IPL ୨୦୨୧:ଚେନ୍ନାଇ ସୁପର କିଙ୍ଗସର ମୋଇନ ଅଲ୍ଲୀ ଉଠାଇଲେ ବଡ କଦମ , ଜାଣିଲେ ହେବେ ଆଶ୍ଚର୍ଯ୍ୟ।

ଇଂଲଣ୍ଡର ଅଲରାଉଣ୍ଡର ମୋଇନ ଅଲ୍ଲୀ ଆଇପିଏଲରେ ଏଥର ସିଏସକେ ପଟେ ଖେଳିବାର ଦେଖାଦେବେ। ଫେବୃଆରୀରେ ହୋଇଥିବା ନିଲାମୀରେ ସିଏସକେ ୭ କୋଟିରେ ତାଙ୍କୁ କ୍ରୟ କରିଥିଲା। ଆଇପିଏଲ ଆରମ୍ଭ ହେବା ଆଗରୁ ସେ ବଡ଼ କଦମ ଉଠେଇ ନିଜ ଜର୍ସିରେ ମଦ ବ୍ରାଣ୍ଡ ଲୋଗୋ ଲାଗେଇବାକୁ ମନ କରିଦେଇଛନ୍ତି । ଟିମ ମ୍ୟାନେଜମେଣ୍ଟକୁ ଅନୁରୋଧ କରିବା ପରେ ଟିମ ତାଙ୍କର କଥା ମାନି ନେଇଥିଲା।

Google

ମୋଇନ ମୁସଲିମ ଅଟନ୍ତି। ସେ ମଦ ପିଅନ୍ତି ନାହିଁ କିମ୍ବା ପ୍ରୋତ୍ସାହନ ମଧ୍ୟ ଦିଅନ୍ତି ନାହିଁ। ସେ ଇଂଲଣ୍ଡ ପାଇଁ ଖେଳିବା ସମୟରେ ମଧ୍ୟ ଏହି କଥାର ଧ୍ୟାନ ରଖନ୍ତି। ଘରୋଇ କ୍ରିକେଟ ଜର୍ସିରେ ସେ ମଧ୍ୟ ମଦର ପ୍ରଚାର କରନ୍ତି ନାହିଁ। ଆଦିଲ ରସିଦ ମଧ୍ୟ ମଦ ଠାରୁ ଦୂରରେ ନିଜକୁ ରଖନ୍ତି। ଯେବେ ଇଂଲଣ୍ଡ ଟିମ କୌଣସି ସିରିଜ ଜିତେ ସାମପେନରେ ମଜା କରନ୍ତି। ଏତିକି ବେଳେ ଆଦିଲ ଓ ମୋଇନଙ୍କୁ କେତେ ଥର ସେ ଜାଗାରୁ ପଳେଇବାର ଦେଖାଯାଏ।

ସିଏସକେର ଜର୍ସି କଥା କହିବାକୁ ଗଲେ ସେଥିରେ ଏସଏନଜେ ୧୦୦୦୦ର ଲୋଗୋ ରହିଛି। ଯାହା ଏକ ମଦ କମ୍ପାନୀ ଅଟେ ବୋଲି ଜଣା ଯାଇଛି। ଏହା ଚେନ୍ନାଇରେ ହିଁ ତିଆରି ହୁଏ। ସିଏସକେ ମଧ୍ୟ ମୋଇନଙ୍କ ଏହି ନିବେଦନ ରକ୍ଷା କରିଛନ୍ତି। ମୋଇନ ଆରସିବି ସହ ୨୦୧୮ରୁ ଯୋଡି ହୋଇଥିଲେ। ସେ ମୋଟ ୧୯ ଟି ଆଇପିଏଲ ମ୍ୟାଚ ଖେଳି ୩୦୯ ରନ କରି ୧୦ ୱିକେଟ ଅକ୍ତିଆର କରିଛନ୍ତି।

Google

ମୋଇନ ଧୋନିଙ୍କ ଅଧୀନରେ ଖେଳିବା ପାଇଁ ଉତ୍ସୁକ ଅଛନ୍ତି। ମୋଇନ କହଥିଲେ କି,”ମୁଁ ସେହି ଖେଳାଳିଙ୍କ ସହ କଥା ହୋଇଛି ଯିଏ ଧୋନୀଙ୍କ ଅଧିନରେ ଖେଳିଛନ୍ତି। ସେ କହିଲେ କିପରି ଧୋନି ତମ ଖେଳରେ ସୁଧାର ଆଣିବେ। ମତେ ଲାଗୁଛି ସେ ଜଣେ ଉଚ୍ଚକୋଟିର କ୍ୟାପଟେନ।”ସିଏସକେ ନିଜ ପ୍ରଥମ ମ୍ୟାଚ ଋଷଭ ପନ୍ତଙ୍କ ଟିମ ଦିଲ୍ଲୀ ସହ ୧୦ ଏପ୍ରିଲରେ ଖେଳିବା ପାଇଁ ପଡିଆକୁ ଓହ୍ଲାଇବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *