କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଙ୍ଗଳବାରକୁ କୋଭିଡ-୧୯ର ଉପଚାର ପାଇଁ ଆୟୁର୍ବେଦ ଓ ଯୋଗ ଉପରେ ଆଧାରିତ ଗାଇଡ଼ଲାଇନ ଓ ପ୍ରୋଟୋକଲ ଜାରି କରିଛି। ଏହି ନେସନାଲ କ୍ଲିନିକାଲ ପ୍ରୋଟୋକଲ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ ଆୟୁଷ ମନ୍ତ୍ରଣାଳୟ ସହଯୋଗରେ ଆରମ୍ଭ ହୋଇଛି। ନୂଆ ପ୍ରୋଟୋକଲର ଉଦ୍ଦେଶ୍ୟ ପାରମ୍ପରିକ ଭାବରେ କୋରୋନାର ଆସିମଟୋମେଟିକ କେସର ଉପଚାର କରିବ।
ଏକ ଅଧିକାରୀଙ୍କ ମୁତାବକ,”ଦେଶର ବିଭିନ୍ନ ଭାଗରେ ଏହାର ବ୍ୟବହାର ଜଣାପଡିଛି କି କୋଭିଡ-୧୯ର ଉପଚାରରେ ଆୟୁର୍ବେଦ ଓ ଯୋଗର ଅଭ୍ୟାସ ବହୁତ ଗୁରୁତ୍ୱପୂର୍ଣ୍ଣ। “ଏହି ପ୍ରୋଟୋକଲ ଆୟୁଷ ରିସର୍ଚ୍ଚ ଓ ଡେଭଲପ୍ମେଣ୍ଟ ଟାସ୍କ ଫୋର୍ସର ସୁପାରିସ ଆଧାରରେ ପ୍ରସ୍ତୁତ ହୋଇଛି। ଏମିତି ଦାବି କରାଯାଇଛି କି ଉପଚାରର ଏହି ପାରମ୍ପରିକ ପଦ୍ଧତିରେ କୋଭିଡ -୧୯ ର କେତେକ ଲକ୍ଷଣକୁ ନିୟନ୍ତ୍ରଣ କରାଯାଇପାରିବ।”

ଗାଲରେ ଯନ୍ତ୍ରଣା,ଥକିଯିବା,ନିଶ୍ଵାସ ନେବାରେ କଷ୍ଟ,ହାଇପକ୍ସିୟା,ଜର,ମୁଣ୍ଡ ବିନ୍ଧା, ଯେମିତି ବହୁତ ଲକ୍ଷଣରୁ ଉପଚାର ପାଇଁ ଏହି ଉପାୟ ଭଲ ଅଟେ।ଅଶ୍ଵଗନ୍ଧା,ଚବନପ୍ଲାସ,ନାଗରାଦି କଶାୟଂ,ଶିତୋପଆଦି ଚୂର୍ଣ ଓ ଜଡ଼ିବୁଟି ,ମିଶ୍ରଣକୁ ଏହି ପ୍ରୋଟୋକଲରେ ସାମିଲ କରାଯାଇଛି। ଏହି ସବୁ ଆୟୁର୍ବେଦ ଔଷଧ ଆୟୁର୍ବେଦିକ ପ୍ରେକଟିସନରଙ୍କ ସହାୟତାରେ ରୋଗୀ ମାନଙ୍କୁ ଦିଆଯାଇପାରେ।

କୋଭିଡ-୧୯ର ରୋଗୀମାନଙ୍କ ରୋଗପ୍ରତିଷେଧକ ଶକ୍ତି ବୃଦ୍ଧି ପାଇଁ ପ୍ରୋଟୋକଲରେ ଯୋଗ ମଧ୍ୟ ସାମିଲ ଅଛି। ଯାହା କେବଳ ଆୟୁଷ ପ୍ରେକଟିସନର୍ସଙ୍କ ଉପଦେଶ ପରେ ଦିଆଯିବ। କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡା:ହର୍ଷବର୍ଦ୍ଧନ ଏହା ଉପରେ କହିଛନ୍ତି କି-“କାହାର ଆସ୍ଥା ଓ ବିଶ୍ୱାସ ଅଲଗା ହୋଇପାରେ,ହେଲେ ଆୟୁର୍ବେଦ ଉପରେ ସମସ୍ତଙ୍କ ଭରସା ରହିଛି। ସେ କହିଛନ୍ତି କି ଏହି ପ୍ରୋଟୋକଲ ଆଇସିଏମଆର ଓ ସିଏସଆଇଆରର ନଜରରେ ହୋଇଥିବା କ୍ଲିନିକାଲ ସ୍ଟଡି ପରେ ପ୍ରସ୍ତୁତ ହୋଇଛି।”
ଗରମ ପାଣିରେ କିଛି ହଳଦୀ ଓ ଲୁଣ କରି ଗଳଗଳ କରିବା। ତ୍ରିଫଳା ମିଶେଇ ଗରମ ପାଣିରେ ଗଳଗଳ କରିପାରିବେ। ନାକରେ ନଡ଼ିଆ ତେଲ ର କିଛି ବୁନ୍ଦା ପକେଇବେ। ଆପଣ ଚାହିଁବେ ତ ଗାଈ କିମ୍ବା ଦେଶୀ ଘିଅ ଦୁଇଥର ଦିନକୁ ନାକରେ ପକେଇ ପାରିବେ।
ଗରମପାଣିରେ ଜିରା,ପୋଦିନା,ଓ ଇଉକାଳିପଟାସର ତେଲ ପକେଇ ଥରେ ଷ୍ଟିମ କରିପାରିବେ।ପାଣିକି ଗରମ କରି ସେଥିରେ ଅଦା,ଧନିଆ ବା ଜିରାର ମଞ୍ଜି ପକାଇ ତାକୁ ପିଇପାରିବେ। ରାତିରେ ଶୋଇବା ପୂର୍ବରୁ କ୍ଷୀରରେ ଏକ ଚାମଚ ହଲଦୀ ମିଶେଇ ପିଅନ୍ତୁ। ଏହା କରିବା ଦ୍ୱାରା ହଜମ ମଧ୍ୟ ଠିକ ହୁଏ।ଦିନରେ ଥରେ ଆୟୁଷ କାଢା କ୍ୱାଥ ନିଶ୍ଚୟ ନେବେ।

ପ୍ରବଳ ଜର,ମୁଣ୍ଡବିନ୍ଧା,ବା ଶରୀର ଯନ୍ତ୍ରଣା ହେଲେ ଦିନକୁ ଦୁଇଥର ୨୦ଏମଏଲ ନାଗାରାଦୀ କସାୟଂର ସେବନ କରନ୍ତୁ। ‘ଲସ ଅଫ ଟେଷ୍ଟ’ ବା ଗାଲରେ କାଶ ଓ ଯନ୍ତ୍ରଣାରୁ ମୁକ୍ତି ପାଇଁ ବ୍ୟସାଧି ବଟିର ୧-୨ ବଟିକା ଖାଆନ୍ତୁ।
ଥକାରୁ ମୁକ୍ତି ପାଇବା ପାଇଁ ସବୁଦିନ ଚବନପ୍ଲାସ ୧୦ ଗ୍ରାମ ଗରମ କ୍ଷୀର ବା ଫୁଟା ପାଣିରେ ପିଅନ୍ତୁ। ହାଇପୋକ୍ସିଆରୁ ମୁକ୍ତି ପାଇଁ ୧୦ ଗ୍ରାମ ବସାଵଲେହ ଗରମ ପାଣି ସହ ପିଅନ୍ତୁ।ଡାଇରିୟା ଭଳି ରୋଗରୁ ମୁକ୍ତି ପାଇବା ପାଇଁ କୁତାଜା ଘନାବଟି ୧ ଗ୍ରାମ ଦିନକୁ ତିନି ଥର ସେବନ କରନ୍ତୁ।ନିଶ୍ୱାସ ନେବାରେ କଷ୍ଟ ହେଲେ ୧୦ ମିଲିଲିଟର କନକାଶବ ପାଣିରେ ମିଶେଇ ଦିନକୁ ଦୁଇଥର ପିଅନ୍ତୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।