ସାଉଥ ଆଫ୍ରିକାରେ ହେବ ମିନି IPL! ଚେନ୍ନାଇ ଟିମରେ ଖେଳିବେ ଡୁ ପ୍ଲେସି, ରାଜସ୍ଥାନରେ ମିଲର ସାମିଲ, ପଢନ୍ତୁ ପୁରା ଖବର

ଦକ୍ଷିଣ ଆଫ୍ରିକାରେ ଦେଖାଯିବାର ଅଛି ଏକ ମିନି ଆଇପିଏଲ। ଏଠାରେ ଖେଳିବାର ଅଛି ୬ ଟି ଦଳ। ନୂଆ ନୂଆ ଖେଳାଳିଙ୍କୁ ନେଇ ଖେଳା ଯାଉଥିବା ଏହି ମ୍ୟାଚ ଏକ ଛୋଟ ଆଇପିଏଲ ଭଳି ହେବାକୁ ଯାଉଛି। ଏହି ଲିଗର ଖେଳିବାକୁ ଯାଉଥିବା ଅନେକ ଖେଳାଳି ଆଇପିଏଲରେ ନିଜ ଚମକ ଦେଖାଉଛନ୍ତି।

୬ ଟି ଦଳକୁ ନେଇ ଖେଳାଯିବାକୁ ଥିବା ଏହି ଲିଗରେ ଅନେକ ଫ୍ରାଞ୍ଚାଇଜ ଦଳ କିଣିବା ଲାଗି ନିଜର ଇଛା ସୃଷ୍ଟି କରିଥିଲେ। ସୋମବାର ଦିନ ଏହାର ନିଲାମ କାର୍ଯ୍ୟ କରାଯାଇଥିଲା ଏବଂ ଫ୍ରାଞ୍ଚାଇଜ ଆଇପିଏଲରେ ଖେଳୁଥିବା ଖେଳାଳିଙ୍କ ପ୍ରତି ହିଁ ନିଜର ଆଶା ସୃଷ୍ଟି କରିଥିଲେ। ସେମାନେ ସେହି ଖେଳାଳିମାନଙ୍କୁ କିଣିଥିଲେ। ରାଜସ୍ଥାନ ରୟାଲସ ଦଳର ଫ୍ରାଞ୍ଚାଇଜ ଅର୍ଥାତ ପାର୍ଲ ରୟାଲସ ଆଇପିଏଲ ଖେଳାଳିଙ୍କୁ କିଣିଛି।

ସେହିଭଳି ଡେଭିଡ ମିଲରଙ୍କୁ କିଣି ଅଧିନାୟକ କରିଥିବା ବେଳେ ଜୋସ ବଟଲର,ତାବରେଜ ସାମସି,ଓବେଡ଼ ମକାୱେଙ୍କୁ ମଧ୍ୟ କିଣିଛନ୍ତି। ଏହି ସବୁ ଖେଳାଳି ପୂର୍ବରୁ ରାଜସ୍ଥାନ ପକ୍ଷରୁ ଖେଳିଛନ୍ତି କିମ୍ବା ଖେଳି ସାରିଛନ୍ତି।

ଲକ୍ଷନୌ ସୁପର ଜ୍ୟାଣ୍ଟସ ଦଳର ଫ୍ରାଞ୍ଚାଇଜ ଡ଼ର୍ବାନ ସୁପରଜ୍ୟାଣ୍ଟସ ଦଳକୁ କିଣିଥିବା ବେଳେ କ୍ୱିଣ୍ଟନ ଡି କକ, କାଏଲ ମେୟର୍ସ ଏବଂ ଯେସନ ହୋଲଡ଼ର ଏହି ଦଳରେ ସାମିଲ ହୋଇଛନ୍ତି।

ସେହିପରି ଚେନ୍ନାଇ ସୁପର କିଙ୍ଗସର ଫ୍ରାଞ୍ଚାଇଜ ଜୋହାନ୍ସବର୍ଗ ଦଳରେ ଫାଫ ଡୁ ପ୍ଲେସିସ , ମେହଶ ତୀକ୍ଷଣାଙ୍କୁ ସାମିଲ କରିଛି। ମାକ୍ରମ ଏବଂ ମାର୍କୋ ଜେନସନଙ୍କୁ ସନରାଇଜର୍ସ ଇଷ୍ଟର୍ଣ୍ଣ ଦଳ କିଣିଛି।

ସେହିପରି ଏମଆଇ କେପଟାଉନ ଦଳରେ ଡିୱାଲଡ଼ ବ୍ରେଭିସ ସାମିଲ ହୋଇଥିବା ବେଳେ ଦିଲ୍ଲୀ ଦଳର ଫ୍ରାଞ୍ଚାଇଜ ପ୍ରିଟୋରିୟା କ୍ୟାପିଟାଲସ ଏନରିକ ନୋର୍କିଆଙ୍କୁ ଦଳରେ କିଣିଛି। କିନ୍ତୁ କିଛି ଖେଳାଳି କାଗିସୋ ରବାଡା,ଇୟୋନ ମୋର୍ଗାନ, ରସିଦ ଖାନ, ଲିଆମ ଲିଭିଙ୍ଗଷ୍ଟୋନ ,ପ୍ରିଟୋରିୟସ, ହେନରି କ୍ଳାସେନ, ଭାନ ଡର ହୁସେନ ନିଜ ଦଳ ପକ୍ଷରୁ ନ ଖେଳି ବିରୋଧୀ ଦଳ ପକ୍ଷରୁ ଖେଳିବାର ଅଛି।

Leave a Reply

Your email address will not be published.