ଅତ୍ୟାବଶ୍ୟକ ସାମଗ୍ରୀ ଘରେ ପହଞ୍ଚାଇବ ମୋବାଇଲ ଭ୍ୟାନ – ବିଏମସି ଦେଲା ସୂଚନା

ଅତ୍ୟାବଶ୍ୟକ ସାମଗ୍ରୀ ଘରେ ପହଞ୍ଚାଇବ ମୋବାଇଲ ଭ୍ୟାନ – ବିଏମସି ଦେଲା ସୂଚନା

ଅତ୍ୟାବଶ୍ୟକ ସାମଗ୍ରୀ ଘରେ ପହଞ୍ଚାଇବ ମୋବାଇଲ ଭ୍ୟାନ – ବିଏମସି ଦେଲା ସୂଚନା

ଅତ୍ୟାବଶ୍ୟକ ସାମାଗ୍ରୀ ଘରେ ପହଞ୍ଚାଇବ ଭୁବନେଶ୍ଵର ମହାନଗର ନିଗମ। ପ୍ରାୟ ୨୦୦ ମୋବାଇଲ ଭ୍ୟାନ ଓ ବିଭିନ୍ନ ସଂସ୍ଥା ଦ୍ଵାରା ରାଜଧାନୀର ଲୋକମାନଙ୍କୁ ଏହି ସୁବିଧା ଯୋଗାଇବ ବିଏମସି। ଭୁବନେଶ୍ଵରରେ ୩0ରୁ ଅଧିକ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହୋଇଛନ୍ତି।

ଅତ୍ୟାବଶ୍ୟକ ସାମଗ୍ରୀ ଘରେ ପହଞ୍ଚାଇବ ମୋବାଇଲ ଭ୍ୟାନ – ବିଏମସି ଦେଲା ସୂଚନା

କରୋନା ମହାମାରୀ ଠାରୁ ସୁରକ୍ଷା ଆଉ ସାମାଜିକ ଦୂରତା ରକ୍ଷା କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି। ଫଳରେ ଲୋକମାନେ ଘରେ ବସି ପନିପରିବା ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପାଇ ପାରିବେ।

ଏଥିପାଇଁ ଦୈନିକ ବଜାର ପାଇଁ ୬୭ଟି ଓ୍ଵାର୍ଡରେ ୬୮ଟି ନୂଆ ସ୍ଥାନ ଚିହ୍ନିଟ କରାଯାଇଛି। ଚିହ୍ନଟ ହୋଇଥିବା ସ୍ଥାନ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ବ୍ୟବସାୟୀମାନଙ୍କୁ ବସିବାକୁ ଦିଆଯିବ ନାହିଁ ବୋଲି ବିଏମସି ସୂଚନା ଦେଇଛନ୍ତି। ଏହି ସ୍ଥାନରେ ବ୍ୟବସାୟୀଙ୍କୁ ସାମାଜିକ ଦୂରତାରେ ରକ୍ଷା କରିବାକୁ ପରାମର୍ଶ ଦିଆଯାଇଛି। ଏନେଇ ବିଏମସି ଟୁଇଟ୍ କରି ସୂଚନା ଦେବା ସହ ଚିହ୍ନଟ ହୋଇଥିବା ନୂଆ ସ୍ଥାନର ତାଲିକା ମଧ୍ୟ୍ୟ ଜାରି କରିଛି।

ସେହିପରି ଅତ୍ୟାବଶ୍ୟକ ସାମାଗ୍ରୀ ପହଞ୍ଚାଇବାକୁ ଥିବା ମୋବାଇଲ ଭ୍ୟାନ ଏବଂ ବିଭିନ୍ନ ସଂସ୍ଥାର ତାଲିକା ଓ ଫୋନ୍ ନମ୍ବର ଜାରି ହୋଇଛି। ଏନେଇ ପୋଲିସ କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ଟୁଇଟ୍ କରି ସୂଚନା ଦେଇଛନ୍ତି।

ରାଜଧାନୀ ଭୁବନେଶ୍ଵରରେ ରବିବାର ଦିନ ୧୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାପରେ ରାଜଧାନୀରେ କରୋନା କଟକଣା ଆହୁରି କଡ଼ାକଡ଼ି କରାଯାଇଛି। ନିକଟସ୍ଥ ବଜାରରୁ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଅପିଲ କରାଯାଇଛି। ସ୍ଥାନୀୟ ବଜାରକୁ ଲୋକମାନେ ମୋଟର ସାଇକେଲ ଆଣିବା ଉପରେ ମଧ୍ୟ୍ୟ କଟକଣା ଜାରି କରାଯାଇଛି।

ଅତ୍ୟାବଶ୍ୟକ ସାମଗ୍ରୀ ଘରେ ପହଞ୍ଚାଇବ ମୋବାଇଲ ଭ୍ୟାନ – ବିଏମସି ଦେଲା ସୂଚନା
ଅତ୍ୟାବଶ୍ୟକ ସାମଗ୍ରୀ ଘରେ ପହଞ୍ଚାଇବ ମୋବାଇଲ ଭ୍ୟାନ

ବର୍ତ୍ତମାନ ସୁଦ୍ଧା ଭାରତରେ ୪୦୬୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥବାବେଳେ ୨୯୨ଜଣ ଠିକ୍ ହେଇସାରିଲେଣି ଆଉ ୧୦୯ଜଣ ଙ୍କର ମୃତ୍ୟୁ ହେଇଗଲାଣି।

ଓଡିଶାରେ ୩୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଅନ୍ୟମାନଙ୍କ ଆଇସୋଲେସନ ଓ୍ଵାର୍ଡରେ ରଖି ଚିକିତ୍ସା କରାଯାଉଛି। ଓଡିଶା ସରକାର କରୋନା ମହାମାରୀ ସଂକ୍ରମଣ କୁ ରୋକିବା ପାଇଁ ବହୁତ ଚେଷ୍ଟା ଚଳେଇଛି ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *