଖାଇଲ ଲିଟବିନ। ସେ ରୁଷରେ ରହିବାଵାଲା ଅଟନ୍ତି। ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ବହୁତ ଅଧିକ। ଏହି କିଛି ଦିନ ତଳେ ସେ ନିଜର ଏକ ୧.୧୦ କୋଟିର କାରକୁ ନିଆଁ ଲଗାଇ ଦେଇଥିଲେ ଓ ଏହା ପରେ ତାହାର ଭିଡ଼ିଓ ସେୟାର କରିଥିଲେ ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।

ମିଖାଇଲ ଲିଟବିନଙ୍କର ଲୋକପ୍ରିୟତା ଏହି କଥାରୁ ଜଣାପଡୁଛି କି ୟୁଟୁବରେ ତାଙ୍କର ୫୦ ଲକ୍ଷ ସବସକ୍ରାଇବର ଅଛନ୍ତି। ଇନଷ୍ଟାଗ୍ରାମରେ ତାଙ୍କର ୧.୧୬ କୋଟି ଫଲୋଅରର୍ସ ଅଛନ୍ତି। ତାଙ୍କ ପାଖରେ ମରସିଡିଜର ଜିଟି ୬୩ ଏସ ନାମକ କାର ଥିଲା। ଯାହାକୁ ସେ ନିଆଁ ଲଗାଇଦେଇଛନ୍ତି। ଏହା ପରେ ସେ ତାହାର ଭିଡ଼ିଓ ୟୁଟୁବରେ ଅପଲୋଡ଼ କରିଲେ ତ ଲୋକ ଅନେକ ପ୍ରକାର କମେଣ୍ଟ କରିଦେଲେ।

Google

ତାଙ୍କ ଦ୍ୱାରା ଅପଲୋଡ଼ ଭିଡ଼ିଓରେ ଦେଖାଯାଉଛି କି ସେ ରୁଷର କୌଣସି ଏକ ଖୋଲାସ୍ଥାନରେ ନିଜ କାର ଜଳାଇ ଆସୁଛନ୍ତି। କଳା ରଙ୍ଗର ସେହି ସୁନ୍ଦର କାରଟି ଦେଖିବାକୁ ଲଗଜରିଅସଁ ଲାଗୁଛି। ଦାମ ଭି ତାର ଏକ କୋଟି ଉପରେ। ଏହା ପରେ ସେ କାର ଅଟକାଉଛନ୍ତି ସେଥିରୁ ଓଲ୍ହାଇ ଡିକିରୁ ଇନ୍ଧନର କେନ ବାହାରକଲେ।

କିଛି ସମୟ ପରେ ସବୁ ଇନ୍ଧନର କେଙ୍କୁ କାର ଉପରେ ଢାଳିଦେଲେ। ଏହା ସହିତ ସେ କାରର କିଛି ଦୂରରେ ନିଜ ପାଇଁ କିଛି ଖାଇବା ରାନ୍ଧୁଥିଲେ। ଏହାପରେ ସେ ମଝିରୁ ଉଠିକି କାରରେ ନିଆଁ ଲଗାଇଦେଲେ। ଏହା ପରେ ଏକ କୋଟିର ସୁନ୍ଦର କାର ଜଳି ପାଉଁଶ ହୋଇଯାଇଥାଏ। ଏହି ଭିଡ଼ିଓ ୟୁଟୁବରେ ଏବେ ପର୍ଯ୍ୟନ୍ତ ୧.୧୪ କୋଟିଥର ଦେଖାଯାଇସାରିଲାଣି ଓ ୧୦ ଲକ୍ଷରୁ ଅଧିକ ଲାଇକ ଆସିସାରିଲାଣି।

ସେ କାର ଜଳାଇଦେବା ପଛରେ କାରଣ କୁହାଯାଉଛି କି କାରରେ କିଛି ଅଶୁବିଧା ଥିଲା ଓ ସର୍ଭିସ ସେଣ୍ଟର ପାଞ୍ଚଥରରେ ବି ତାହାକୁ ଠିକ କରିପାରିଲେ ନାହିଁ। ଏହା ପରେ ସେ ଏହାକୁ ନିଆଁ ଲଗାଇଦେଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *