ଗୋଲଡ଼ ମେଡାଲିଷ୍ଟ ଧାବକ ମିଲଖା ସିଂହ ଓ ତାଙ୍କ ପତ୍ନୀ ନିର୍ମଲଙ୍କ ରୋମାଞ୍ଚକ ପ୍ରେମ କାହାଣୀ ଥିଲା କିଛି ଏପରି, ନିଶ୍ଚିତ ଜାଣନ୍ତୁ

ଆପଣ ଧାବକ ମିଲଖା ସିଂହଙ୍କୁ ଅବଶ୍ୟ ଜାଣିଥିବେ। ସେ ଭାରତ ପାଇଁ ଏକ ଗୌରବ ଅଟନ୍ତି ଆଜିବି ସାରା ଭାରତ ବର୍ଷ ତାଙ୍କୁ ଝୁରୁଛି। ଏକା ମିଲଖା ସିଂହ ନୂହଁନ୍ତୁ ତାଙ୍କ ପତ୍ନୀ ନିର୍ମଲା କୌର ମଧ୍ୟ ଜଣେ ଭଲ ଖେଳାଳି ଥିଲେ କାରଣ ସେ ଥିଲେ ଭାରତୀୟ ଭଲିବଲ ଟିମର ଅଧିନାୟକ ଓ ଭଗବାନଙ୍କୁ ଦେଖନ୍ତୁ ମାତ୍ର ପାଞ୍ଚ ଦିନ ବ୍ୟବଧାନରେ ମିଲଖା ସିଂହ ଓ ତାଙ୍କ ପତ୍ନୀ ଦୁହେଁ ଏକାସାଥିରେ ମୃ-ତ୍ୟୁ ବରଣ କରିଛନ୍ତି। ଆପଣଙ୍କୁ କହିରଖିବୁ ମିଲଖା ସିଂହ ନିର୍ମଲଙ୍କୁ ଭଲ ପାଇଁ ବିବାହ କରିଥିଲେ ଓ ଦୁହିଁଙ୍କ ପ୍ରେମ କାହାଣୀ ବହୁତ ରୋମାଞ୍ଚକର ଅଟେ ଏହି ପ୍ରେମ କାହାଣୀକୁ ମିଲଖା ସିଂହ “ରେସ ଅଫ ମାଇଁ ଲାଇଫ’ରେ ଲେଖିଛନ୍ତି।

Google

ସେ ନିଜ ଜୀବନର ସବୁ କାର୍ଯ୍ୟକୁ ସେହି ପୁସ୍ତକରେ ନିଜ ଝିଅ ସୋନିଆଙ୍କ ସହ ଲେଖିଛନ୍ତି। ଯେଉଁଥିରେ ପ୍ରକାଶ କରାଯାଇଛିକି ପତ୍ନୀ ନିର୍ମଲଙ୍କ ସହ ମିଲଖା ସିଂହ ପ୍ରଥମେ ଶ୍ରୀଲଙ୍କାର ସିଲନଠାରେ ୧୯୫୫ରେ ହୋଇଥିଲା। ମିଲଖା କହିଛନ୍ତି” ପ୍ରଥମେ ଦେଖାରେ ଦୁହିଁଙ୍କ ଭିତରେ ଗଢିଉଠିଥିଲା ପ୍ରେମ କିନ୍ତୁ ସେବେ ଭାଗ୍ୟ ସାଥ ଦେଇନଥିଲା କିନ୍ତୁ ଭଗବାନ ଆଉକିଛି ଲେଖିଥିଲେ ପୁଣି ୧୯୬୦ରେ ତାଙ୍କର ନିର୍ମଲଙ୍କ ସହିତ ଦିଲ୍ଲୀରେ ଦେଖା ହୋଇଥିଲା ଯେବେ ନିର୍ମଲ ଦିଲ୍ଲୀରେ ଲେଡି ଇରୱିନ କଲେଜରେ ଉପ ଶାରୀରିକ ଶିକ୍ଷା ନିବନ୍ଧକ ଭାବେ କାର୍ଯ୍ୟ କରୁଥିଲେ।

ସେବେ ଏକ ଭଲିବଲ ମ୍ୟାଚରେ ମତେ ଅତିଥି କରି ନିଆଯାଇଥିଲା ମୋ ନାମ ଡକାଯିବା ପରେ ମତେ ଲାଜ ଲାଗୁଥିଲା ସେହିପରି ମ୍ୟାଚ ସରିଲା। ଏହା ପରେ ଜଣେ ସୁନ୍ଦର ଯୁବତୀ ହାଟାତ ମୋ ସମ୍ମୁଖକୁ ଆସି ମତେ ଅଭିନନ୍ଦନ ଜଣାଇଥିଲେ ଓ ମୁଁ ତାଙ୍କୁ ଚିହ୍ନି ଯାଇଥିଲି କିନ୍ତୁ ସେ ପୂର୍ଵ ଅପେକ୍ଷା ବହୁତ ଅଲଗା ଲାଗୁଥିଲେ। ଏହା ପରେ ସେ ମତେ ଚାହା ପାଇଁ ନିମନ୍ତ୍ରଣ କରିଥିଲେ ଓ ଆମେ ତାଙ୍କ ହଷ୍ଟେଲ ଯାଇଥିଲୁ ପୁଣି ମୋ ମନରେ ତାଙ୍କ ପ୍ରତି ପୁଣି ଭଲ ପାଇବା ଆରମ୍ଭ ହୋଇଯାଇଥିଲା। ସେ ମତେ କଣ ପାଇଁ ଛାଡିଯାଇଥିଲି ବୋଲି ପ୍ରଶ୍ନ କରିଥିଲେ ଯାହାର ଉତ୍ତର ମୋ ପାଖରେ ନଥିଲା ଓ ତାହା ପରଠାରୁ ଆମେ ଅନେକ ଥର ଭେଟ ହୋଇଥିଲୁ। ଦୁହେଁ ନିଜ କାର୍ଯ୍ୟ ଛାଡି ଗୋଟେ ଜାଗାରେ ପଞ୍ଜାବ କ୍ରୀଡା ବିଭାଗରେ ସେ ନିର୍ଦେଶକ ଓ ମୁଁ ଉପନିର୍ଦେଶକ ରୂପେ କାର୍ଯ୍ୟ କରୁଥିଲୁ।

Google

ସେବେ ପୁଣି ଆମ ସମ୍ପର୍କ ମଝିରେ ଆସିଥିଲା ପରିବାର ନିର୍ମଲାଙ୍କ ପରିବାର ଏହି ସମ୍ପର୍କକୁ ସହମତି ଦେଉନଥିଲେ ମୁଁ ତାଙ୍କ ସହ ଭେଟୁଥିବାରୁ ସେମାନେ ମୁଖ୍ୟମନ୍ତ୍ରୀ ପରତାପ ସିଂହଙ୍କୁ ଚିଠି ଲେଖିଥିଲେ ଯାହା ପରେ ମତେ ମୁଖ୍ୟମନ୍ତ୍ରୀ ଭେଟି କହିଥିଲେ,”ତମର ଏପରି କରିବା ଠିକ ନୁହେଁ ଓ ମୁଁ ମଧ୍ୟ କହିଥିଲି ଯଦି ଆପଣ ଚାହୁଁଛନ୍ତି ତେବେ ମୁଁ ଏଠାରୁ ଚଣ୍ଡୀଗଡ଼ ଚାଲିଯିବି କିନ୍ତୁ ମୁଁ ତାଙ୍କୁ ବିବାହ କରିବାକୁ ଚାହେଁ ଆମେ ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉ। ଏହା ଶୁଣିବା ପରେ ମୁଖ୍ୟମନ୍ତ୍ରୀ ବିବାହ ପାଇଁ ଅନୁମତି ଦେଇଥିଲେ। ଏହା ପରେ ଆମ ପରିବାର ମଧ୍ୟ ଏହି ବିବାହରେ ରାଜି ନଥିଲେ କିନ୍ତୁ ଆମେ କୌଣସି କଥା ନଶୁଣି ବିବାହ କରିଥିଲୁ ଓ ଏହିଭଳି ଆମ ପ୍ରେମ ସଫଳ ହୋଇଥିଲା”।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *