ଗୋଟେ ଆକାଶିଆ ଗଛରୁ ହଠାତ ୫୦୦ ଟଙ୍କିଆ ନୋଟର ବର୍ଷା ହେଲା। ଏହି ନୋଟ ଗଳୁଥିବାର ଦେଖି ଲୋକ ଚକିତ ହୋଇଗଲେ ଓ ଦେଖିଲେ କି ଏହାକୁ ଏକ ମାଙ୍କଡ଼ ପକାଉଛି। ଡେରି ନ କରି ଲୋକ ଏହି ଟଙ୍କା ଲୁଟିବାକୁ ଲାଗିଲେ। ଏହି ଖବର ପୁଲିସ ପାଖରେ ପହଞ୍ଚିଗଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଦେଲା। ଘଟଣାଟି ଉତ୍ତରପ୍ରଦେଶ ରାଜ୍ୟର ଅଟେ।

ପୁଲିସ ଅନୁସାରେ ଆକାଶିଆ ଗଛ ପାଖରେ ଏକ ଗାଡି ଥିଲା। ଯେଉଁଥିରେ ପଇସା ଥିଲା। ମାଙ୍କଡ଼ ପଇସା ପୁଡାକୁ ନେଇ ଗଛ ଉପରକୁ ଚଢ଼ିଗଲା ଓ ପଇସା ପକେଇବାକୁ ଆରମ୍ଭ କଲା। ପାଖରେ କିଛି ମହିଳା ଥିଲେ ଯିଏ ଲୁଟିବା ଆରମ୍ଭ କରିଦେଲେ। କିଛି ସମୟ ମଧ୍ୟରେ ଏଠାରେ ଭିଡ଼ ଜମା ହୋଇଗଲା । ଲୋକ ସବୁ ପଇସା ନେଇ ପଳେଇଲେ ଓ ମାଙ୍କଡ଼ ମଧ୍ୟ ପଳେଇଲା।
ପୁଲିସ ଅନୁସାରେ ଏହି ପଇସା ରାକେଶ ନାମକ ବ୍ୟକ୍ତିର ଅଟେ। ଏହି ବ୍ୟକ୍ତି ସୋମବାର ସକାଳ ପାଖାପାଖି ୧୧.୩୦ ରେ ଗାଡି ଆଣି ତହସିଲ ଆସିଥିଲା।ଗାଡ଼ିରେ ୫ ଲକ୍ଷ ଟଙ୍କା ଥିଲା। ଯୋନପୁର ଗାଁର ଚୋୖବାପୁରା ଗାଁ ର ରାକେଶ ପୁତ୍ର ତୁଳସିରାମ ନିକଟରେ ଏକ କ୍ଷେତ କିଣିଥିଲେ ଓ ଏହି କାରଣ ପାଇଁ ତହସିଲରେ ଓକିଲଙ୍କ ପାଖକୁ ଆସିଥିଲେ। ତହସିଲ ପାଖରେ ମହିଳା ହସ୍ପିଟାଲ ପରିସର ଅଛି। ଯେଉଁଠି ଏକ ଆକାଶିଆ ଗଛ ପାଖରେ ସେ ତାଙ୍କର କାର ଠିଆ କରିଦେଲେ। ତର ତର ହୋଇ ରାକେଶ ଗାଡିର କାଚ ଦେବାକୁ ଭୁଲି ଯାଇଥିଲା।

ଗାଡି ଭିତରେ ଏକ ମୁଣା ଥିଲା ଯେଉଁଥିରେ ୫ ଲକ୍ଷ ଟଙ୍କା ଥିଲା। ମାଙ୍କଡ଼ ଗାଡି ଭିତରକୁ ପଶିଗଲା ଓ ଗାଡ଼ିରେ ଥିବା ମୁଣାକୁ ଖୋଲି ଓ ସେଥିରେ ଥିବା ପଇସାକୁ ଗାଡ଼ିରେ ପକେଇଦେଲା। ଏହାପରେ ଏକ ମୁଣାକୁ ନେଇ ସେ ବାହାରକୁ ଆସିଲା। ଯେଉଁଥିରେ ୫୦,୦୦୦ ଟଙ୍କା ଥିଲା।ଏହାକୁ ନେଇ ସେ ଅକାଶିଆ ଗଛକୁ ଚଢ଼ିଗଲା ଓ ତଳକୁ ପଇସା ପକେଇବାକୁ ଲାଗିଲା। ସେ ଅଲଗା ଅଲଗା ଡାଳରେ ବସି ପଇସା ପକେଇଲା ଯେପର୍ଯ୍ୟନ୍ତ ପଇସା ନ ସରିଛି।
ଘଟଣାଜାଗାରେ ଥିବା ଗ୍ରାମୀଣ ରାଜକୁମାର କହିଲେ କି ଆକାଶିଆ ଗଛରେ ଡାଳ କୁ ଡାଳ ଡେଉଁଥିବା ମାଙ୍କଡ଼ ହାତରୁ ଟଙ୍କା ପଡିଲା ଓ ପାଖରେ ବସିଥିବା ମହିଳା ନୋଟ ଉଠେଇବାକୁ ବ୍ୟସ୍ତ ରହିଲେ । ଏହାପରେ ଏଠାକୁ ଆଉ ମଧ୍ୟ ଲୋକ ଆସିଲେ। ଭିଡ଼ ହୋଇଗଲା ପରେ ଏହି ଖବର ପୁଲିସକୁ ଦିଆଗଲା । ପୁଲିସ ପହଁଚିବା ପୂର୍ବରୁ ପୁରା ମୁଣା ଶେଷ ହୋଇଯାଇଥିଲା। ଲୋକ ନୋଟ ନେଇ ଯାଉଥିଲେ ଓ ପୁଲିସକୁ କହିଲେ କି ମାଙ୍କଡ଼ ନୋଟ ପକେଇଲା । ପୁଲିସ ମାଙ୍କଡ଼କୁ ଦେଖିବାକୁ ଗଛ ପାଖକୁ ଯିବାରୁ ମାଙ୍କଡ଼ ପଳେଇଗଲା।

ରାକେଶ ତହସିଲରୁ ଆସିବା ପରେ ଦେଖିଲା କି ନୋଟ ଆସେସାଡ଼େ ପଡିଛି। ସେ ଗଣିଲା ତ ଏକ ମୁଣା କମ ଥିଲା।ସେ ପାଖରେ ଥିବା ପୁଲିସକୁ ପଚାରିଲାରୁ ଜାଣିବାକୁ ପାଇଲା ଯେ ମାଙ୍କଡ଼ ଏକ ମୁଣା ନେଇଯାଇଛି ଓ ଗଛରେ ବସି ତଳକୁ ପଇସା ପକେଇଚି। ରାକେଶ ପୁଲିସକୁ କହିଲା କି ଗାଡ଼ିରେ ମୋଟ ୫ ଲକ୍ଷ ଟଙ୍କା ଥିଲା ଯେଉଁଥିରୁ ୫୦,୦୦୦ ଟଙ୍କା କମ ଅଛି। ପୁଲିସ ରାକେଶକୁ କହିଲା କି ତମ ବେଳା ଭଲ ୫୦,୦୦୦ ଟଙ୍କା ନେଇଯାଇଛି ଆଉ ବାକି ୪.୫୦ଲକ୍ଷ ଟଙ୍କା ରଖିଛି। ଯଦି ସବୁ ନେଇଯାଇଥାନ୍ତା ତେବେ ଆପଣ ବହୁତ ହଇରାଣ ହୋଇଥାନ୍ତେ।
ଇନିସପେକ୍ଟର ବିନୋଦ କୁମାର ପବାର ଏହି ଘଟଣା ବିଷୟରେ କହିଲେ କି ମାଙ୍କଡ଼ କାରର ଖୋଲା କାଚ ବାଟ ଦେଇ ଟଙ୍କା ଆଣି ଗଛ ଉପରକୁ ଚଢ଼ିଗଲା ଓ ଟଙ୍କା ତଳକୁ ପକେଇବାକୁ ଲାଗିଲା। ପାଖରେ ଥିବା ଲୋକ ପଇସା ଲୁଟିଲେ। ଠିକ ସମୟରେ ସୂଚନା ମିଳିଛି ନ ହେଲେ ବହୁତ କ୍ଷତି ହୋଇଥାନ୍ତା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।