ମହେନ୍ଦ୍ର ସିଂହ ଧୋନି କରିବେ କୁକୁଡ଼ା ଚାଷ, ଆନ୍ତର୍ଜତୀୟ କ୍ରିକେଟରୁ ସନ୍ନ୍ୟାସ ପରେ ଏବେ କରିବେ କୁକୁଡ଼ା ଚାଷ । ଜାଣନ୍ତୁ ସମ୍ପୂର୍ଣ ଖବର ।

MS Dhoni set for poultry farming orders 2000 black kadaknath chickens, MS Dhoni, Cricket, Dhoni, Nitidina

ଅନ୍ତରରାଷ୍ଟ୍ରୀୟ କ୍ରିକେଟରୁ ସନ୍ନ୍ୟାସ ନେବାପରେ ମହେନ୍ଦ୍ର ସିଂହ ଧୋନି ନିଜ ସହର ରାଞ୍ଚିରେ ଜୈବିକ ଚାଷ ସହ କଡ଼କନାଥ୍ କୁକୁଡ଼ା ଚାଷ ଓ ବିକ୍ରି କରିବେ । କ୍ରିକେଟରରୁ -ଯବାନ , ଯବାନରୁ –କିଷାନ୍ ଆଉ ଏବେ କଡ଼କନାଥ୍ କୁକୁଡ଼ା ଚାଷ ପ୍ରେମରେ ଧୋନି । ମଧ୍ୟପ୍ରଦେଶ ଝାବୁଆ ଜିଲ୍ଲାର ପରିଚୟ କଡ଼କନାଥ୍ କୁକୁଡ଼ାକୁ ଧୋନି ରାଞ୍ଚି ସ୍ଥିତ ନିଜ ଫାର୍ମ ହାଉସରେ ପାଳିବାକୁ ଯାଉଛନ୍ତି । ଏଥିପାଇଁ ସେ ଅଗ୍ରୀମ ଟଙ୍କା ଦେବା ସହ ୨ ହଜାର କଡ଼କନାଥ୍ କୁକୁଡ଼ା ଛୁଆର ଅର୍ଡ଼ର ମଧ୍ୟ ଦେଇସାରିଛନ୍ତି ।

MS Dhoni set for organic poultry farming, orders 2000 black 'Kadaknath'  chickens | News - Times of India Videos
Google

କ୍ୟାପଟେନ କୁଲ ଏବଂ ମହାନ କ୍ରିକେଟ ଖେଳାଳି ମହେନ୍ଦ୍ର ସିଂହ ଧୋନି ଏବେ ଖୁବ୍ ଶୀଘ୍ର ରାଞ୍ଚୀରେ ଝାବୁଆର କଡକନାଥ ବିକ୍ରି କରିବାର ନଜର ଆସିବେ । ଅନ୍ତରରାଷ୍ଟ୍ରୀୟ କ୍ରିକେଟ ରୁ ସନ୍ନ୍ୟାସ ନେବାପରେ ଧୋନି ଜୈବିକ କ୍ଷେତି ସହିତ କଡକନାଥ ର କୁକୁଡ଼ା ଫାର୍ମିଂ ପାଇଁ ନିଷ୍ପତ୍ତି ନେଇଛନ୍ତି ।

ମାହି ଆଦିବାସୀ କୃଷକ ବିନୋଦ ମେଡ଼ାଙ୍କୁ ଏହି ଅର୍ଡ଼ର ଦେଇଥିବାର ସୂଚନା ମିଳିଛି । ଏଥିପାଇଁ ରାଞ୍ଚି ରେ ବେଟନରୀ କଲେଜର ପ୍ରଫେସର ଏବଂ ବନ୍ଧୁଙ୍କ ଜରିଆରେ ମଧ୍ୟପ୍ରଦେଶ ରେ ଝାବୁଆର ଆଦିବାସୀ କୃଷକ ବିନୋଦ ମେଡ଼ାଙ୍କୁ ଅଗ୍ରୀମ ଭୁଗତାନ ସହିତ ୨ ହଜାର କୁକୁଡ଼ା ଚିଆଁର ଡେଲିଭରି ୧୫ ଡିସେମ୍ବର ପର୍ଯ୍ୟନ୍ତ କରିବାକୁ କହିଛନ୍ତି ।

