IPL ୨୦୨୧:ଏମ ଏସ ଧୋନି ଭାରତର ଏହି ଷ୍ଟାର ଖେଳାଳିଙ୍କୁ କହିଲେ ଲୋଭୀ, ଦେଖନ୍ତୁ ଭାଇରଲ ଭିଡିଓ।

ଆଇପିଏଲ ୨୦୨୧ ପୂର୍ବରୁ ଏମଏସ ଧୋନୀଙ୍କ ଏକ ନୂଆ ଲୁକ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ଧୋନି ଲଣ୍ଡା ହୋଇଛନ୍ତି ଓ ବୌଦ୍ଧ ଭିକ୍ଷୁଙ୍କ ଭଳି ଲାଗୁଛନ୍ତି। ଏବେ ମହେନ୍ଦ୍ର ସିଂ ଧୋନୀଙ୍କ ଏହି ଲୁକର ରହସ୍ୟ ସାମ୍ନାକୁ ଆସିଲାଣି। ସେ ଏହି ଲୁକ ଆଇପିଏଲ ଆଡ଼ ପାଇଁ କରିଥିଲେ। ଧୋନୀଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇସାରିଛି ଓ ସେ ଏଥିରେ ରୋହିତ ଶର୍ମାଙ୍କୁ ଲୋଭୀ କହୁଛନ୍ତି।

ଏହି ଭିଡ଼ିଓରେ ଏମ ଏସ ଧୋନି କିଛି ପିଲାଙ୍କୁ ରୋହିତ ଶର୍ମାଙ୍କ କାହାଣୀ ଶୁଣାଉଛନ୍ତି। ଯେଉଁଥିରେ ସେ କହୁଛନ୍ତି କି,”ଆଜିର ବିଷୟ ହେଉଛି ଲୋଭ। ଏହି କାହାଣୀ ହେଉଛି ହିଟ ମ୍ୟାନ ରୋହିତଙ୍କର । ଥରେ ବାଘ ମୁହଁରେ ରକ୍ତ ଲଗାଗଲା। ୫ ଥର ଜିତିବା ପରେ ମଧ୍ୟ ତାର ପେଟ ପୁରିଲା ନାହିଁ। ଭିଭୋ ଆଇପିଏଲରେ ଇଣ୍ଡିଆର ନୂଆ ମନ୍ତ୍ର ଅଟେ।ଯଦି ଲୋଭ କାରଣରୁ ଜିତିବାର ଭୋକ ହୁଏ ତେବେ ଲୋଭ କୁଲ ଅଟେ।”ଭିଡ଼ିଓରେ ଜଣେ ଛୁଆ ପଚାରିଲା,”କଣ ହିଟମ୍ୟାନ ଏଥର ହ୍ୟାଟ୍ରିକ ଲଗେଇବେ? ଏଥିରେ ଧୋନି କହିଲେ-ଏହା ତ ସମୟ କହିବ।

Google

କହିରଖୁଛୁ କି ଆଇପିଏଲର ସବୁଠାରୁ ସଫଳ ଅଧିନାୟକ ରୋହିତ ଶର୍ମା ଅଟନ୍ତି। ସେ ୫ ଟି ଟ୍ରଫି ଜିତିସାରିଲେଣି।ରୋହିତ ଶର୍ମାଙ୍କ ଅଧିନାୟିକତ୍ଵରେ ପୂର୍ଵ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲସକୁ ମୁମ୍ବାଇ ଇଣ୍ଡିଆନ୍ସ ହାରେଇ ଟାଇଟଲ ଜିତିଥିଲା। ଏଥର ପୁଣି ମୁମ୍ବାଇ ଠାରୁ ଭଲ ପ୍ରଦର୍ଶନର ଆଶା ରହିଛି। ଏମ ଏସ ଧୋନି ମଧ୍ୟ ସମସ୍ତଙ୍କ ନଜରରେ ରହିବେ।ଧୋନୀଙ୍କ ଅଧିନାୟକତ୍ଵରେ ଚେନ୍ନାଇ ଟିମ ତିନି ଥର ଆଇପିଏଲ ଟାଇଟଲ ଜିତିଛି। ହେଲେ ପୂର୍ଵ ସଂସ୍କରଣରେ ତାଙ୍କ ଟିମ ୭ମ ସ୍ଥାନରେ ରହିଥିଲା। ପ୍ରଥମ ଥର ଏମିତି ହେଲା ଯେବେ ସିଏସକେ ପ୍ଲେ ଅଫରେ ଜାଗା ବନେଇ ପାରି ନ ଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *