IPL 2022 ରେ ୬ରୁ ୬ ମ୍ୟାଚ ହାରିବା ପରେ ରୋହିତଙ୍କ ବଡ଼ ବୟାନ! କହିଦେଲେ କିଛି ଏମିତି!

ବ୍ୟୁରୋ ରିପୋର୍ଟ: ୨୦୨୨ ଆଇପିଏଲ ସିଜିନ ୧୫ ରେ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ମ୍ୟାଚ ଖେଳା ଯାଇ ସାରିଲାଣି। ଏଥି ମଧ୍ୟରେ ପ୍ରତ୍ୟେକ ଦଳ ପ୍ରାୟ ୫ କିମ୍ବା ୬ଟି ଲେଖାଏଁ ମ୍ୟାଚ ଖେଳି ସାରିଛନ୍ତି। ମୁମ୍ବାଇ ଇଂଡିଆନ୍ସ ମଧ୍ୟ ବର୍ତ୍ତମାନ ମଧ୍ୟରେ ଛଅଟି ମ୍ୟାଚ ଖେଳି ସାରିଛି। କିନ୍ତୁ କୌଣସି ଗୋଟିଏ ମ୍ୟାଚ ଜିତିବାକୁ ସକ୍ଷମ ହୋଇ ନାହିଁ। ତେବେ ଏଥିନେଇ ଅନେକ ଗୁଡିଏ କାରଣ ରହିଛି। ଦଳର ପ୍ରତ୍ୟେକ ଖେଳାଳିଙ୍କ ସହଭାଗୀଦାରୀର ଅଭାବ , ଖରାପ ବୋଲିଂ, କିଛି ଖେଳାଳିଙ୍କ ବ୍ୟାଟିଂରେ ଖରାପ ପ୍ରଦର୍ଶନ ସମୂହ ଭାବରେ ଏକ ବଡ଼ କାରଣ ଅଟେ।

Google

ଏହା ବ୍ୟତୀତ ଚର୍ଚ୍ଚିତ ଖବର ଅନୁଯାୟୀ ରୋହିତ ଶର୍ମାଙ୍କ ଖରାପ ଅଧିନାୟକତ୍ଵ ଏବଂ ତାଙ୍କ ଖରାପ ପ୍ରଦର୍ଶନ ମଧ୍ୟ ଏକ କାରଣ ଅଟେ। ସେଥିଲାଗି ରୋହିତ ଶର୍ମା ନିଜ ଅଧିନାୟକ ପଦକୁ ନେଇ ଏକ ବଡ଼ ପଦକ୍ଷେପ ନେଇ ପାରନ୍ତି।

ତେବେ ଏହି ସବୁ ସମାଲୋଚନାର ଶେଷ କରିଛନ୍ତି ରୋହିତ ଶର୍ମା। ସେ କହିଛନ୍ତି ଯେ, ଦଳକୁ ଏକ ଭଲ ରନର ଷ୍ଟାର୍ଟ ଦେବା ତାଙ୍କର କାମ ଅଟେ। ସେ ଏଥିରେ ସଫଳ ହୋଇ ପାରି ନାହାନ୍ତି। ଦର୍ଶକମାନଙ୍କ ବହୁତ ଆଶା ଭରସା ରହିଥିଲେ ମଧ୍ୟ ସେ ଏଥିରେ ସଫଳ ହୋଇ ପାରି ନାହାନ୍ତି। ତେଣୁ ଏହା ତାଙ୍କର ସମ୍ପୂର୍ଣ୍ଣ ଭୁଲ ଅଟେ। ସେ ଏହା ମଧ୍ୟ କହିଛନ୍ତି ଯେ, ସେ ବହୁତ ଜଲ୍ଦି ନିଜର ସ୍ଵାଭାବିକ ଖେଳକୁ ପ୍ରତ୍ୟାବର୍ତ୍ତନ କରିବେ। ଦଳ ଗୋଟେ ବି ମ୍ୟାଚ ଜିତି ନଥିଲେ ମଧ୍ୟ ସର୍ବଦା ନିଜ ମୁଣ୍ଡ ଉପରକୁ ରଖିବା ଅନୁଚିତ। ଏହା ଖେଳର ଅନ୍ତ ନୁହେଁ ଏବଂ ଏହା ପୂର୍ବରୁ ମୁମ୍ବାଇ ଦଳ ନିଜର ପ୍ରତ୍ୟାବର୍ତ୍ତନର କମାଲ ଦେଖାଇ ସାରିଛି। ସେ ଦଳର ପ୍ରଦର୍ଶନକୁ ନେଇ ଦ୍ଵନ୍ଦରେ ମଧ୍ୟ ରହିଛନ୍ତି। କାରଣ ମୁମ୍ବାଇ ଇଂଡିଆନ୍ସର ବୋଲିଂ ପ୍ରଦର୍ଶନ ଅତି ସାଧାରଣ ରହିଛି। ଯେତେ ବି ଦଳ ପରିବର୍ତ୍ତନ କଲେ ମଧ୍ୟ ବୋଲିଂ ସମସ୍ୟା ସବୁ ମ୍ୟାଚରେ ରହିଛି। ଦଳ ନିଜର ପରବର୍ତ୍ତୀ ମ୍ୟାଚ ଅପ୍ରେଲ ୨୧ ତାରିଖରେ ଚେନ୍ନାଇ ସୁପର କିଙ୍ଗସ ସହିତ ଖେଳାଳି। ଏଥିପାଇଁ ଦଳକୁ ଏକ ଲମ୍ବା ସମୟ ଅନ୍ତରାଳ ମଧ୍ୟ ରହିଛି।

ସୂଚନାଯୋଗ୍ୟ ଯେ, ପାଞ୍ଚ ଥର ଟାଇଟଲ ଜିତି ଥିବା ଏହି ସଫଳ ଅଧିନାୟକ ବର୍ତ୍ତମାନ ଆଇପିଏଲରେ ଗୋଟିଏ ମଧ୍ୟ ମ୍ୟାଚ ଜିତି ପାରୁ ନାହାଁନ୍ତି। ଏହା ସହିତ ସେମାନେ ଏକ ଆଲୋ ଚନ କାର୍ଯ୍ୟ ମଧ୍ୟ ରଖିଛନ୍ତି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published.