T20 କ୍ରିକେଟ: ଏମଏସ ଧୋନୀ ହେଲେ ‘ଟି ୨୦ ର କିଙ୍ଗ’ ବିରାଟ କୋହଲିଙ୍କୁ ହରାଇଲେ ଧୋନୀ ।

ନୂଆଦିଲ୍ଲୀ ଏଏନଆଇ: ଆଇପିଏଲ ୨୦୨୦ ରେ ଏବେ ପର୍ଯ୍ୟନ୍ତ ଖେଳାଯାଇଥିବା ମ୍ୟାଚ ମଧ୍ୟରେ ଏମଏସ ଧୋନିଙ୍କ ପ୍ରଦର୍ଶନ କିଛି ଖାସ ନାହିଁ। ହେଲେ ଏକ ଅନଲାଇନ ସର୍ଭେରେ ତାଙ୍କୁ କିଙ୍ଗ ବନେଇଦିଆଯାଇଛି। ଏହି ସର୍ଭେ ଦେଶରେ ପ୍ରଥମ ଅନଲାଇନ ରେଡ଼ିଓ ସ୍ପୋର୍ଟସ ଚ୍ୟାନେଲ ସ୍ପୋର୍ଟସ ଫ୍ଲେକ୍ସ ଦ୍ଵାରା ଆୟୋଜିତ ହୋଇଥିଲା। କେତେକ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଜରିଆରେ ଏହି ସର୍ଭେରେ ୧୨ ଲକ୍ଷ ଲୋକ ସାମିଲ ହୋଇଥିଲେ ଓ ଏମାନଙ୍କ ବିବରଣୀ ଚ୍ୟାନେଲ ମାଧ୍ୟମରେ ଦିଆଯାଇଥିଲା। ଏହା ପାଇଁ ପୁରା ଦୁନିଆର ଅଲଗା ଅଲଗା ଟିମର ୧୨୮ ଖେଳାଳିଙ୍କୁ ବଛା ଯାଇଥିଲା। ଅଲଗା ଅଲଗା ଷ୍ଟେଜରେ ୧୨୭ ମ୍ୟାଚ ରେ ରୋମାନଚକ ଲଢେଇ ହୋଇଥିଲା।

Virat Kohli thanks MS Dhoni for 'memories'
Google

ଏହି ସର୍ଭେ ମାଧ୍ୟମରେ ଯେଉଁ କ୍ରିକେଟରଙ୍କୁ ସାମିଲ କରାଯାଇଥିଲା ସେ ତାଙ୍କ ପୂର୍ଵ ପ୍ରଦର୍ଶନ ଏକ ବିଶେଷଜ୍ଞ ପ୍ୟାନେଲ୍ ଓ ସ୍ପୋର୍ଟସ ଫ୍ଲେକ୍ସର କମେଣ୍ଟେଟର ଦ୍ୱାରା ବର୍ତମାନ ଇଣ୍ଡିଆନ ପ୍ରିମିୟାର ଲିଗ ମୂଲ୍ୟ ଆଧାରରେ ବଛା ଯାଇଥିଲେ। ଏହି ୧୨୭ ମ୍ୟାଚ ପାଇଁ ମତଦାନ ସ୍ପୋର୍ଟସ ଫ୍ଲେକ୍ସର ସୋସିଆଲ ମିଡ଼ିଆ ହ୍ୟାଣ୍ଡଲ ରେ ହୋଇଥିଲା।ଏହାର ଏକ ସେମିଫାଇନାଲ ମ୍ୟାଚରେ ଧୋନିଙ୍କ ସହ ଯୁବରାଜ ସିଂ ଙ୍କ ମ୍ୟାଚ ହୋଇଥିଲା ଅନ୍ୟପଟେ ବିରାଟ କୋହଲିଙ୍କ ସହ ରୋହିତ ଶର୍ମାଙ୍କ ମ୍ୟାଚ ହୋଇଥିଲା।ଏହାପରେ ଫାଇନାଲ୍ ମ୍ୟାଚ ଧୋନି ଓ କୋହଲିଙ୍କ ମଧ୍ୟରେ ଖେଳାଯାଇଥିଲା ଓ ଏଥିରେ ଧୋନି ଜିତିବାରୁ ତାଙ୍କୁ ଟି ୨୦ ର କିଙ୍ଗ କୁହାଗଲା।

ଏହି ସର୍ଭେ ପାଇଁ ସ୍ପୋର୍ଟସ ଫ୍ଲେକ୍ସର ଫାଉଣ୍ଡର ରମଣ ରାହେଜା କହିଲେ କି ଏଥିରେ ଯାହା ପରିଣାମ ଆସିଛି ସେଥିରୁ ସ୍ପଷ୍ଟ ଯେ ଇଣ୍ଟର ନ୍ୟାସନାଲ କ୍ରିକେଟରୁ ସନ୍ନ୍ୟାସ ନେବା ପରେ ମଧ୍ୟ ଫ୍ୟାନସ ଧୋନୀଙ୍କୁ କିଙ୍ଗ ବୋଲି ମାନନ୍ତି।ସେ ଦେଶ ପାଇଁ ଯାହା କରିଛନ୍ତି ସେଥିପାଇଁ ସେ ସତରେ ଜଣେ କିଂମ୍ବଦନ୍ତୀ। ସେ କହିଛନ୍ତି କି ଏହି ସର୍ଭେର ସ୍ତର ବୁଝିବା ପାଇଁ ୩୨ ଦିନରେ ୪୦ ଲକ୍ଷ ଥର ଦେଖାଗଲା ଯେଉଁଥିରୁ ମିଳିଲା କି ଏହି ଦେଶରେ କ୍ରିକେଟର ଲୋକପ୍ରିୟତା କେତେ ଅଛି ଓ ଏହା କେବେହେଲେ ଶେଷ ହେବ ନାହିଁ।

Virat Kohli and MS Dhoni ready for a face-off
Google

ଏମଏସ ଇଣ୍ଟରନ୍ୟାସନାଲ କ୍ରିକେଟରେ ୨୦୦୪ ରେ ଡେବ୍ୟୁ କରିଥିଲେ ଓ ୧୫ ଅଗଷ୍ଟ ୨୦୨୦ ରେ ୩୫୦ ଦିନିକିଆ, ୯୦ ଟେଷ୍ଟ ଓ ୯୮ ଟି ଟି ୨୦ ମ୍ୟାଚ ଖେଳିବା ପରେ ରିଟାୟାରମେଣ୍ଟ ନେଇଥିଲେ। ସେ ଆଇପିଏଲ ୨୦୨୦ ରେ ଚେନ୍ନାଇ ଟିମରେ ଅଧିନାୟିକତ୍ୱ କରୁଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *