ଆଗାମୀ ଦିନରେ ମଧ୍ୟପ୍ରଦେଶରେ ୨୭ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବାକୁ ଯାଉଛି, ଏନେଇ ସରଗରମ ରହିଛି ମଧ୍ୟ ପ୍ରଦେଶ ରାଜନୀତି । ଏହି ନିର୍ବାଚନରେ ଜିତି ଗାଦି ହାତେଇବାକୁ ଜୋରସୋର ଉଦ୍ୟମ ଜାରି ରଖିଛନ୍ତି ଉଭୟ ବିଜେପି-କଂଗ୍ରେସ ଦଳ । ରାଜ୍ୟର ୨୭ଟି ବିଧାନସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ।

୨୭ଟି ବିଧାନସଭା ଆସନରେ ଉପ-ନିର୍ବାଚନ ଜିତିବା ପାଇଁ କଂଗ୍ରେସ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ କଳକୌଶଳ କରି ସମସ୍ତ ଚେଷ୍ଟା କରୁଛନ୍ତି । ରାଜ୍ୟରେ ବିଜେପିକୁ ହରେଇବା ପାଇଁ ସେ ନୂଆ ନୀତି ଆପଣେଇଛନ୍ତି । କମଲନାଥ ରାଜ୍ୟରେ ବିଜେପିର ହାର୍ଡ ହିନ୍ଦୁତ୍ୱର ଜବାବରେ କଂଗ୍ରେସର ସଫ୍ଟ ହିନ୍ଦୁତ୍ୱର ରାସ୍ତା ଆପଣେଇଛନ୍ତି । କିନ୍ତୁ ବର୍ତ୍ତମାନ ଦୁଇ ପାଦ ଆଗକୁ ଯାଇ ସେ ଗେରୁଆ ବସ୍ତ୍ରର ମଧ୍ୟ ସାହାରା ନେଇଛନ୍ତି । କମଲନାଥ ଇନ୍ଦୋରରେ ପ୍ରଚାର ପାଇଁ ପହଞ୍ଚିଲେ, ସେତେବେଳେ ସେ ସମ୍ପୂର୍ଣ୍ଣ ରୂପେ ଗେରୁଆ ବସ୍ତ୍ରରେ ରଙ୍ଗେଇ ହୋଇଥିବାର ଦେଖାଯାଇଥିଲା ।
ଇନ୍ଦୋରର ସାମ୍ୱେର ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରେମଚାନ୍ଦ ଗୁଣ୍ଡୁଙ୍କ ପ୍ରଚାର ପାଇଁ କମଲନାଥ ଯାଇଥିଲେ । ଏହି ସଭାରେ ବିଜେପିର ମହନ୍ତ ସନ୍ଦୀପ ଶର୍ମା ଓ ଶତାଧିକ ବିଜେପିର କାର୍ଯ୍ୟକର୍ତ୍ତାଙ୍କ ସହ କଂଗ୍ରେସରେ ଯୋଗ ଦେଇଛନ୍ତି । ନିର୍ବାଚନୀ ସଭାର ଠିକ୍ କିଛି ପୂର୍ବରୁ ଇନ୍ଦୋରରୁ ସାମ୍ୱେର ପର୍ଯ୍ୟନ୍ତ କଂଗ୍ରେସ ଏକ ରାଲି କରିଥିଲା ।
ଏହି ରାଲି ପ୍ରତ୍ୟେକ କର୍ମୀ ମୋଟରସାଇକେଲରେ ଗେରୁଆ ରଙ୍ଗର ବସ୍ତ୍ରରେ ରଙ୍ଗୀନ ଥିଲେ । ଆଉ ପଛରେ ଲାଗିଥିଲା କଂଗ୍ରେସର ପତାକା । ପୂର୍ବରୁ ବିଜେପି ନେତା ତୁଲସୀ ସିଲାବଟଙ୍କ ସହଯୋଗୀମାନେ ଏକ ଯାତ୍ରାରେ ସାମ୍ୱେରକୁ ଗେରୁଆ ରଙ୍ଗରେ ରଙ୍ଗୀନ କରିଦେଇଥିଲେ । ନର୍ମଦା କଳସ ଯାତ୍ରା ନାମରେ ସିଲାବଟ ଏବଂ ବିଜେପିର ଶହ ଶହ ଗେରୁଆଧାରୀ ମହିଳାଙ୍କ ଶୋଭାଯାତ୍ରା ବାହାରି ଥିଲା । ଏହାର ଜବାବରେ କଂଗ୍ରେସ କମଲନାଥଙ୍କ ସ୍ୱାଗତ ପାଇଁ ଇନ୍ଦୋରରୁ ସାମ୍ୱେର ପର୍ଯ୍ୟନ୍ତ ଗେରୁଆ ରଙ୍ଗମୟ କରିଦେଇଥିଲା ।