ଏହି ଅର୍ଡର ପାଇଁ ଝାବୁଆର ଆଦିବାସୀ କୃଷକ ବିନୋଦ ଅଧିକ ପ୍ରସନ୍ନ ରହିଛନ୍ତି । ବିନୋଦଙ୍କୁ ଅଧିକ ଆଶା ରହିଛି କି ଯେତେବେଳେ ସେ କଡକନାଥର କୁକୁଡ଼ା ଛୁଆ ଡେଲିଭରି ଦେବାପାଇଁ ଯିବେ ତାହେଲେ ଧୋନି ଭଳି ଖାସ୍ ବ୍ୟକ୍ତିଙ୍କ ସହିତ ତାଙ୍କର ଦେଖାସାକ୍ଷାତ ହେବ ।

ଧୋନିଙ୍କ ଦ୍ଵାରା ଝାବୁଆର କଡକନାଥ କୁକୁଡ଼ାର ଛୁଆର ଅର୍ଡର ମାମଲାରେ ଝାବୁଆର କଡକନାଥ କୁକୁଡ଼ା ଅନୁସନ୍ଧାନ କେନ୍ଦ୍ରର ନିର୍ଦେଶକ ଡାକ୍ତର ଆଇଏସ ତୋମରଙ୍କ କହିବା ଅନୁସାରେ ଧୋନି ନିଜ ବନ୍ଧୁଙ୍କ ଜରିଆରେ ଆମ ସହିତ ସମ୍ପର୍କ କରିଥିଲେ । କିନ୍ତୁ ଆମ କେନ୍ଦ୍ରରେ ସେହି ସମୟରେ କୁକୁଡ଼ା ଚିଆଁ ନଥିଲା । ଏଥିପାଇଁ ଆମେ ତାଙ୍କୁ ଝାବୁଆର ଥାନ୍ଦଳାର ଆଦିବାସୀ କୃଷକଙ୍କ ସହିତ ସମ୍ପର୍କ କରିବାକୁ କହିଲୁ, ଯିଏ କଡକନାଥ କୁକୁଡ଼ା ର ଫାର୍ମିଂ କରନ୍ତି ।

MS Dhoni to enter poultry business; orders 2000 Kadaknath chicks from MP
Google

ଆପଣଙ୍କୁ କହି ରଖୁଛୁ କି କଡକନାଥ କୁକୁଡ଼ା ମଧ୍ୟପ୍ରଦେଶର ଝାବୁଆରେ ଜଣାଶୁଣା ଅଟେ । ଏହାକୁ ଝାବୁଆର କଡକନାଥ ରୂପରେ ଭାରତ ସରକାରଙ୍କ ତରଫରୁ ଜୀଆଇ ଟ୍ୟାଗ ମଧ୍ୟ ମିଳି ସାରିଛି । ଏହି କୁକୁଡ଼ା ନିଜର କଳା ରଙ୍ଗ, କଳା ରକ୍ତ, କଳା ହାଡ଼, କଳା ମାଂସ ସହିତ ଉତ୍ତମ ସ୍ଵାଦ ପାଇଁ ପରିଚିତ ଅଟେ । ଏହି କୁକୁଡ଼ା ଚର୍ବି ଏବଂ କଲେଷ୍ଟ୍ରାଲ ମୁକ୍ତ ହୋଇଥାଏ । ଏହାର ମାଂସ ଖାଇବାକୁ ଯେତିକି ସ୍ୱାଦିଷ୍ଟ ଶରୀର ପାଇଁ ମଧ୍ୟ ଖୁବ୍ ଉପଯୋଗୀ । ମୋଟାପଣ ଏବଂ କୋଲେଷ୍ଟ୍ରାଲ୍ ଭଳି ସମସ୍ୟାକୁ ଦୂର କରିଥାଏ କଡ଼କନାଥ୍ କୁକୁଡ଼ା ମାଂସ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *