ମୋଦି କ୍ୟାବିନେଟ ସମଗ୍ର ଦେଶପାଇଁ ପିଏମ ୱାଇ-ଫାଇ କୁ ଦେଲେ ମଂଜୁରୀ,ଏକ କୋଟି ଡାଟା ସେଣ୍ଟର ଖୋଲାଯିବ।

ଦେଶରେ ପବ୍ଲିକ ୱାଇ-ଫାଇ ପାଇଁ ମୋଦି ସରକାର କଲା ବଡ଼ ଘୋଷଣା। ମୋଦି କ୍ୟାବିନେଟ ବୈଠକରେ ବୁଧବାର ଦେଶରେ ଏକ କୋଟି ଡାଟା ସେଣ୍ଟର ଖୋଳାଯିବାକୁ ନିଷ୍ପତ୍ତି ନିଆଗଲା।

Google

କୃଷି ଆଇନ ବିରୁଦ୍ଧରେ ଆନ୍ଦୋଳନ ଚାଲୁଥିବା ମଧ୍ୟରେ ବୁଧବାର କ୍ୟାବିନେଟର ବୈଠକ ହେଇଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ଅନୁପସ୍ଥିତ ଥିଲେ। ବୈଠକ ପରେ ମନ୍ତ୍ରୀ ପ୍ରକାଶ ଜାଭେଦକର,ରବି ଶଙ୍କର ପ୍ରସାଦ,ସନ୍ତୋଷ ଗୱାନର କ୍ୟାବିନେଟର ନିଷ୍ପତ୍ତି ବିଷୟରେ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ରବି ଶଙ୍କରଙ୍କ ଅନୁସାରେ ସରକାର ସମଗ୍ର ଦେଶରେ ଏକ କୋଟି ଡାଟା ସେଣ୍ଟର ଖୋଲିବେ। ଏହାକୁ ପ୍ରଧାନମନ୍ତ୍ରୀ ୱାଇ-ଫାଇ ଆକ୍ସେସ ଇଣ୍ଟରଫେସ ଯୋଜନାର ନାମ ଦିଆଯାଇଛି। ଯାହାଦ୍ଵାରା ସମଗ୍ର ଦେଶରେ ୱାଇ-ଫାଇ ର ଏକ କ୍ରାନ୍ତି ଆସିବ।

ଏହାଯୋଗୁଁ ସରକାର ପବ୍ଲିକ ଡାଟା ଅଫିସ ଖୋଲିବ।ଏଥିପାଇଁ କୌଣସି ଲାଇସେନ୍ସର ଆବଶ୍ୟକତା ନାହିଁ।କୌଣସି ମହଜୁଦ ଦୋକାନକୁ ଡାଟା ଅଫିସରେ ପରିବର୍ତ୍ତନ କରାଯିବ। ସରକାରଙ୍କ ପକ୍ଷରୁ ଡାଟା ଅଫିସ,ଡାଟା ଆଗ୍ରିଗେଟର,ଆପ ସିଷ୍ଟମ ଆଦି ଖୋଲିବାକୁ ୭ ଦିନ ମଧ୍ୟରେ ସେଣ୍ଟର ଖୋଲିବାପାଇଁ ଅନୁମତି ଦିଆଯିବ।

କେନ୍ଦ୍ରମନ୍ତ୍ରୀ ରବିଶଙ୍କର କହିଲେ କି ଲାକ୍ଷଦ୍ବୀପ ରେ ଥିବା ଦ୍ବୀପମାନଙ୍କରେ ଫାଇବର୍ କନେକେଟଭିଟି ଦ୍ୱାରା ଯୋଡ଼ାଯିବ। କୋଚି ଠାରୁ ଆରମ୍ଭ କରି ଲାକ୍ଷାଦ୍ବୀପ ପର୍ଯ୍ୟନ୍ତ ୧୧ ଟି ଦ୍ୱୀପରେ ୧୦୦୦ ଦିନ ମଧ୍ୟରେ କନେକଟଭିଟି ପହଞ୍ଚିବ।

Google
ଆତ୍ମନିର୍ଭର ଭାରତ ରୋଜଗାର ଯୋଜନାକୁ ମଂଜୁରୀ:-

ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ପ୍ରେସ୍ କନଫେରେନ୍ସରେ କହିଲେ କି ଦେଶରେ ଆତ୍ମନିର୍ଭର ଭାରତ ରୋଜଗାର ଯୋଜନା କାର୍ଯ୍ୟକାରୀ କରାଯିବ। ଏହା ଦ୍ୱାରା ୨୦୨୦-୨୩ ପର୍ଯ୍ୟନ୍ତ ୨୨,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏହା ଦ୍ୱାରା ୫୮.୩ ଲକ୍ଷ ଲୋକ ଲାଭବାନ ହେବେ। ମାର୍ଚ୍ଚ ୨୦୨୦ ଠାରୁ ଆରବର୍ଷ ଯାଏଁ ଯେଉଁମାନେ ନିଜ ଚାକିରୀରେ ଅଛନ୍ତି ସେମାନଙ୍କର ଇପିଏଫ ଅଂଶଦାନ ସରକାର ଦେବ। ଯେଉଁ କମ୍ପାନୀରେ ୧୦୦୦ ରୁ କମ୍ କର୍ମଚାରୀ କାମ କରୁଛନ୍ତି ସେମାନଙ୍କର ୨୪ ପ୍ରତିଶତ ଇପିଏଫ ଅଂଶଦାନ ସରକାର ଦେବ।

ଆତ୍ମନିର୍ଭର ଭାରତ ରୋଜଗାର ଯୋଜନାକୁ ମଂଜୁରୀ ଦେଲା କ୍ୟାବିନେଟ, ଅର୍ଥମନ୍ତ୍ରୀ କଲେ ଘୋଷଣା:-

ସନ୍ତୋଷ ଗଙ୍ଗୱାର୍ କହିଲେ କି ଯେତେବେଳେ ମୋଦି ସରକାର କ୍ଷମତାକୁ ଆସିଲେ ସେତେବେଳେ ଅର୍ଗାନାଇଜଡ଼ ସଂସ୍ଥାରେ ୬ କୋଟି ରୋଜଗାର ଥିଲା। ବର୍ତ୍ତମାନ ତାହା ବଢି ୧୦ କୋଟିରେ ପହଞ୍ଚିଲାଣି। ଏହା ବ୍ୟତୀତ କ୍ୟାବିନେଟ ଅରୁଣାଚଳପ୍ରଦେଶ ଏବଂ ଆସମରେ ୟୁଏସ୍ଓଏଫ ଯୋଜନାକୁ ମଂଜୁରୀ ଦେଇଛନ୍ତି। କ୍ୟାବିନେଟ ବ୍ରିଫିଙ୍ଗ ସମୟରେ ଯେତେବେଳେ ମନ୍ତ୍ରୀମାନଙ୍କୁ କୃଷିଆଇନ ପରିବର୍ତ୍ତନ ସମ୍ପର୍କରେ ପଚରାଗଲା ସେତେବେଳେ ସେମାନେ କହିଲେ କି ସରକାର କୃଷକମାନଙ୍କ ସହ କଥା ହେଇ ଏହାର ସମାଧାନର ଦିଗ ବାହାରକରୁଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *