ପୁରୁଣା ସମୟର ବଲିଉଡ ଅଭିନେତ୍ରୀ ଯୋଗିତା ବାଲି ଅନେକ ସୁପରହିଟ ଫିଲ୍ମ କରିଛନ୍ତି। ତାଙ୍କ ଜନ୍ମ ମୁମ୍ବାଇରେ ହୋଇଥିଲା। ଯୋଗିତା ଅଭିନେତ୍ରୀ ଗୀତା ବାଲିଙ୍କ ଭାଣିଜୀ ଅଟନ୍ତି। ତାଙ୍କ ଶେଷ ଫିଲ୍ମ “ଆଖରି ବଦଲା” ୧୯୮୯ ରେ ଆସିଥିଲା। ଯୋଗିତା ପ୍ରଥମେ କିଶୋର କୁମାରଙ୍କ ସହ ବିବାହ କରିଥିଲେ। ତାଙ୍କ ସହ ଛାଡପତ୍ର ପରେ ସେ ଅଭିନେତ୍ରୀ ମିଥୁନ ଚକ୍ରବର୍ତ୍ତୀଙ୍କ ସହ ବିବାହ କରିଥିଲେ। ପୂର୍ବ ୨୮ ବର୍ଷରୁ ଯୋଗିତା ଫିଲ୍ମ ଜଗତରୁ ଦୂରରେ ଅଛନ୍ତି।ବର୍ଷ ୧୯୭୮ ରେ ଯୋଗିତା ପ୍ରଥମେ ଗାୟକ ଓ ଅଭିନେତା କିଶୋର କୁମାରଙ୍କ ସହ ବିବାହ କରିଥିଲେ। ସେମାନେ କେବଳ ୨ବର୍ଷ ଏକ ସାଙ୍ଗେ ରହିଲେ। ଏହା ପରେ ଦୁହେଁ ଅଲଗା ହୋଇଗଲେ ଓ କିଛି ବର୍ଷ ପରେ ଯୋଗିତା ମିଥୁନଙ୍କ ସହିତ ବିବାହ କଲେ।

ଆତ୍ମହତ୍ୟାର ଉଦ୍ୟମ କରିଥିଲେ:-
ବର୍ଷ ୧୯୭୯ ରେ ଯୋଗିତା ମିଥୁନଙ୍କ ସହ ବିବାହ କରିଥିଲେ। ବିବାହ ପରେ ଶ୍ରୀଦେବୀ ଓ ମିଥୁନ ଫିଲ୍ମ ” ଜାଗ ଉଠା ଇଂସାନ” ରେ ଏକା ସହ ମିଶି କାମ କଲେ। ଏହି ଫିଲ୍ମ ପରେ ଦୁହେଁ ଦୁହିଁଙ୍କ ନିକଟତର ହୋଇଗଲେ। ଖବର ଅନୁସାରେ ମିଥୁନ ଓ ଶ୍ରୀଦେବୀ ଲୁଚିକି ବିବାହ ମଧ୍ୟ କରିଥିଲେ। ମିଥୁନଙ୍କ ବିବାହ ଖବର ପାଇ ଯୋଗୀତା ବାଲି ଆତ୍ମହତ୍ୟାର ଉଦ୍ୟମ କରିଥିଲେ। ଏହା ପରେ ମିଥୁନ ଶ୍ରୀଦେବୀଙ୍କୁ ଛାଡିଦେଲେ। ମିଥୁନ ଓ ଯୋଗୀତାଙ୍କ ୪ ଟି ସନ୍ତାନ ଅଛନ୍ତି। ୩ଟି ପୁଅ ଓ ଗୋଟେ ଝିଅ ଯାହାକୁ ସେ ପାଳିତ ଭାବେ ରଖିଛନ୍ତି।

“ପରବାନା” ରୁ ଆରମ୍ଭ କଲେ କ୍ୟାରିୟର:-
ବର୍ଷ ୧୯୭୧ ରେ ଆସିଥିବା ଫିଲ୍ମ “ପରବାନା” ରୁ ଯୋଗୀତା ନିଜ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ। ଏହି ଫିଲ୍ମରେ ଅମିତାଵ ବଚ୍ଚନ ନେଗେଟିବ ରୋଲରେ ଥିଲେ, ସେହି ସମୟରେ ରାଜେଶ ଖନା ଙ୍କର ସମୟ ଥିଲା। ଆଗକୁ ଯୋଗୀତା ବାଲି ବିନୋଦ ଖନା, ଦେବ ଆନନ୍ଦ, ସଞ୍ଜୀବ କୁମାର, ରଣଧୀର କପୁର ଓ ସୁନୀଲ ଦତ୍ତଙ୍କ ଭଳି ବଡ କଳାକାରଙ୍କ ସହିତ କାମ କରିଥିଲେ କିନ୍ତୁ ଯୋଗୀତାଙ୍କ ତାଙ୍କ ଅଭିନୟ ପାଇଁ ଫିଲ୍ମ ଜଗତରେ କାମ ମିଳିଲାନାହିଁ।ଏବେ ସେ ବହୁତ ଦିନରୁ ଫିଲ୍ମ ଜଗତରୁ ଦୂରରେ ଅଛନ୍ତି।