ରୋହିତଙ୍କ ଜବରଦସ୍ତ ପାରିରେ ମୁମ୍ବାଇ ହାସଲ କରିଥିଲା ଟ୍ରଫି, ପଢନ୍ତୁ ପୁରା ଖବର

ବ୍ୟୁରୋ ରିପୋର୍ଟ: ୨୪ ମଇ ତାରିଖ କ୍ରିକେଟ ଇତିହାସରେ ବହୁତ ଖାସ ଅଟେ କାରଣ ଏହି ଦିନ ୨୦୧୫ରେ ଚେନ୍ନାଇକୁ ହରାଇ ମୁମ୍ବାଇ ଦ୍ୱିତୀୟ ଥର ଚମ୍ପିୟାନ ହୋଇଥିଲା। ସେହି ଫାଇନାଲରେ ମୁମ୍ବାଇ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସକୁ ୪୧ ରନରେ ହରାଇଦେଇଥିଲା। ଫାଇନାଲରେ ମୁମ୍ବାଇ ନିଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୨୦୨ ରନ କରିଥିଲେ। ଏହାର ପିଛା କରି ଚେନ୍ନାଇ ୮ ୱିକେଟ ହରାଇ ୧୬୧ ରନ ହିଁ କରିଥିଲା। ମୁମ୍ବାଇର ଅଧିନାୟକତ୍ୱ ରୋହିତ ଶର୍ମା ହିଁ ସମ୍ଭାଳୁଥିଲେ।ଖାସ କଥା ଏହାକି ଏହି ମ୍ୟାଚରେ ରୋହିତ ସୁନ୍ଦର ଅର୍ଦ୍ଧଶତକ ମାରି ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ।

କୋଲକତାରେ ଇଡେନ ଗାର୍ଡେନ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଚେନ୍ନାଇର ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଟସ୍ ଜିତି ପ୍ରଥମେ ବୋଲିଙ୍ଗ ନିସ୍ପତି ନେଇଥିଲେ। ମୁମ୍ବାଇ ଲେଣ୍ଡନ ସିମନ୍ସ ଓ ଅଧିନାୟକ ରୋହିତଙ୍କ ଅର୍ଦ୍ଧଶତକ ଦ୍ଵାରା ୨୦ ଓଭରରେ ୫ ୱିକେଟ ହରାଇ ୨୦୨ ରନ କରିଥିଲା। ରୋହିତ ତୁଫାନି ବ୍ୟାଟିଙ୍ଗ କରିଥିଲେ ଓ ୨୬ ବଲର ନିଜର ପାରିରେ ୬ ଟି ଚୌକା ଓ ଦୁଇଟି ଛକା ମାରିଥିଲେ। ସିମନ୍ସ ୪୫ ବଲରେ ୮ ଟି ଚୌକା ଓ ତିନୋଟି ଛକା ସହ ୬୮ ରନ କରିଥିଲେ। ଦୁହେଁ ଦ୍ୱିତୀୟ ୱିକେଟ ପାଇଁ ୧୧୯ ରନର ପାର୍ଟନରସିପ କରିଥିଲେ।

ଏହା ପରେ କାୟରନ ପୋଲାଡ଼ ଧମାଲ କରିଥିଲେ ଓ ମାତ୍ର ୧୮ ବଲରେ ୩୬ ରନ କରିଥିଲେ। ସେ ନିଜ ପାରିରେ ଦୁଇଟି ଚୌକା ଓ ତିନୋଟି ଛକା ମାରିଥିଲେ। ରାଇଡୁ ୨୪ ବଲରେ ତିନୋଟି ଚୌକା ସହ ୩୬ ରନର ନଟଆଉଟ ପାରି ଖେଳିଥିଲେ। ଚେନ୍ନାଇ ପାଇଁ ଡିଜେ ବ୍ରାଭୋ ୨ ଟି, ଡିୱେନ ସ୍ମିଥ ଓ ମୋହିତ ଶର୍ମା ୧-୧ ୱିକେଟ ନେଇଥିଲେ।

Google

୨୦୩ ରନର ପିଛା କରିବାକୁ ଓହ୍ଲାଇଥିବା ଚେନ୍ନାଇର ଆରମ୍ଭ ଭଲ ରହିଲା ସ୍ମିଥ ଅର୍ଦ୍ଧଶତକ ମାରିଥିଲେ। କିନ୍ତୁ ମଧ୍ୟକ୍ରମ ପୁରା ଫ୍ଲପ ସାବ୍ୟସ୍ତ ହୋଇଥିଲା। ସ୍ମିଥ ୪୮ ବଲରେ ୯ ଟି ଚୌକା ଓ ଗୋଟେ ଛକା ଦ୍ଵାରା ୫୭ ରନ କରିଥିଲେ। ତାଙ୍କ ଛଡା ସୁରେଶ ରାଇନା ୨୮ ଓ ଧୋନି ୧୮ ରନର ଯୋଗଦାନ ଦେଇଥିଲେ।

ରବିନ୍ଦ୍ର ଜାଡେଜା ୧୧ ରନ କରି ନଟଆଉଟ ଥିଲେ କିନ୍ତୁ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଭଲ ଖେଳିପାରିଲେ ନାହିଁ। ଏହା ଦ୍ଵାରା ଚେନ୍ନାଇ ୨୦ ଓଭରରେ ୮ ଟି ୱିକେଟ ହରାଇ ୧୬୧ ରନ ହିଁ କରିପାରିଲା। ମୁମ୍ବାଇ ପାଇଁ ମିଚେଲ ମ୍ୟାକ୍ଲେନେଗନ ୨୫ ରନ ଦେଇ ତିନୋଟି, ମାଲିଙ୍ଗା ଓ ହରଭଜନ ୨-୨ ୱିକେଟ ନେଇଥିଲେ। ବିନୟ କୁମାର ମଧ୍ୟ ଗୋଟେ ୱିକେଟ ନେଇଥିଲେ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର , ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *