ଭାରତୀୟ ମହିଳା କ୍ରିକେଟ ଟିମକୁ ରବିବାର ତଥା ୭ ମାର୍ଚ୍ଚ ଦିନ ଖେଳା ଯାଇଥିବା ପ୍ରଥମ ଦିନିକିଆ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଠାରୁ ଆଠ ୱିକେଟରେ ୫୯ ବଲ ଥାଇ ହାର ମିଳିଲା। ପ୍ରାୟ ୧୨ ମାସ ପରେ ପ୍ରଥମ ଥର ପାଇଁ କ୍ରିକେଟ ଖେଳିବାକୁ ବାହାରି ଥିବା ଭାରତୀୟ ଟିମ ପ୍ରଥମ ବ୍ୟାଟିଂ କରି ୯ ୱିକେଟ ବ୍ୟବଧାନରେ ୧୭୭ ରନ କରିଥିଲା ଆଉ ଉତ୍ତରରେ ଦକ୍ଷିଣ ଆଫ୍ରିକା ମହିଳା ଟିମ ୪୦.୧ ଓଭରରେ ୫୯ ବଲ ଥାଇ ହିଁ ୧୭୮ ରନ ବନେଇଲେ । ଭାରତ ତରଫରୁ ମିତାଲି ରାଜ ଅର୍ଦ୍ଧଶତକୀୟ ଇନିଂସ ଖେଳିଲେ।

ମିତାଲି ସବୁଠୁ ଲମ୍ବା ସମୟ ପାଇଁ ଦିନିକିଆ କ୍ରିକେଟ ଖେଳିବା ଦ୍ୱିତୀୟ କ୍ରିକେଟର ବନିଗଲେ ଯାହାଙ୍କର କ୍ୟାରିୟର ୨୧ ବର୍ଷ ୨୫୪ ଦିନ ହେଇଗଲା। ହର୍ମାନପ୍ରୀତ କର ୧୦୦ ଦିନିକିଆ ଖେଳିବା ପଞ୍ଚମ ଭାରତୀୟ ବନିଗଲେ। ମିତାଲିଙ୍କ ଆଗରେ କେବଳ ସଚିନ ତେନ୍ଦୁଲକର ଅଛନ୍ତି ଯାହାଙ୍କର କ୍ୟାରିୟର ୨୨ ବର୍ଷ ୨୯୧ ଦିନ ଯାଏ ଥିଲା। ମ୍ୟାଚ ଅଧିକ ଅଭ୍ୟାସ ନ କରିବାର ଫରକ ଭାରତୀୟ ଟିମରେ ସଫା ସଫା ନଜର ଆସିଲା। ମିତାଲି ୮୫ ବଲରେ ୫୦ ରନ କଲେ ଆଉ ହର୍ମାନପ୍ରିତ ୪୧ ବଲରେ ୪୦ ରନ କଲେ ଆଉ ତାଙ୍କ ବ୍ୟତୀତ ପୁରା ଟିମ ୨୧ ରନରେ ୫ ୱିକେଟ ହରେଇଦେଲା ଯାହା ଫଳରେ ଟିମ ୯ ୱିକେଟରେ ମାତ୍ର ୧୭୭ ରନ ହିଁ କରିପାରିଲା।
ଏବେ ଏବେ ହିଁ ପାକିସ୍ତାନ ଯାତ୍ରା କରିଥିବା ଦକ୍ଷିଣ ଆଫ୍ରିକୀୟ ଟିମ ମାତ୍ର ୪୦.୧ ଓଭରରେ ଦୁଇ ୱିକେଟ ହରାଇ ଏହି ମ୍ୟାଚ ନିଜ ହାତରେ କରିନେଲା। ଲିଜଳୀ ଲି ଆଉ ଲାରା ବୋଲବାର୍ଟ ପ୍ରଥମ ୱିକେଟ ପାଇଁ ୧୬୯ ରନ ଯୋଡି ଦକ୍ଷିଣ ଆଫ୍ରିକାର ଜିତ ପକା କଲେ। ଲିଜଳୀ ୧୨୨ ବଲରେ ୮୩ ନଟ ଆଉଟ ରନ ବନେଇଲେ ଆଉ ଲାରା ୧୧୦ ବଲରେ ୮୦ ରନ କଲେ। ଲିଜଲୀ ନିଜ ଇନିଂସରେ ୧୧ ଚୌକା ଆଉ ୧ ଛକା ଲଗେଇଲେ ଯେତେବେଳେ କି ଲାରା ୧୨ଟି ଚୌକା ଲଗେଇଲେ।

ବ୍ୟାଟ୍ସମ୍ୟାନଙ୍କ ସହିତ ବୋଲର ମାନେ ବି ଫେଲ ହେଲେ। ଅନୁଭବୀ ଝୁଲନ ଗୋସ୍ୱାମୀ ୩୮ ରନ ଦେଇ ୨ଟି ୱିକେଟ ଅକ୍ତିଆର କଲେ ଆଉ ଗୋଟେ ପଟରୁ ଚାପ ପକାଇଥିଲେ ମାତ୍ର ତାଙ୍କୁ ଅନ୍ୟପଟେ କିଛି ବି ସହାୟତା ମିଳି ନଥିଲା। ଭାରତୀୟ ଦ୍ରୁତ ବୋଲର ମୋନିକା ପଟେଲ ଏହି ମ୍ୟାଚ ପରଠାରୁ ଆନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କଲେ। ଭାରତ କୋଭିଡ ୧୯ ମହାମାରୀ କାରଣରୁ ପୂର୍ବ ୧୨ ବର୍ଷ ଠାରୁ ଗୋଟେ ବି ଆନ୍ତର୍ଜାତୀୟ ମ୍ୟାଚ ଖେଳି ନଥିଲା ଯେତେବେଳେ କି ଦକ୍ଷିଣ ଆଫ୍ରିକା ଏବେ ହିଁ ପାକିସ୍ତାନ ଦୋହରା କରିଥିଲା। ଦୁଇଟି ଟିମ ଭିତରେ ଦ୍ୱିତୀୟ ଦିନିକିଆ ୯ ମାର୍ଚ୍ଚକୁ ଅନୁଷ୍ଠିତ ହେବ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।