ମୋଦି ଜମା କରିବେ ଖାତାରେ ଟଙ୍କା, ୧୦ ତାରିଖ ପର୍ଯ୍ୟନ୍ତ ମହିଳାଙ୍କ ଆକାଉଣ୍ଟକୁ ଆସିବ ଟଙ୍କା । କରୋନା ଭାଇରସ ମହାମାରୀ ସଂକଟକୁ ଲକ୍ଷ୍ୟ କରି ମୋଦି ସରକାର ମହିଳାଙ୍କ ଜନଧନ ଖାତାରେ ଏପ୍ରିଲ ମାସରୁ ତିନି ମାସ ପର୍ଯ୍ୟନ୍ତ ପ୍ରତି ମାସ ୫୦୦ ଟଙ୍କା ଲେଖାଁଏ ଟ୍ରାନ୍ସଫର କରୁଛନ୍ତି । ଉପଭୋକ୍ତାଙ୍କ ଆକାଉଣ୍ଟରେ ୫୦୦ ଟଙ୍କା ଲେଖାଁଏ ଜୁନ ୧୦ ପର୍ଯ୍ୟନ୍ତ ଜମା କରାଯିବ । ଏହି ଟଙ୍କା ତୃତୀୟ ତଥା ଶେଷ କିସ୍ତି ଅଟେ । ଏହାପୂର୍ବରୁ ମଧ୍ୟ ସରକାର ଦୁଇ ଥର ୫୦୦-୫୦୦ ଟଙ୍କା ଉପଭୋକ୍ତାଙ୍କ ଖାତାରେ ଜମା କରିସାରିଛନ୍ତି । ଜନଧନ ଖାତାର ପ୍ରଥମ କିସ୍ତି ଏପ୍ରିଲରେ, ଦ୍ୱିତୀୟ କିସ୍ତି ମେ ଏବଂ ତୃତୀୟ କିସ୍ତି ଏବେ ଜୁନରେ ୫ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଜମା କରାଯିବ ।
ବ୍ୟାଙ୍କରେ ଟଙ୍କା ଉଠାଇବା ପାଇଁ ଯେପରି ଅଧିକ ଭିଡ ନ ଲାଗୁ ସେଥିପାଇଁ ଅନେକ ସୁବିଧା ମଧ୍ୟ କରିଦିଆଯାଇଛି । ଆକାଉଣ୍ଟ ନମ୍ବର ଶେଷ ସଂଖ୍ୟା ଅନୁଯାୟୀ ଟଙ୍କା ଉଠାଇବାର ସୁବିଧା ଦିଆଯାଇଛି । ଏଥିସହିତ ଖାତାଧାରକ ବ୍ୟାଙ୍କ ବ୍ରାଞ୍ଚରେ ଯାଇ ଟଙ୍କା ନେଇପାରିବେ ନଚେତ ଏଟିଏମ ଦ୍ୱାରା ମଧ୍ୟ ଉଠାଇପାରିବେ।

ଏହି ତାରିଖ ଅନୁଯାୟୀ ଉଠାଇପାରିବେ ଟଙ୍କା:
ପ୍ରଣାଳୀ ଅନୁଯାୟୀ ଯେଉଁ ମହିଳାଙ୍କ ଜନଧନ ଆକାଉଣ୍ଟର ଅନ୍ତିମ ଅଙ୍କ ୦ କିମ୍ବା ୧, ସେମାନେ ଆଜି ଅର୍ଥାତ ୪ ମେ ୨୦୨୦କୁ ବ୍ୟାଙ୍କ ଯାଇ ଟଙ୍କା ଆଣିପାରିବେ ।
ଯେଉଁ ମହିଳାଙ୍କ ଜନଧନ ଆକାଉଣ୍ଟ ନମ୍ବରର ଶେଷ ଅଙ୍କ ୨ ଓ ୩, ସେମାନେ ୫ ମେ ଅର୍ଥାତ ଆସନ୍ତାକାଲି ଏହି ଟଙ୍କାକୁ ଉଠାଇପାରିବେ । ସେହିପରି ଯେଉଁ ହିତାଧିକାରୀଙ୍କ ଆକାଉଣ୍ଟ ନମ୍ବରର ଶେଷ ଅଙ୍କ ୪ ଓ ୫, ସେମାନେ ମେ ୬ ତାରିଖରେ ଉଠାଇପାରିବେ । ଯେଉଁମାନଙ୍କ ଆକାଉଣ୍ଟ ନମ୍ବରର ଶେଷ ଅଙ୍କ ୬ ଓ ୭, ସେମାନେ ୮ ତାରିଖ ଏବଂ ଯେଉଁମାନଙ୍କର ଆକାଉଣ୍ଟ ନମ୍ବରର ଅନ୍ତିମ ଅଙ୍କ ୮ ଓ ୯ ସେମାନେ ମେ ୧୧ ତାରିଖରେ ଉଠାଇପାରିବେ ।
ସେହିପରି ୧୧ ମେ ପରେ ଯଦି କୌଣସି ହିତାଧିକାରୀ ଟଙ୍କା ଆଣିପାରିନାହାନ୍ତି ସେମାନେ ତାଙ୍କ ସୁବିଧା ଅନୁଯାୟୀ ବ୍ୟାଙ୍କରୁ ଟଙ୍କା ଆଣିପାରିବେ । ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାରେ ଖୋଲାଯାଇଥିବା ଖାତାର ଗ୍ରାହକଙ୍କୁ ଅନେକ ସୁବିଧା ଦିଆଯାଇଥାଏ । ଦେଶରେ ଏହି ସମୟରେ ୩୮.୫୭ କୋଟି ଲୋକଙ୍କ ପାଖରେ ଜନଧନ ଆକାଉଣ୍ଟ ରହିଛି। ଯେଉଁଥିରେ ପ୍ରାୟ ୨୦.୦୫ କୋଟି ମହିଳାଙ୍କ ନାମରେ ଜନ ଧନ ଖାତା ରହିଛି ।
ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ, ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।