ମାଆ ମାଜୁଥିଲା ଘର ଘର ଯାଇ ବାସନ,ପୁଅ ଇସ୍ରୋରେ ବୈଜ୍ଞାନିକ ହୋଇ ମାଆର ସ୍ବପ୍ନକୁ ପୂରା କଲା। ହଁ ଆଜ୍ଞା, ଆପଣ ଠିକ ଶୁଣିଛନ୍ତି ମୁମ୍ବାଇର ରହୁଲ ଘୋଡ଼କେ ଇସ୍ରୋରେ ଟେକ୍ନିସିଆନ ପଦରେ ଚାକିରୀ ହାସଲ କରି ନିଜ ମାଆଙ୍କ ନାମ ଉଜ୍ଜ୍ୱଳ କରିଦେଇଛନ୍ତି। କୁହାଯାଏ ଯଦି ସାହସ ଥିବ ତେବେ ମଣିଷ ବଡରୁ ବଡ ପଦ ହାସଲ କରିପାରିବ।କେବଳ ଡେରି ଥାଏ ପାଦ ବଢେଇବାର ଲକ୍ଷ୍ୟସ୍ଥଳ ଆପେ ଆପେ ଆପଣଙ୍କ ପାଦ ତଳକୁ ଆସିବ।

ଆଜି ଆମେ ନେଇକି ଆସିଛୁ ଆତ୍ମବିଶ୍ୱାସ ଭରା ଏକ ସତ କାହାଣୀ ଯାହାକୁ ପଢି ଆପଣଙ୍କର ମଧ୍ୟ ଜୀବନରେ ବଡ ପଦ ହାସଲ କରିବାର ଇଚ୍ଛା ହେବ। ଆସନ୍ତୁ ଜାଣିବା କିପରି ରାହୁଲ ଘୋଡ଼କେ ନିଜ ମାଆଙ୍କର ସ୍ୱପ୍ନକୁ ପୂରା କଲେ।
ପିତାଙ୍କ ମୃତ୍ୟୁ ପରେ ମାଆ କରୁଥିଲେ ଘର-ଘର ବାସନ ସଫା କରିବାର କାମ:-
ମୁମ୍ବାଇର ଚେମ୍ବୁର ଅଞ୍ଚଳରେ ରହୁଥିବା ରାହୁଲ ଘୋଡ଼କେଙ୍କ ବାପାଙ୍କ ମୃତ୍ୟୁ ତେବେ ହୋଇଯାଇଥିଲା ଯେବେ ତାଙ୍କୁ ନିଜ ବାପାଙ୍କର ସବୁଠୁ ଅଧିକ ଆବଶ୍ୟକତା ଥିଲା। ଯେବେ ରାହୁଲ ଦଶମରେ ଥିଲେ ତେବେ ତାଙ୍କ ବାପା ଦୁନିଆକୁ ଛାଡି ଚାଲିଗଲେ। ବାପାଙ୍କ ମୃତ୍ୟୁ ପରେ ଘରର ଦାୟିତ୍ୱ ରାହୁଲଙ୍କୁ ଉଠାଇବାର ଥିଲା। ରାହୁଲଙ୍କ ବାପା ଦିନ ମଜୁରିଆ କରି ଘର ଚଳାଉ ଥିଲେ। ଏଥିପାଇଁ ରାହୁଲଙ୍କ ଘରେ କୌଣସି ପ୍ରକାରର ଜମା ପୁଞ୍ଜି ଉପସ୍ଥିତ ନଥିଲା।
ଯାହାଦ୍ଵାରା ରାହୁଲ ନିଜର ଆଗକୁ ପାଠପଢା ଚାଲୁ ରଖିପାରିବେ, କିନ୍ତୁ ରାହୁଲ ସାହସ ହାରିନଥିଲେ ଓ ଛୋଟ ମୋଟ କାମ କରି ଘର ଚଳେଇବାରେ ମାଆଙ୍କ ସାହାଯ୍ୟ କରୁଥିଲେ । ସେଠାରେ ତାଙ୍କ ମାଆ ମଧ୍ୟ ଘର ଘର ଯାଇ ଲୋକଙ୍କ ବାସନ ଓ କପଡା ଧୋଇ ଖର୍ଚ୍ଚ ଚଳାଉଥିଲେ।

କଲେ ନାହିଁ ପାଠପଢା ସହ ବୁଝାମଣା:-
ଘରେ ଏତେ ଅସୁବିଧା ଚାଲି ମଧ୍ୟ ରାହୁଲ ନିଜ ପାଠପଢ଼ା ସହିତ କୌଣସି ବୁଝାମଣା କରିନଥିଲେ। ଯଦିଓ ସେ ଦ୍ୱାଦଶ ଶ୍ରେଣୀରେ ଫେଲ ହୋଇଯାଇଥିଲେ। ଏହାପରେ ରାହୁଲ ଚେନବୁର ପାଖାପାଖି ଗୋୱଡିରେ ଆଇଟିଆଇରେ ଇଲେକ୍ଟ୍ରୋନିକର ବିଷୟ ପଢିଲେ କିନ୍ତୁ ରାହୁଲ ପାଠପଢାରେ ଆରମ୍ଭରୁ ହିଁ ପାଠପଢାରେ କ୍ଷିପ୍ର ଥିଲେ,ଏଥିପାଇଁ ସେ ନିଜ ଆଇଟିଆଇର ଡିପ୍ଲୋମାରେ ଭଲ ନମ୍ବରରେ ପାସ କଲେ, ଯାହାପରେ ତାଙ୍କୁ ଏକ ଘରୋଇ କମ୍ପାନୀ ଏଲଆଣ୍ଡଟିରେ ଚାକିରୀ ମିଳିଗଲା,ଯାହାଦ୍ୱାରା ତାଙ୍କୁ ନିଜର ଇଞ୍ଜିନିୟରିଙ୍ଗର ପାଠପଢା କରିବାରେ ସହଜ ହେଲା।
ଇସ୍ରୋରେ ମିଳିଲା ଟେକ୍ନନିସିଆନର ଚାକିରୀ:-
ଯେବେ ରାହୁଲଙ୍କ ଜଣା ପଡିଲା କି ଇସ୍ରୋରେ ଡିପ୍ଲୋମା ଇଞ୍ଜିନୟରର ଚାକିରୀର ବିଜ୍ଞାପନ ବାହାରିଛି ତେବେ ସେ ମନଲଗାଇ ପରିଶ୍ରମ କଲେ ଓ ଦେଶସାରରେ ଲକ୍ଷ ଲକ୍ଷ ପରୀକ୍ଷାର୍ଥୀଙ୍କ ଶ୍ରେଣୀରେ ତୃତୀୟ ଓ ଓପନରେ ୧୭ତମ ସ୍ଥାନରେ ଆସିଲେ। ଏବେ ୨ ମାସ ହେବ ରାହୁଲ ଇସ୍ରୋରେ ଟେକ୍ନନିସିଆନ ପଦରେ କାର୍ଯ୍ୟରତ ଅଛନ୍ତି ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।