ବୃଦ୍ଧା ଶାଶୁ ଉପରେ ବୋହୁର ଦାଦାଗିରି: କାମବାଲି ରଖିବା କଥାରେ ବହେ ପିଟିଲା…

ଦାଗ ଲାଗିଯାଇଛି ଶାଶୁ ଏବଂ ବୋହୁ ସମ୍ପର୍କରେ। ଏମିତି କଥା ଅଛି ଯେ ବୋହୁ ପାଇଁ ମା’ ଅଟନ୍ତି ଶାଶୁ। ହେଲେ ଏପରି ଏକ ଘଟଣା ଘଟିଛି ଯେଉଁଠି ଶାଶୁକୁ ସମ୍ମାନ ଦିଆଯାଉଛି ନା ଦିଆଯାଉଛି ଯତ୍ନ। ଏମିତି ବି ଖବର ଆସୁଛି ଯେ ବୋହୁ ମାଡ଼ ମାରିବାକୁ ବି ପଛଘୁଞ୍ଚା ଦେଉନାହିଁ। ଏପରି ଏକ ଘଟଣା ଆଗକୁ ଆସିଛି, ଯାହା ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଅଛି।

କହିରଖିବୁ ଘଟଣାଟି ହେଉଛି ଗୁରୁଗ୍ରାମର ଯାହା ହରିୟାଣାରେ ଅବସ୍ଥିତ। ବୋହୁ ତାର ଶାଶୁକୁ ରାଜେନ୍ଦ୍ର ପାର୍କରେ ବାଡେଇବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ। ଏହି ଭିଡିଓରେ ଏପରି ଦେଖା ଯାଉଛି କି ବୋହୁ ଶାଶୁ କୁ ଚାପୁଡ଼ା ମାରିବାକୁ ବି ପଛାଉ ନାହିଁ। କହିରଖିବୁ ଏହି କାଣ୍ଡ ଚାଲୁଥିବା ବେଳେ ଘରର ଅନ୍ୟାନ୍ୟ ଲୋକ ମଧ୍ୟ ସେଠି ଉପସ୍ଥିତ ଥିଲେ। ଯେବେ ପଡୋଶୀ ଏଥିରେ ମୁଣ୍ଡ ପୁରାଇଲେ ସେତେବଳୀ ଏହି ଘଟଣାଟି ଜୋର ଧରିଲା।

Google

ବିଶେଷ ସୂତ୍ର ଅନୁସାରେ ଶାଶୁ କହୁଛନ୍ତି କି ସେ ତାଙ୍କ ପୁଅକୁ ଘରରେ କାମବାଲି ରଖିବା ପାଇଁ କହିଥିଲେ। ସେ କାମବାଲି ରଖିବାକୁ ଏଥିପାଇଁ କହିଥିଲେ କି ସେ ଏବେ ବୃଦ୍ଧା ହୋଇଗଲେଣି ଏବଂ ସେ ଉପର ମହଲାରେ ରୁହନ୍ତି ଏବଂ ସେ ଆଉ କାର୍ଯ୍ୟ କରିପାରୁନାହାନ୍ତି। କେବଳ ଏତିକି କଥାରେ ରାଗିଯାଥିଲେ ବୋହୁ, ରାଗରେ ଶାଶୁଙ୍କ ସହ ଆରମ୍ଭ କରିଦେଇଥିଲେ ଝଗଡା। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ।

ଝଗଡା ତ ଝଗଡା ହାତ ଉଠାଇବାକୁ ବି ପଛାଇନଥିଲେ ବୋହୁ। ଚାପୁଡ଼ା ଉପରେ ଚାପୁଡ଼ା ଲଗାଇଚାଲିଥିଲେ। ସୋସିଆଲ ମିଡିଆରେ ଏହାକୁ ଜଣେ ରେକର୍ଡ କରି ଛାଡ଼ିଦେଇଥିଲେ। ପୋଲିସ ଏହାର ଯାଞ୍ଚ କରୁଅଛି। ବୋହୂକୁ ଅଟକା ରଖାଯାଇ ପଚରାଉଚରା କାର୍ଯ୍ୟ ହେଉଥିବାର ଜଣା ଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *