ଧୋନିଙ୍କ ଧଳା ଦାଢ଼ି ଦେଖି ଫ୍ୟାନ୍ କହିଲେ ସିଂହ ଏବେ ବୁଢା ହେଇଗଲାଣି – ଧୋନିଙ୍କ ମା କଣ କହିଲେ ଜଣାନ୍ତୁ ।
ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ (Captain Cool) ଏକ ଫଟୋ ଆଉ ଭିଡ଼ିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଏହି ଫଟୋରେ କ୍ୟାପଟେନ୍ କୁଲ୍ ମାହିଙ୍କୁ ଧଳା ଦାଢ଼ିରେ ଦେଖିବାକୁ ମିଳିଥିଲା । ତାଙ୍କ ପ୍ରଶଂସକମାନେ ମାହିଙ୍କୁ ଧଳା ଦାଢ଼ିରେ ଦେଖି ବହୁତ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କିଛି ଲୋକ ମଧ୍ୟ କହିଥିଲେ, “ସିଂହ ସାହେବ” ବର୍ତ୍ତମାନ ବୃଦ୍ଧ ହୋଇଗଲେଣି ।

ସେ ତାଙ୍କ ଫାର୍ମହାଉସ୍ ରେ ଝିଅ ଜିଭା ସହିତ ଖେଳୁଥିବାର ଏକ ଫଟୋ ଓ ଭିଡ଼ିଓ ମିଡିଆରେ ଭାଇରାଲ୍ ହୋଇଥିଲା । ଏହି ଭିଡ଼ିଓରେ ତାଙ୍କର ଦାଢ଼ି ପାଚିଥିବା ଆଉ ବଢ଼ିଯାଇଥିବାର ଦେଖିବାକୁ ମିଳିଥିଲା । ଜୀଭା ଧୋନିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏହି ଭିଡିଓ ପୋଷ୍ଟ କରାଯାଇଥିଲା । ଭିଡିଓରେ ଧୋନି ଜୀଭାଙ୍କ ସହ ବଲ୍ ଖେଳୁଥିବା ନଜର ଆସିଥିଲେ।
ହେଲେ ବର୍ତ୍ତମାନ ଏହି ଘଟଣାରେ ତାଙ୍କ ମା’ଙ୍କର ଏକ ଘରୋଇ ୱେବସାଇଟରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ସେ ଏକ ଘରୋଇ ୱେବସାଇଟକୁ କହିଛନ୍ତି ଯେ ତାଙ୍କ ପୁଅ ଏପର୍ଯ୍ୟନ୍ତ ବୁଢା ହେଇନି ।
ଧୋନିଙ୍କ ମା କହିଲେ, ମୋ ପୁଅ ବୁଢା ନୁହେଁ
ତାଙ୍କ ମା କହିଛନ୍ତି ଯେ “ହଁ ମୁଁ ମାହିର ନୂଆ ଲୁକ୍ ମଧ୍ୟ ଦେଖିଛି”, କିନ୍ତୁ ସେ ସେତେ ପୁରୁଣା ନାହିଁ । କୌଣସି ମା ପାଇଁ ତାଙ୍କ ପୁଅ କଦାପି ବୁଢା ହୁଏନି ବୋଲି କହିଛନ୍ତି ।
ତାଙ୍କ ମା ଙ୍କୁ ଯେତେବେଳେ ପଚରାଗଲା ଧୋନି ଟି-୨୦ ୨୦୨୦ ବିଶ୍ୱକପରେ ଖେଳିବା ଦେଖାଯିବ କି? ଉତ୍ତରରେ ସେ କହିଲେ ଯେ ପ୍ରଥମେ କରୋନା ଭାଇରସ୍ ବିଲୋପ କରାଯାଉ। ହେଲେ ଏହି ଉତ୍ତରରୁ ମାହିଙ୍କ ପ୍ରଶଂସକ ମାନେ ଅନୁମାନ କରୁଛନ୍ତି ଯେ, ଧୋନିଙ୍କ ମାଙ୍କୁ ମଧ୍ୟ ତାଙ୍କ ପୁଅର କ୍ରିକେଟ୍ କ୍ୟାରିୟର ବିଷୟରେ ଅବଗତ ନାଁହାନ୍ତି ।

ସୋସିଆଲ୍ ମିଡିଆରେ ଲୋକମାନେ ତାଙ୍କ ଧଳା ଓ ବଡ ଦାଢ଼ି ଦେଖି ଧୋନି ବୁଢା ହେଇଗଲେଣି ବୋଲି କହିବା ଆରମ୍ଭ କରି ଦେଇଛନ୍ତି । ତେବେ ମାହିଙ୍କୁ ବିଶ୍ୱକପ୍ ପରଠାରୁ ଆଉ ତାଙ୍କ ପ୍ରଶଂସକ କ୍ରିକେଟ୍ ଖେଳିବାର ଦେଖି ନାଁହାନ୍ତି । ସେଥିପାଇଁ ବର୍ତ୍ତମାନ ଚର୍ଚ୍ଚା ହୋଇଛି ଯେ ମାହି ବୁଢା ହେଇଗଲେଣି । କିନ୍ତୁ ତାଙ୍କର ଏହି ଭିଡ଼ିଓ ଆଉ ଫଟୋକୁ ଦେଖି ତାଙ୍କର ପ୍ରଶଂସକମାନେ ବହୁତ ଦିନପରେ ତାଙ୍କୁ ଦେଖି ବହୁତ ଖୁସି ହୋଇଥିଲେ ଆଉ ମଧ୍ୟ୍ୟ କହିଥିଲେ Miss You Mahi । ତାଙ୍କୁ କେବେ କ୍ରିକେଟ୍ ଖେଳିବାର ଦେଖିବାକୁ ମିଳିବ ବୋଲି ପ୍ରଶ୍ନ କରିଛନ୍ତି । କିଛି ବି କହିଛନ୍ତି ସେମାନେ ବହୁତ ମିସ୍ କରୁଛନ୍ତି କ୍ୟାପଟେନ୍ କୁଲ୍ ମାହିଙ୍କ କ୍ରିକେଟ୍ ଖେଳ କୁ ।
୨୦୧୯ ବିଶ୍ୱକପ ପରଠାରୁ କ୍ରିକେଟ୍ରୁ ଦୂରରେ ଅଛନ୍ତି ମାହି
ଧୋନି ବିଶ୍ୱକପ ୨୦୧୯ ଠାରୁ କ୍ରିକେଟ୍ ଦୂରରେ ରହିