IPL ୨୦୨୧:ମହେନ୍ଦ୍ର ସିଂହ ଧୋନି ଲଞ୍ଚ କଲେ ଚେନ୍ନାଇ ସୁପର କିଙ୍ଗସର ନୂଆ ଜର୍ସି, ଦେଖନ୍ତୁ ଭିଡିଓ।

ଆଇପିଏଲ ୨୦୨୧ ପାଇଁ ଚେନ୍ନାଇ ସୁପର କିଙ୍ଗସ ନିଜର ନୂଆ ଜର୍ସି ଲଞ୍ଚ କରାଯାଇଛି। ଚେନ୍ନାଇ ସୁପର କିଙ୍ଗସର ଜର୍ସିରେ ଏକ ନୂଆ ବଦଳ କରାଯାଇଛି। ଚେନ୍ନାଇ ସୁପର କିଙ୍ଗସର ଜର୍ସିରେ ସେନାକୁ ସମ୍ମାନ ଦେଇ ସେନାର କୈମୋଫ୍ଲେଜକୁ ଯୋଡ଼ା ଯାଇଛି।

Google

ବୁଧବାରକୁ ଅଧିନାୟକ ଧୋନି ଚେନ୍ନାଇ ସୁପର କିଙ୍ଗସର ନୂଆ ଜର୍ସିକୁ ଲଞ୍ଚ କରାଯାଇଛି ଯାହାର ଭିଡ଼ିଓ ଚେନ୍ନାଇ ସୁପର କିଙ୍ଗସ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି। ଚେନ୍ନାଇ ସୁପର କିଙ୍ଗସର ଜର୍ସିରେ ହଳଦିଆ ରଙ୍ଗ ସହ ସେନାର କୈମୋଫ୍ଲେଜକୁବି ଯୋଡ଼ା ଯାଇଛି। ଜର୍ସିର କାନ୍ଧରେ କୈମୋଫ୍ଲେଜକୁ ଜାଗା ମିଳିଛି।

ଲେପଟିନେଟ କର୍ଣ୍ଣଲ ଧୋନିଙ୍କ ହୃଦୟର ରହିଥାଏ ସେନା:

ୱାର୍ଲଡ଼ କପ ବିଜେତା ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ବର୍ଷ ୨୦୧୧ରେ ଟେରିଟୋରିଅଲ ଆର୍ମିରେ ଲେପଟିନେଟ କର୍ଣ୍ଣଲ ପଦ ଦିଆଯାଇଥିଲା। ଏହା ବିଶ୍ୱକପ ଜିତିବା ପରେ ଧୋନିଙ୍କ ଜୀବନର ସବୁଠୁ ବଡ଼ ପୁରସ୍କାର ମାନାଯାଇଥାଏ। ଧୋନି ପାରାକମାଣ୍ଡର ଟ୍ରେନିଙ୍ଗ ନେଇଛନ୍ତି ଓ ହେଲିକପ୍ଟରରୁ ମଧ୍ୟ ଡେଇଁଛନ୍ତି। ୨୦୧୯ ବିଶ୍ୱକପ ପରେ ଧୋନି କାଶ୍ମୀର ଯାଇଥିଲେ ଓ ପାରାକମାଣ୍ଡର ଡ୍ୟୁଟି କରିଥିଲେ। ଏତିକି ନୁହେଁ ସନ୍ୟାସ ନେବା ସମୟରେ ମଧ୍ୟ ସେ ଜଣେ ଯବାନଙ୍କ ଭଳି ରିଟାୟାରମେଣ୍ଟ ନେଇଥିଲେ। ଧୋନି ୧୫ ଅଗଷ୍ଟକୁ ଇଣ୍ଟରନେସନାଲ କ୍ରିକେଟରୁ ସନ୍ୟାସ ନେଇଗଲେ। ଏହା ସଫା ଅଟେ କି ଧୋନିଙ୍କ ହୃଦୟରେ ଭାରତୀୟ ସେନା ରହିଥାଏ ଓ ଏବେ ଚେନ୍ନାଇ ସୁପର କିଙ୍ଗସର ଜର୍ସିରେ ମଧ୍ୟ ଏହି ରଙ୍ଗ ଦେଖା ଯାଉଅଛି।

କଣ ଏହା ଧୋନିଙ୍କ ଶେଷ ଆଇପିଏଲ ହେବ?:

ଚେନ୍ନାଇ ସୁପରକିଙ୍ଗସ ପୂର୍ବ ସଂସ୍କରଣରେ ଭଲ ପ୍ରଦର୍ଶନ କରିପାରିନଥିଲେ ଓ ୭ ମ ସ୍ଥାନରେ ରହିଥିଲେ। ଏଥର ଚେନ୍ନାଇ ଭଲ ପ୍ରଦର୍ଶନ କରିବା ପାଇଁ ଏକ ଭଲ ଟିମ ଗଠନ କରିବା ପାଇଁ ପ୍ରୟାସ କରିଛି ଏବଂ ପ୍ରାକ୍ଟିସ ମଧ୍ୟ ଆରମ୍ଭ ହୋଇଗଲାଣି। ଆଇପିଏଲ ପୂର୍ବରୁ ଚେନ୍ନାଇ ନୂଆ ଜର୍ସି ଲଞ୍ଚ କରିଛି ଓ ଯେଉଁଭଳି ଜର୍ସିରେ ସେନାର କୈମୋଫ୍ଲେଜ ରଙ୍ଗ ରହିଛି ଏବେ ପ୍ରଶ୍ନ ଉଠୁଛିକି କଣ ଏହା ଧୋନିଙ୍କ ଶେଷ ଆଇପିଏଲ ହେବ?

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *