ୱେଟିଂ ଲିଷ୍ଟରେ ଥିବା ୧ କୋଟିରୁ ଅଧିକ ଯାତ୍ରୀ, ଟ୍ରେନରେ ଯାତ୍ରା କରିପାରିଲେ ନାହିଁ । ଜାଣନ୍ତୁ ସମ୍ପୂର୍ଣ ଖବର ।

ପ୍ରତୀକ୍ଷା ସୂଚୀରେ ନାମ ରହିଯିବା କାରଣରୁ ୨୦୧୯-୨୦ ରେ ୧ କୋଟିରୁ ଅଧିକା ଯାତ୍ରୀ ଟ୍ରେନରେ ଯାତ୍ରା କରିପାରିଲେ ନାହିଁ । ସୂଚନାର ଅଧିକାର (ଆରଟିଆଇ) ଜରିଆରେ ଦର୍ଜ ହୋଇଥିବା ଏହି କଥା ସାମନାକୁ ଆସିଛି । ଯେଉଁଥିରେ ଏହା ସଂକେତ ମିଳିଛି କି ଦେଶରେ ଅପେକ୍ଷାକୃତ ବ୍ୟସ୍ତ ଜାଗାରେ ଟ୍ରେନର ଅଭାଵ ରହିଛି ।

Google

ଅର୍ଜିର ଜବାବ ଏହା କୁହାଯାଇଛି କି ୨୦୧୯-୨୦ ରେ ମୋଟ ୮୪,୬୧,୨୦୪ ପ୍ୟାସେଞ୍ଜରଙ୍କ ନାମ ରିକାର୍ଡ (ପିଏନଆର) ପ୍ରତୀକ୍ଷା ସୂଚୀ ରହିଯାଇଥିବାରୁ ତାହା ରଦ୍ଦ ହୋଇଯାଇଛି।ଏହି ପିଏନଆର କାରଣରୁ ଦେଢ଼ କୋଟିରୁ ଅଧିକ ଲୋକଙ୍କ ଯାତ୍ରା କରିବାର ଥିଲା। ରେଳ ମନ୍ତ୍ରଣାଳୟ ନିଜ କ୍ଷେତ୍ରର ଟ୍ରେନ ପେଶ କରି ପ୍ରଥମ ଥର ଟ୍ରେନ ଯାତ୍ରା ପାଇଁ ପ୍ରତୀକ୍ଷା ସୁଚିକୁ ହଠେଇବା ପାଇଁ କାର୍ଯ୍ୟ କରିଛନ୍ତି।

ରେଲୱେର ଅଧିକ ଯାତ୍ରୀ ଥିବା ମାର୍ଗରେ ବିଶେଷ “କ୍ଲୋନ ଟ୍ରେନ”ମଧ୍ୟ ଜାରି କରିଛନ୍ତି। ଏହି ଟ୍ରେନର ସୀମିତ ସଂଖ୍ୟା ରହିଛି। ଏଥିରେ ମୁଖ୍ୟ ରୂପରେ ତୃତୀୟ ଶ୍ରେଣୀର ଏସି ରୁମ ସାମିଲ ଅଛି ଯାହା ସେହି ମାର୍ଗରେ ପ୍ରଥମରୁ ସଂଚାଳିତ ହୋଇଥିବା “ସ୍ପେଶାଲ ଟ୍ରେନ”ପୂର୍ବରୁ ପରିଚାଳିତ ହେବ।ଏହି “କ୍ଲୋନ ଟ୍ରେନ”ର ଅଗ୍ରୀମ ବୁକିଂ ଅବଧି ୧୦ ଦିନର ଅଟେ।ପିଏନଆର ରଦ୍ଦ ହେବା ପରେ ଟିକେଟ ବୁକିଂ ଟଙ୍କା ଯାତ୍ରୀ ମାନଙ୍କୁ ଫେରେଇ ଦିଆଯାଏ। ମଧ୍ୟପ୍ରଦେଶର ଆରଟିଆଇ କାର୍ଯ୍ୟକର୍ତା ଚନ୍ଦ୍ରଶେଖର ଗୌଡ଼ ଦ୍ୱାରା ଦର୍ଜ ହୋଇଥିବା ଆରଟିଆଇ ଅର୍ଜିର ଜବାବରେ କହିଛନ୍ତି ପୂର୍ବ ପାଞ୍ଚ ବର୍ଷରେ ପାଞ୍ଚ କୋଟି ପିଏନଆର ପ୍ରତୀକ୍ଷା ସୂଚୀରେ ରହିଯିବା କାରଣରୁ ସ୍ୱତଃ ରଦ୍ଦ ହୋଇଯାଇଛି।

Google

ବର୍ଷ ୨୦୧୪-୧୫ ରେ ରଦ୍ଦ ହୋଇଥିବା ପିଏନଆର ସଂଖ୍ୟା ୧,୧୩,୧୭,୪୮୧,ଥିଲା । ୨୦୧୫-୧୬ ରେ ୮୧,୦୫,୦୨୨।୨୦୧୬-୧୭ ରେ ୭୨,୧୬,୧୩୧। ଏହା ପର ବର୍ଷ ୭୩,୦୨,୦୪୨ ଓ ୨୦୧୮-୧୯ ରେ ଏହି ସଂଖ୍ୟା ୬୮,୯୩,୯୨୨ଥିଲା । ଅଧିକାରୀକ ସୂଚନା ମୁତାବକ ୨୦୧୯-୨୦ ରେ ପ୍ରତୀକ୍ଷାସୂଚୀରେ ୮.୯ ପ୍ରତିଶତ କମ ଆସିଛି। ସେହିପରି ବ୍ୟସ୍ତ ଅବଧି ଅନୁସାରେ ୧୩.୩ ଫିସିଦି ଯାତ୍ରୀଙ୍କୁ କନ୍ଫର୍ମ ଟିକେଟ ମିଳି ନାହିଁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *