ଘଟିଲା ଅଘଟଣ, ମୋବାଇଲ ଗେମ ନେଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ

ଆଜିର ଦୁନିଆରେ ମୋବାଇଲ ମଣିଷ ମାନଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରୁଛି। ଛୁଆ ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କ ହାତରେ ଆଜି ସ୍ମାର୍ଟଫୋନ ଅଛି। ଏହା ଆମ ପାଇଁ ଯେତିକି ଲାଭଦାୟକ ସେତିକି କ୍ଷତିକାରକ ମଧ୍ୟ।ବର୍ତ୍ତମାନ ଏହି ମୋବାଇଲ ଦ୍ଵାରା ଘଟିଯାଇଥିବା ଏକ ବଡ଼ ଅଘଟଣ। ଏହି ମୋବାଇଲ ନେଇଯାଇଛି ଏକ ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ।

Google

ଆପଣଙ୍କୁ କହିରଖିବୁ ଏହି ମୋବାଇଲ ଦ୍ଵାରା ହରିଚନ୍ଦନପୁର ବ୍ଲକ ମନୋହରପୁର ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ର ଅଗସ୍ତି ଖଣ୍ଡା (୧୫) ଙ୍କର ମୃ-ତ୍ୟୁ ହୋଇଯାଇଛି। ସେ କଟକ ମେଡିକାଲରେ ଚିକିତ୍ସା ହେବା ସମୟରେ ବୁଧବାର ରାତି ୧୨ ଟାରେ ପ୍ରାଣ ହରାଇଛନ୍ତି। ଆପଣ ଜାଣିଥିବେ କରୋନାର ସବୁଠୁ ଅଧିକ ପ୍ରଭାବ ପଡିଛି ଶିକ୍ଷା ଉପରେ। ଏବେ ସ୍କୁଲ କଲେଜ ବନ୍ଦ ଥିବାରୁ ସରକାର ଅନ୍ଲାଇନ କ୍ଳାସ ପାଇଁ କହିଥିଲେ ଯେଉଁଠି ପାଇଁ ଆବଶ୍ୟକ ଅଛି ସ୍ମାର୍ଟ ଫୋନ।ଅଗସ୍ତି ମାନହୋରପୁର ପଞ୍ଚାୟତ ଆଖୁପାଳ ଗ୍ରାମର କୁଅଁର ଖଣ୍ଡା ଓ ଗୋଲାପ ଖଣ୍ଡାଙ୍କ ପୁଅ ଅଟନ୍ତି। ତାଙ୍କ ଅନ୍ଲାଇନ କ୍ଳାସ ପାଇଁ ମଧ୍ୟ ବାପା ମାଆ ଏକ ସ୍ମାର୍ଟଫୋନ କିଣିଥିଲେ କିନ୍ତୁ ଜାଣିନଥିଲେ ପୁଅର ଭଲ ପାଇଁ କିଣିଥିବା ଏହି ଫୋନ ତାଙ୍କ ପୁଅକୁ ସବୁଦିନ ପାଇଁ ଛଡାଇ ନେବ।

ଅଗସ୍ତି ଅନ୍ଲାଇନ କ୍ଳାସ କରିବା ସହ ଅଧିକ ସମୟ ମୋବାଇଲରେ ଗେମ ଖେଳିବାର ଲାଗୁଥିଲେ। ପାଠ ପଢ଼ାରେ ତାଙ୍କର ମନ ନଥିଲା ଯାହା ପାଇଁ ତାଙ୍କ ମା ମଧ୍ୟ ତାଙ୍କୁ ବହୁତ ପାଟି କରୁଥିଲେ। ଅନେକ ଦିନ ସେ ରାତି ରାତି ମୋବାଇରେ ଖେଳୁଥିଲେ। ମିଳିଥିବା ଖବର ଅନୁସାରେ ୧୫ ଦିନ ପୂର୍ବରୁ ଅଗସ୍ତିଙ୍କର ମୋବାଇଲ ଖରାପ ହୋଇଯାଇଥିଲା ଯେଉଁଠି ପାଇଁ ଅଗସ୍ତି ଦୁଃଖୀ ହୋଇଯାଇଥିଲା ଓ ଖିଆ ପିଆ ଠିକସେ କରୁନଥିଲେ।

Google

ଯାହା ଦ୍ୱାରା ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାରେ ଲାଗିଥିଲା ଓ ଜ୍ଵର ,ଝାଡା , ବାନ୍ତି ହୋଇଥିଲା। ତାଙ୍କ ସ୍ୱାସ୍ଥ୍ୟ ଅଧିକ ଖରାପ ହେବାରୁ ତାଙ୍କୁ ୨୬ ତାରିଖ ଦିନ ତାଙ୍କୁ କେନ୍ଦୁଝର ଡାକ୍ତରଖାନାରେ ଭର୍ତି କରାଯାଇଥିଲା କିନ୍ତୁ ତାଙ୍କ ସ୍ୱାସ୍ଥ୍ୟ ବହୁତ ଖରାପ ତାଙ୍କୁ ୨୭ ତାରିଖରେ କଟକ ଏସିବି ମେଡିକାଲରେ ଭର୍ତି କରାଗଲା କିନ୍ତୁ ସେହିଦିନ ରାତି ୧୨ ଟାରେ ହିଁ ତାଙ୍କର ମୃ-ତ୍ୟୁ ହୋଇଯାଇଛି। ତାଙ୍କ ଗ୍ରାମରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ପରିବାର ଲୋକଙ୍କ କହିବା ଅନୁସାରେ ବ୍ଲଡ଼ ପେସର ଓ ମଧୁମେହ ପାଇଁ ତାଙ୍କ ମୃତ୍ୟୁ ହୋଇଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *