ଅନ୍ତରରାଷ୍ଟ୍ରୀୟ କ୍ରିକେଟରୁ ସନ୍ନ୍ୟାସ ନେବାପରେ ମହେନ୍ଦ୍ର ସିଂହ ଧୋନି ଏବେ ମନ ବଳେଇଛନ୍ତି ଫାଂର୍ମିଙ୍ଗ ପାଇଁ । ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ସଫଳତା ଓ ଲୋକପ୍ରିୟତା ଦୁଇଟିରେ ଶିଖରରେ ଅଛନ୍ତି । ବର୍ତ୍ତମାନ କ୍ରିକେଟରୁ ସନ୍ୟାସ ନେବା ପରେ ମାହି ନିଜର ସମସ୍ତ ସମୟ ଚାଷ ଓ ଡାଏରୀ ସହିତ କୁକୁଡା ଚାଷ ଉପରେ ଧ୍ୟାନ ଦେବେ । କହିବାକୁ ଗଲେ ମାହି ବର୍ତ୍ତମାନ ଚାଷ କରିବେ । ନିକଟରେ ସେ ଟଙ୍କାର ଫାର୍ମ ହାଉସକୁ କଡକନାଥ କୁକୁଡା ନେଇକି ଆସିଛନ୍ତି, ଯାହାର ସେ ଫାର୍ମିଙ୍ଗ କରିବାର ଯୋଜନା ମଧ୍ୟ କରିଥିଲେ । ଏଥିପାଇଁ ମଧ୍ୟପ୍ରଦେଶର ଝାବୁଆରେ ଦୁଇ ହଜାର କୁକୁଡାର ଅର୍ଡର ଦେଇଛନ୍ତି । ଜଣାଇଦେଉଛୁକି ଧୋନୀଙ୍କର ଏହି ଫାର୍ମହାଉସ ଅନେକ ଜିନିଷରେ ପରିପୂର୍ଣ୍ଣ ରହିଛି ।

ସଫଳତା ଓ ଲୋକପ୍ରିୟତା ଦୁଇଟିରେ ଶିଖରରେ ଥିବା ମହେନ୍ଦ୍ର ସିଂ ଧୋନୀ ଫାଂର୍ମିଙ୍ଗ ଆରମ୍ଭ କରି ଯୁବ ପିଢ଼ି ପାଇଁ ଉଦାହରଣ ସାଜିଛନ୍ତି । ନିଜେ ଚାଷ ପାଇଁ ମନ ବଳାଇବା ସହିତ ଯୁବ ପିଢ଼ି ପାଇଁ ଏକ ଆଇଡ଼ଲ ସାଜିଛନ୍ତି ଧୋନି । ଏବେ ବି ଧୋନିଙ୍କୁ ବହୁତ ପସନ୍ଦ କରୁଛନ୍ତି ଆଉ ତାଙ୍କୁ ଅନୁସରଣ କରୁଛନ୍ତି । ସବୁବେଳେ ଚର୍ଚାରେ ଥିବା ପୂର୍ବତନ ଭାରତୀୟ ଅଧିନାୟକ ଏବେ ଚାଷ କରିବା ପାଇଁ ମନ ବଳାଇଛନ୍ତି । ତାଙ୍କୁ ଫୋଲୋ କରୁଥିବା ଯୁବପିଢ଼ି ପାଇଁ ନୂଆ ରାସ୍ତା ଦେଖେଇଛନ୍ତି ।
ଦେଖନ୍ତୁ କଣ କଣ କରୁଛନ୍ତି ମାହି…
ମହେନ୍ଦ୍ର ସିଂ ଧୋନୀଙ୍କର ଫାର୍ମହାଉସ ରାଞ୍ଚିର ସମ୍ବୋରେ ଅଛି । ଯାହାକୁ ଲୋକମାନେ ଇଜା ଫାର୍ମହାଉସ ନାମରେ ଜାଣିଛନ୍ତି । ଯେଉଁଠି ମାହି ପାଖାପାଖି ୪୩ ଏକର ଜମିରେ ଫଳ ଓ ପନିପରିବା ଚାଷ କରନ୍ତି । ଆପଣ ପୂର୍ବରୁ ଦେଖିଥିବେ ତାଙ୍କର ଟ୍ରାକ୍ଟର ଚଲେଇକି ଚାଷ କରିବା ଭିଡ଼ିଓ । ଏହା ସହିତ ଏଠାରେ ଡାଏରୀ ମଧ୍ୟ କରିଛନ୍ତି । କୁହାଯାଉଛୁକି ଏହି ଫାର୍ମହାଉସରେ କୁକୁଡା ଚାଷ ମଧ୍ୟ କରିବେ ।

ମାହି ନିଜର ଏହି ଫାର୍ମହାଉସରେ ବଡ ଧରଣର ଷ୍ଟ୍ରୋବେରୀ, ପପେୟା ଓ ଅମୃତ ଚାଷ କରିଛନ୍ତି । ଏଥିପାଇଁ ସେ ଉନ୍ନତ ଧରଣର ମଞ୍ଜି ଦେଶ ବ୍ଯତୀତ ବିଦେଶରୁ ଆଣିଛନ୍ତି । ଧୋନୀ ଏଗ୍ରୀକଲଚର ସାକ୍ଷାତକାର ରୋଶନ କୁମାର କହିଲେକି ମାହିଙ୍କର ଚାଷ ଆଦିରେ ସ୍ପୃହା ଅଛି । ସେ ସମୟ ସମୟରେ ଏଠାକୁ ଆସନ୍ତି ଓ ନିଜେ କାମ କରିବାକୁ ଲାଗିଯାନ୍ତି । ଫଳ ବ୍ଯତୀତ ଧୋନୀ ଏହି ଫାର୍ମହାଉସରେ ବଡ ଧରଣର ପନିପରିବା ଆଦି ଚାଷ କରନ୍ତି । କୁହାଯାଉଛିକି ପାଖାପାଖି ଦୁଇ ଏକର ଜମିରେ ସେ କେବଳ ମଟର ଗଛ ଲଗାଇଛନ୍ତି । ଟପକ ବିଧି ଅନୁଯାୟୀ ଗୋବି, ଆଳୁ ଓ ବିଲାତି ବ୍ଯତୀତ ଅନ୍ୟ ପନିପରିବା ଆଦି ଲଗାଯାଇଛି ।
Let’s start sowing the seeds ft. MS Dhoni..🤓#Dhoni #Ranchi #MahiWay pic.twitter.com/Z353QFSmJF
— MS Dhoni Fans Official (@msdfansofficial) June 28, 2020
ଧୋନୀ ନିଜ ବ୍ଯତୀତ ସ୍ତ୍ରୀ ସାକ୍ଷୀ ଓ ଝିଅ ଜିଭାଙ୍କୁ ମଧ୍ୟ ଫାର୍ମହାଉସକୁ ବୁଲାଇବାକୁ ନେଇଯାନ୍ତି । ଯାହାର ଫୋଟ ବର୍ତ୍ତମାନ ସୋସିଆଲ ମିଡିଆରେ ପ୍ରବଳ ଭାଇରାଲ ହେବାରେ ଲାଗିଛି । ଜଣାଇଦେଉଛୁକି ଧୋନୀଙ୍କର ଆଉ ଏକ ଫାର୍ମହାଉସ ଅଛି ଯାହାର ନାମ ‘କୈଳାସପତି’ ଅଟେ । ଏହା ପାଖାପାଖି ୭ଏକର ଜମିରେ ପ୍ରସ୍ତୁତ କରାଯାଇଛି ।
ଭାରତୀୟ ଦଳର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ରାଞ୍ଚିର ସିମଲିୟା ସ୍ଥିତ ନିଜର ଫାର୍ମ ହାଉସରେ ମପ୍ରର ଝାବୁଆର ପ୍ରଡ଼କ୍ଟ କଡକନାଥ କୁକୁଡା ପାଳନ କରିବେ । ଧୋନୀ ଏଥିପାଇଁ ଥନ୍ଦଲା ନିକଟରେ ରୂଢିପାଡରେ ଆଶିଷ କଡକନାଥ କୁକୁଡାପାଳନ ସହକାରୀ ସଂସ୍ଥାର ବିନୋଦ ମେଡାର ୨୦୦୦ କୁକୁଡା ଅର୍ଡର ଦେଇଛନ୍ତି । ଏହାର ଡେଲିଭରି ୧୫ ଡିସେମ୍ବରରେ ହେବ । ବିନୋଦ କହିଲେକି ଏହି ସମ୍ବନ୍ଧରେ ସେ ୩-୪ ମାସ ରାଞ୍ଚିର ଡ.