ଏପରି କୁହାଯାଇଥାକି ଯଦି ପିଲା ଉପରେ କୌଣସି ସଙ୍କଟ ଆସିଥାଏ ମା କାହାସହ ବି ଲଢ଼ିବା ପାଇଁ ପ୍ରସ୍ତୁତ ହୋଇଯାଇଥାଏ ଓ ନିଜ ପିଲାକୁ କୌଣସି ପ୍ରକାର ସେହି ସଙ୍କଟରୁ ବାହାର କରିଥାଏ । ଏହା ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡ଼ିଓ ବହୁତ ଭାଇରାଲ ହେଉଛି । ଯେଉଁଥିରେ ଏକ ମୂଷା ନିଜ ଛୁଆକୁ ବଞ୍ଚାଇବା ପାଇଁ ସାପ ସହିତ ଲଢ଼ିଯାଇଛି ।

ଏହି ଭିଡ଼ିଓକୁ ଦେଖିକରି ସୋସିଆଲ ମିଡ଼ିଆର ସବୁ ୟୁଜର୍ସ ସେଇ ମାର ସାହସକୁ ନମସ୍କାର କରୁଛନ୍ତି। ଆପଣଙ୍କୁ କହିରଖିବୁ କି ଏହି ଭିଡ଼ିଓକୁ ଇଣ୍ଡିଆନ ଫରେଷ୍ଟ ଅଫିସର ସୁଶାନ୍ତା ନନ୍ଦା ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି।
ଛୁଆକୁ ବଞ୍ଚାଇବା ପାଇଁ ସାପ ସହିତ ଲଢିଲା ମୂଷା:
ଏହି ଭିଡ଼ିଓରେ ଦେଖାଯାଉଛି ଏକ ସାପ ମୂଷାର ଛୁଆକୁ ପାଟିରର ଧରି ଯାଉଛି । ଏହା ପରେ ନିଜ ଛୁଆକୁ ବଞ୍ଚାଇବା ପାଇଁ ମୂଷାଟି ସାପ ପଛେ ପଛେ ଯାଇ ତା ସହିତ ଲଢ଼ିଯାଇଥାଏ । କେବଳ ଏତିକି ନୁହେଁ ନିଜର ଜୀବନର ଚିନ୍ତା ନକରି ମୂଷାଟି ସାପର ଲାଙ୍ଗୁଡିକୁ ପଛରୁ ଧରିନେଇଥାଏ । ଯାହା ଦ୍ୱାରା ଯେପରି ସାପଟି ଛୁଆକୁ ଧରି ଯେପରି ଆଉ ଯାଇପାରିବ ନାହିଁ ।
If you haven’t seen what mothers courage is…
It rescues it baby from the snakes mouth. Unbelievable.. pic.twitter.com/3u6QD2PAl0
— Susanta Nanda (@susantananda3) November 27, 2020
ସମସ୍ତେ ମା ର ମମତାକୁ କରୁଛନ୍ତି ନମସ୍କାର:
ଶେଷରେ ସାପବି ଏକ ମାର ମମତା ଆଗରେ ହାର ମାନିଥାଏ ଓ ମୂଷାର ସାହସ ଦେଖି ତାର ଛୁଆକୁ ଛାଡି ପଳାଇଥାଏ। ଏହା ପରେ ଅଳ୍ପ ଦୂର ପର୍ଯ୍ୟନ୍ତ ସାପର ପିଛା କରିବା ପରେ ମୂଷାଟି ପୁନଃ ନିଜ ଛୁଆ ପାଖୁ ଫେରି ଆସେ।
ସେହିପରି ଏହି ଭିଡ଼ିଓ ଏହା ପ୍ରମାଣ କରିଦେଇଛିକି ମା ର ସାମ୍ନାରେ କୌଣସିବି ଖରାପ ଶକ୍ତି ତାର ଛୁଆକୁ ଛୁଇଁ ପାରିବ ନାହିଁ। କହିରଖିବୁକି ଏହି ଭିଡ଼ିଓକୁ ଲୋକ ବହୁତ ପସନ୍ଦ କରୁଛନ୍ତି ଓ ଲୋକ ଏହାକୁ ସେୟାର ମଧ୍ୟ କରୁଛନ୍ତି।ସେହିପରି ଏହି ଭିଡ଼ିଓକୁ ଏବେ ପର୍ଯ୍ୟନ୍ତ ୨.୭୩ ଲକ୍ଷ ଥର ଦେଖାଯାଇସାରିଲାଣି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।