ପୂର୍ବରୁ ବିଜେପିକୁ ଏକ ବଡ ଝଟକା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଗଡ଼ରେ ମିଳିଛି । ୨୦୧୮ ବିଧାନସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ସତୀଶ ସିକରୱାର କଂଗ୍ରେସରେ ଯୋଗ ଦେଇଛନ୍ତି । କମଳ ନାଥଙ୍କ ଉପସ୍ଥିତିରେ ସିକରୱାର ଶତାଧିକ ବିଜେପି କର୍ମୀଙ୍କ ସହିତ କଂଗ୍ରେସରେ ସାମିଲ ହୋଇଛନ୍ତି । ଗ୍ୱାଲିଅର୍-ଚମ୍ବଲରେ ବିଜେପି ପାଇଁ ଏହା ଏକ ବଡ଼ ଝଟକା ଭାବେ ଦେଖାଯାଉଛି ।
बीजेपी नेता कांग्रेस में शामिल :
ग्वालियर क्षेत्र के भाजपा नेता डॉ.सतीश सिकरवार ने प्रदेश कांग्रेस अध्यक्ष कमलनाथ जी की उपस्थिति में अपने सैंकड़ों समर्थकों के साथ कांग्रेस का दामन थामा।
मध्य प्रदेश बचाने की इस मुहिम में सभी का स्वागत है।
“जय कांग्रेस, जय मध्यप्रदेश” pic.twitter.com/nCDX7FnaIo
— MP Congress (@INCMP) September 8, 2020
ସତୀଶ ସିକୱାରଙ୍କୁ ଗ୍ୱାଲିଅରର ବଡ଼ ନେତା ଭାବେ ଗଣାଯାଏ । ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିରେ ଆସିବା ପରେ ସତୀଶ ଅସନ୍ତୁଷ୍ଟ ଥିଲେ ବୋଲି ଚର୍ଚ୍ଚା ଚାଲିଛି । ଗତ ବିଧାନସଭା ନିର୍ବାଚନରେ କଂଗ୍ରେସର ପ୍ରାଥୀ ମୁନ୍ନାଲାଲ ଗୋୟଲଙ୍କ ଠାରୁ ସତୀଶ ପରାଜିତ ହୋଇଥିଲେ । ଉପ-ନିର୍ବାଚନରେ ମୁନ୍ନାଲାଲ ଗୋୟଲ ଗ୍ୱାଲିଅର ବିଜେପି ପ୍ରାର୍ଥୀ ହେବେ ବୋଲି ସୂଚନା ମିଳିଛି । ପାର୍ଟିରେ କଳହ ଯୋଗୁଁ ଗ୍ୱାଲିଅର-ଚମ୍ବଲରେ ବିଜେପି ପାଇଁ ଏକ ବଡ ଝଟକା ବୋଲି ଚର୍ଚ୍ଚା ଚାଲିଛି । ଚର୍ଚ୍ଚା ଚାଲୁଛି ଯେ ବିଜେପିର ଅନେକ ଅସନ୍ତୁଷ୍ଟ ଲୋକ କଂଗ୍ରେସ ସହିତ ସମ୍ପର୍କ ଅଛନ୍ତି ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।