ମିଚେଲ ଷ୍ଟାର୍କ ଏବଂ ସକଲେନ ମୁସ୍ତାକଙ୍କ ସ୍ୱତନ୍ତ୍ର କ୍ଲବରେ ଯୋଗଦେବା ପାଇଁ ମହମ୍ମଦ ଶାମି ମାତ୍ର ୨ ୱିକେଟ୍ ଦୂରରେ ଅଛନ୍ତି ।
ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଖେଳୁଥିବା ଭାରତୀୟ ଦଳ ପ୍ରଥମରୁ ହିଁ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ସିରିଜ ହାରି ଯାଇଛନ୍ତି ଏବଂ ତାଙ୍କ ପାଖରେ ୩ୟ ଦିନିକିଆକୁ କ୍ଲିନ ସ୍ୱିପରୁ ବଞ୍ଚାଇବାକୁ ଅଛି । ୩ୟ ଦିନିକିଆ କାନବେରାରେ ଖେଳାଯିବ । ପୂର୍ବ ଦୁଇ ମ୍ୟାଚ ସିଡ଼ନିରେ ଖେଳାଯାଇଥିଲା । ଯେଉଁଠି ଭାରତୀୟ ବୋଲର ପ୍ରଭାବ ପକାଇ ପାରିନାଁହାନ୍ତି ।

ଟିମର ଖାସ ବୋଲର ଯଶପ୍ରୀତ ବୁମରା ମଧ୍ୟ କିଛି ଖାସ କରିନଥିଲେ ଏବଂ ଏହି କାରଣରୁ ତାଙ୍କୁ ସମାଲୋଚନା କରାଯାଉଛି । ମହମ୍ମଦ ସାମୀଙ୍କ ଯାଦୁ ମଧ୍ୟ ଚାଲି ପାରିଲାନି । ସେ ୩ଟି ୱିକେଟ ନେଲେ ଏବଂ ୬ ରନ ଇକୋନୋମିରେ ରନ ଦେଇଥିଲେ । ହେଲେ ୨ୟ ମ୍ୟାଚରେ ଅଷ୍ଟ୍ରେଲିଆ ବ୍ୟାଟ୍ସମାନ ଫାଇଦା ଉଠାଇଥିଲେ । ଭାରତ ଆଗରେ ୩୯୦ ରନର ଲକ୍ଷ୍ୟ ରଖିଥିଲେ । ଦଳ ସହିତ ସାମୀଙ୍କ ନଜର କାନବେରାରେ ନିଜର ଯାଦୁ ଦେଖାଇବା ଉପରେ ଅଛି ।
ସାମୀ ସବୁଠୁ ଶୀଘ୍ର ୧୫୦ ୱିକେଟ ନେବା ଭାରତୀୟ ବୋଲର ବନିବେ:
ପୂର୍ବ କିଛି ଦିନରୁ ସାମୀ ନିଜର ଚମତ୍କାର ପଦର୍ଶନ ଜାରି ରଖିଛନ୍ତି । ସେ ବାଜି ପଲଟାଇଦେବା ବୋଲର ଅଟନ୍ତି । ହେଲେ ଏହା ପରେ କିଏ ବି ସାମୀଙ୍କ ରେକର୍ଡ ଉପରେ ନଜର ରଖିନାହାନ୍ତି । ସେ ଦିନିକିଆରେ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି । ଏବେ ସାମି ଅଜିତ ଅଗରକର ଙ୍କର ୧୮ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିବା ପାଇଁ ୨ ୱିକେଟ ଦୂରରେ ଅଛନ୍ତି । ୭୦ ଦିନିକିଆରେ ସାମୀ ୧୪୮ ଟି ୱିକେଟ ଅଛି । ତାଙ୍କ ପାଖରେ ସବୁଠୁ ଶୀଘ୍ର ୧୫୦ ୱିକେଟ ନେବା ଭାରତୀୟ ବୋଲର ବନିବାର ସୁଯୋଗ ଅଛି ।

କାନବେରାରେ ସାମୀ ଯଦି ୨ଟି ୱିକେଟ ନିଅନ୍ତି ତେବେ ସେ ସବୁଠୁ ଜଲଦି ୧୫୦ ୱିକେଟ ନେବାର ଭାରତୀୟ ବୋଲର ବନିବା ସହିତ ମିଚେଲ ଷ୍ଟାକ ଏବଂ ସକଲେନ ମୁସ୍ତାକଙ୍କ ପରେ ସେ ଦୁନିଆର ୩ୟ ବୋଲର ବନିବେ । ଷ୍ଟାର୍କ ୭୭ ଏବଂ ମୁସ୍ତାକ ୭୯ ମ୍ୟାଚରେ ୧୫୦ ୱିକେଟ ନେଇଛନ୍ତି । ହଁ ସାମୀଙ୍କ ଏହି ରେକର୍ଡ କଷ୍ଟ ଅଟେ ହେଲେ ଏହାକୁ ଅକ୍ତିଆର କରିବାକୁ ସାମୀଙ୍କୁ କେହି ଅଟକାଇ ପାରିବେନି । ଅଗରକର ୯୭ ମ୍ୟାଚରେ ୧୫୦ ୱିକେଟ ନେଇଥିଲେ ।
ବନ୍ଧୁଗଣ ଆପଣ ଏହିପରି ଦେଶ ବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟ ରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ନୂଆ ତଥ୍ୟ ଜାଣି ପାରିବେ ।