ଆସିଛି ଏକ ବଡ଼ ଖବର। ମୁମ୍ବାଇକୁ ଲାଗିଲା ବଡ଼ ଝଟକା। IPL 2022 ରୁ ବାହାରିଲେ ସୂର୍ଯ୍ୟ କୁମାର ଯାଦବ। ସେ ଏହି IPL ରେ ପ୍ରଥମ କେତୋଟି ମ୍ୟାଚରେ ବି ଅନୁପସ୍ଥିତ ଥିଲେ, ହେଲେ ଯାହା ବିଶେଷ ରିପୋର୍ଟରୁ ଜଣା ଯାଇଛି ସେ IPL 2022 ରୁ ବାଦ ପଡିଛନ୍ତି।
NEWS – Suryakumar Yadav ruled out of TATA IPL 2022
More details here – https://t.co/1DchNAPSiY #TATAIPL pic.twitter.com/iVmLMBNNVz
— IndianPremierLeague (@IPL) May 9, 2022
ସୂର୍ଯ୍ୟ କୁମାର ଯାଦବ ଯିଏ କି ଏହି IPL ରେ ସୁନ୍ଦର ଫର୍ମରେ ଥିଲେ। ମୁମ୍ବାଇର ଏହି IPL ରେ ନିରାଶଜନକ ପ୍ରଦର୍ଶନ ହୋଇଛି। ମୁମ୍ବାଇ ପକ୍ଷରୁ ଏହି ସିଜିନରେ ଭଲ ବ୍ୟାଟିଂ କରୁଥିବା ସୂର୍ଯ୍ୟକୁମାର ଯାଦବ ବାଦ ପଡିବା ମୁମ୍ବାଇ ପାଇଁ ବଡ଼ ଝଟକା ହୋଇପାରେ। ଦଳରେ ସେ ଏପରି ଅଜନେ ଖେଳାଳି ଥିଲେ ଯିଏ କି ମ୍ୟାଚ କୁ ଚଳାଇବାରେ ସାହାଯ୍ୟ କରୁଥିଲେ ଏବଂ ଦରକାର ସମୟରେ ବଉଣ୍ଡାରୀ ପାଇଁ ସର୍ଟସ ବି ଖେଳୁଥିଲେ। ତେବେ ଆଜିର ମ୍ୟାଚ ମୁମ୍ବାଇ କୋଲକତା ସହ ଖେଳାଯାଉଛି। ଆଜିର ମ୍ୟାଚରେ ଆଗ ବ୍ୟାଟିଂ KKR କରୁଛି।
JUST IN – Suryakumar Yadav ruled out of #IPL2022 because of a left forearm muscle injury.#MumbaiIndians pic.twitter.com/Sk9fjqMzNF
— Cricbuzz (@cricbuzz) May 9, 2022
IPL 2022 ପାଇଁ ମୁମ୍ବାଇ ତାଙ୍କୁ ରିଟେନ କରିଥିଲା। ତାଙ୍କ ସହ ରୋହିତ ଶର୍ମା, କାଇରନ ପୋଲାର୍ଡ଼ ଏବଂ ଯଶପ୍ରୀତ ବୁମରା ରିଟେନ ହୋଇଥିଲେ। ଦଳ ଏହି ସିଜିନରେ ଏବେ ପଏଂଟସ ଟେବୁଲରେ ୧୦ ନମ୍ବରରେ ଅଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।