ବହୁ ଦେଶରେ କରୋନା ଭାଇରସ ଭ୍ୟାକସିନର ଟ୍ରାୟଲ ଚାଲିଛି । ଏହା ଭିତରେ ଆମେରିକାର ବାୟୋଟିକ୍ କମ୍ପାନୀ ମର୍ଡନା (Moderna Inc) ନିଜର ଭ୍ୟାକସିନର ଫାଇନାଲ ଟ୍ରାଏଲ ଜୁଲାଇରେ କରିବାର ଘୋଷଣା କରିଥିଲା । କମ୍ପାନୀ ନିଜର ଟେଷ୍ଟିଂର ଫାଇନାଲ ପର୍ଯ୍ୟାୟରେ ପହଁଞ୍ଚି ସାରିଛି ଓ ଜୁଲାଇ ମାସରେ ୩୦ ହଜାର ଲୋକଙ୍କ ଉପରେ କରୋନା ଭ୍ୟାକସିନ୍ ଟ୍ରାଏଲ କରିବେ । ଏମାନଙ୍କ ଭିତରେ କିଛି ଲୋକଙ୍କୁ ରିୟଲ ସଟ୍ ଦିଆଯିବ । ସେଭଳି କିଛି ଲୋକଙ୍କୁ ଡମି ସଟ୍ ଦିଆଯିବ, ଯାହାଫଳରେ ଜଣାପଡିବ ଯେ, ଦୁହେଁ କେଉଁ ଗୋଷ୍ଠୀ ଦ୍ବାରା ଅଧିକ ସଂକ୍ରମିତ ।

କେମ୍ବ୍ରିଜ, ମାସାଚୁସେଟସ୍ ସ୍ଥିତି ବାୟୋଟେକର କହିବା ଅନୁସାରେ, ଏହି ଷ୍ଟଡିରେ ମୁଖ୍ୟ ଲକ୍ଷଣ ଥିବା କୋଭିଡ୍-୧୯ ରୋଗୀଙ୍କୁ ରୋକିବା । ଏହାପରେ ଦ୍ବିତୀୟ ପ୍ରାଥମିକତା ହେଲା ଏହି ମହାମାରୀକୁ ରୋକିବା, ଯାହାଫଳରେ ଲୋକଙ୍କୁ ହସ୍ପିଟାଲରୁ ଦୂରେଇ ରଖିହେବ । Moderna Inc ପକ୍ଷରୁ କୁହାଯାଇଛି ଯେ, ଶେଷ ପର୍ଯ୍ୟାୟ ଗବେଷଣା ପାଇଁ ଭ୍ୟାକସିନର ୧୦୦ ମାଇକ୍ରୋଗ୍ରାମ୍ ଡୋଜ୍ ପ୍ରସ୍ତୁତ କରାଯାଇଥିଲା । ଏହାଛଡା କମ୍ପାନୀ ପ୍ରତିବର୍ଷ ପ୍ରାୟ ୫୦ କୋଟି ଡୋଜ୍ ଡେଲିଭରି କରିବାର ପ୍ରସ୍ତୁତିରେ ରହିଛି । କମ୍ପାନୀ ଏହି ଡୋଜ୍ ସ୍ବିସ୍ ଡ୍ରଗମେକର Lonza ସହିତ ମିଶି ପ୍ରସ୍ତୁତ କରିବ । ସେଭଳି ଚୀନର ବାୟୋଟେକ୍ କମ୍ପାନୀ ସିନୋଓ୍ବିକ୍ ବ୍ରାଜିଲର ଲୋକଙ୍କ ଉପରେ କରୋନା ଭ୍ୟାକସିନର ଫାଇନାଲ ଟ୍ରାୟଲ କରିବେ ।
ଟେଷ୍ଟିଂ ଫାଇନାଲ ପର୍ଯ୍ୟାୟରେ ପହଁଞ୍ଚି ସାରିଛି
ବ୍ରାଜିଲରେ କରୋନା ଭାଇରସ୍ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ସେଠାର ସରକାର ଘୋଷଣା କରିଥିଲେ ଯେ, ସିନୋଭିକ୍ ବ୍ରାଜିଲର ୯୦୦୦ ଲୋକଙ୍କ ଉପରେ ଟେଷ୍ଟିଂ ପାଇଁ ପର୍ଯ୍ୟାପ୍ତ ପରିମାଣ ଭ୍ୟାକସିନ୍ ପଠାଇବ । ଏହି ଟେଷ୍ଟିଂ ଆଗାମୀ ମାସରେ ଆରମ୍ଭ କରାଯିବ । ସାଓ ପାଉଲୋର ରାଜ୍ୟପାଳ ଜୋଆଓ ଡୋରିୟା କହିଛନ୍ତି, ଯଦି ଏହା କାମ କରେ ତେବେ ଆମେ ଭ୍ୟାକସିନ ଯୋଗେ ବ୍ରାଜିଲର ଲକ୍ଷ ଲକ୍ଷ ଲୋକଙ୍କୁ ସୁରକ୍ଷିତ ରଖିବାରେ ସକ୍ଷମ ହେବୁ ।

‘ବିଶ୍ବରେ କୋଭିଡ୍-୧୯ ର ପ୍ରାୟ ୧୦-୧୨ ସମ୍ଭାବିତ ଭ୍ୟାକସିନ୍ ପରୀକ୍ଷଣ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି । ଆମେରିକାର National Institutes of Health ଅନେକ ଭ୍ୟାକସିନର ଫାଇନାଲ ଟେଷ୍ଟିଂ କରିଛି । ଏଥିରେ ଅକ୍ସଫୋର୍ଡ ୟୁନିଭର୍ସିଟି ଦ୍ବାରା ତିଆରି କରାଯାଇଥିବା ଭ୍ୟାକସିନ୍ ରହିଛି । ଭ୍ୟାକସିନ୍ ରିସର୍ଚ୍ଚ ସେଣ୍ଟରର ସଦସ୍ୟ ଡାକ୍ତର ଜନ୍ ମେସ୍କୋଲା National Academy of Medicine ର ବୈଠକରେ କହିଥିଲେ ଯଦି ସବୁ କିଛି ଠିକ୍ ଭାବରେ ଲାଗୁ ହେବ ତେବେ, ଚଳିତ ବର୍ଷ ଶେଷ ପର୍ଯ୍ୟନ୍ତ ଏହି ବିଷୟରେ ଆମେ ଜାଣି ପାରିବା କେଉଁ ଭ୍ୟାକସିନ୍ କରୋନା ଭାଇରସ୍ ଉପରେ କାମ କରିବ । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ, ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।