ଏସଏସ କୁଲ୍ଡଙ୍କ ସମ୍ପର୍କରେ ଥିଲେ । ଭେଟେନାରୀ ଡାକ୍ତର କୁଲ୍ଡ ଧୋନୀଙ୍କର ପାରିବାରିକ ମିତ୍ର ଅଟନ୍ତି । ଜଣାଇଦେଉଛୁକି ଏହା ପୂର୍ବରୁ କୃଷି କେନ୍ଦ୍ର ଝାବୁଆରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଓ ବିରାଟ କୋହଲୀଙ୍କ ପତ୍ର ଲେଖି ଡାଏଟରେ କଡକନାଥ ସାମିଲ କରିବାକୁ କହିଥିଲେ ।

କଡକନାଥର ବିଶେଷତ୍ଵ:
ବିନୋଦ କହିଲେକି କଡକନାଥର ଏକ କୁକୁଡା ୧୩୦ ଟଙ୍କାରେ ବିକ୍ରି ହୁଏ । ଧୋନୀ ଏହି କୁକୁଡାକୁ ପାଳନ କରିବା ପାଇଁ ଇଚ୍ଛା କରିଥିଲେ । ଡ. କୁଲ୍ଡଙ୍କର ଜଣେ ମିତ୍ର ଝାବୁଆ କୃଷି ବିଜ୍ଞାନ କେନ୍ଦ୍ରରେ ଅଛନ୍ତି । ତାଙ୍କ ଜରିଆରେ ଏହି ଡିଲ ହୋଇଛି । କଡକନାଥ ହାଇପ୍ରୋଟିନ ଯୁକ୍ତ କୁକୁଡା ଅଟେ । ଏହାର ଅରିଜିନାଲ ବ୍ରିଡ କେବଳ ଝାବୁଆରେ ମିଳେ । କୃଷି ବିଜ୍ଞାନ କେନ୍ଦ୍ର ଝାବୁଆ କିଛି ସମୟ ପୂର୍ବରୁ ଭାରତୀୟ କ୍ରିକେଟର ଅଧିନାୟକ ବିରାଟ କୋହଲୀଙ୍କ ଡାଏଟରେ କଡନାଥ କୁକୁଦର ଗ୍ରୀଲ୍ଡ ଚିକେନ ଯୋଗ କରିବାକୁ ଆବେଦନ କରି ପତ୍ର ଲେଖିଥିଲେ । ହାଇଦ୍ରାବାଦର ରାଷ୍ଟ୍ରୀୟ ମାଂସ ଅନୁସନ୍ଧାନ କେନ୍ଦ୍ର ମଧ୍ୟ ଏକ ରିପୋର୍ଟରେ କଡକନାଥ ଚିକେନକୁ ଉପଯୋଗୀ କହିଥିଲେ ।

ଇଣ୍ଟରନେଟରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଧୋନି ଟ୍ରାକ୍ଟର ଚଳାଇ ନିଜ ଫାର୍ମ ହାଉସରେ କ୍ଷେତ ହଳ କରୁଥିବା ଦେଖିବାକୁ ମିଳିଥିଲା । ପୂର୍ବ ଭିଡିଓ ଗୁଡିକରେ ଦେଖାଯାଇଥିବା ପରି ଲାଗୁଛି ଯେ ପୂର୍ବତନ ଭାରତୀୟ ଅଧିନାୟକ ଏହି ଲକଡାଉନ୍ ଅବଧିରେ ଜୈବିକ ଚାଷ କିପରି କରିବେ ତାହା ଶିଖୁଛନ୍ତି ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।