୫ଟି ୱିକେଟ ନେଇ ବି ମ୍ୟାଚ ହାରିବା ପରେ ବୁମରାଙ୍କ ଇମୋସ୍ନାଲ ଟ୍ୱିଟ! ପଢନ୍ତୁ ପୁରା ଖବର

ବ୍ୟୁରୋ ରିପୋର୍ଟ: ମୁମ୍ବାଇ ଇଣ୍ଡିଆନ୍ସକୁ ଆଇପିଏଲ ୨୦୨୨ର ୫୬ ତମ ମ୍ୟାଚରେ କେକେଆର ହାତରୁ ପରାଜୟ ମିଳିଛି କିନ୍ତୁ ଏହି ମ୍ୟାଚରେ ପ୍ରେସର ବୋଲର ଯଶପ୍ରୀତ ବୁମରା ସୁନ୍ଦର ବୋଲିଙ୍ଗ କରିଥିଲେ। ବୁମରା ନିଜ ୪ ଓଭରରେ ୧୦ ରନ ଦେଇ ୫ ଟି ୱିକେଟ ନେଇଥିଲେ। ଏହା ତାଙ୍କର ଟି-୨୦ରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଅଟେ। ସେ ପ୍ରଥମ ତିନି ଓଭରରେ ପାଞ୍ଚଟି ୱିକେଟ ନେଇଥିଲେ। ତାଙ୍କ ମନ ଏଥିପାଇଁ ଦୁଃଖିତକି ଏହା ପରେ ମଧ୍ୟ ତାଙ୍କ ଟିମ ଜିତିପାରିଲା ନାହିଁ। ମୁମ୍ବାଇ IPL 2022 ର ପ୍ଲେ ଅଫରୁ ବାଦ ପଡିଯାଇଛି। ମୁମ୍ବାଇ IPL ଟ୍ରଫି ୫ ଥର ଜିତିଛି।

Google

ବୁମରା ସୋମବାରକୁ ନିଜ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଦୁଇଟି ଫଟୋ ପୋଷ୍ଟ କରିଥିଲେ।ପ୍ରଥମ ଫଟୋରେ ସେ ସେହି ବଲରେ ଧରିଛନ୍ତି ଯେଉଁ ବଲରେ ସେ ୫ ଟି ୱିକେଟ ନେଇଥିଲେ ଓ ଦ୍ୱିତୀୟ ଫଟୋରେ ସେ ୱିକେଟ ନେଇ ସେଲିବ୍ରେସନ କରୁଥିବା ଦେଖାଯାଇଛି। ୟର୍କର କିଙ୍ଗସ ନାମରେ ପ୍ରସିଦ୍ଧ ବୁମରା ଏହାର କ୍ୟାପ୍ସନରେ ଲେଖିଛନ୍ତି,”ପୂର୍ଵ ରାତିର ପରିଣାମରେ ଅସନ୍ତୁଷ୍ଟ କିନ୍ତୁ ଏହା ଏକ ରୋମାଞ୍ଚକର ସଂନ୍ଦ୍ୟା ଥିଲା”। ବୁମରାଙ୍କ କବିବା ଅନୁସାରେ ପରାଜୟ ଦ୍ଵାରା ନିରାଶ ସତ କିନ୍ତୁ ନିଜ ବୋଲିଙ୍ଗରେ ଖୁସି ଅଛି।

ପ୍ଲେଅଫରୁ ବାହାର ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସର ଏହା ନବମ ପରାଜୟ ଅଟେ। ଏହା ପୂର୍ବରୁ ୫ ଥରର ଚମ୍ପିୟାନ ମୁମ୍ବାଇ କୌଣସି ସିଜନରେ ୯।ଟି ପରାଜୟର ସାମ୍ନା କରିନଥିଲା।ମୁମ୍ବାଇ ୨୦୦୯, ୨୦୧୪ ଓ ୨୦୧୮ରେ ୮ ଟି ଲେଖା ମ୍ୟାଚ ଜିତିଥିଲା। ରୋହିତଙ୍କ ଅଧିନାୟକତ୍ୱ ମୁମ୍ବାଇ ଏହି ସିଜନରେ ନିଜର ଲୟରେ ଦେଖାଯାଇନାହିଁ। ନିଜେ ରୋହିତ ଶର୍ମା ଫର୍ମରେ ଦେଖାଯାଉନାହାନ୍ତି।ଇସାନ କିସନ ମଧ୍ୟ ଖାସ ପ୍ରଦର୍ଶନ କରିପାରିନାହାଁନ୍ତି। କେକେଆର ବିରୁଦ୍ଧରେ ମ୍ୟାଚ ପୂର୍ବରୁ ବୁମରାଙ୍କ ନାମରେ ଏହି ସିଜନରେ ୫ ଟି ୱିକେଟ ଥିଲା।

ସେବେ ମୁମ୍ବାଇ ୧୪ ରନ ଦେଇ ୪ ଟି ୱିକେଟ ନେଇଥିଲା:

 

କ୍ୟାରିଅରରେ ନଜର ପକାଇବାତ ଏହା ବୁମରାଙ୍କର ଆଇପିଏଲରେ ଏବେ ପର୍ଯ୍ୟନ୍ତର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଅଟେ। ସେ ଏହି ମ୍ୟାଚରେ ୪ ଓଭରରେ ଗୋଟେ ମେଡେନ ଓଭର ସହ ୧୦ ରନ ଦେଇ ୫ ଟି ୱିକେଟ ନେଇଥିଲେ। ମୋଟ ଆଇପିଏଲରେ ଏହା ବୁମରାଙ୍କ ତୃତୀୟ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଅଟେ। ଏହା ପୂର୍ବରୁ ଆଇପିଏଲ ୨୦୨୦ରେ ସେ ଦିଲ୍ଲୀ କ୍ୟାପିଟଲ୍ସ ବିରୁଦ୍ଧରେ ୧୪ ରନ ଦେଇ ଚାରିଟି ୱିକେଟ ନେଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published.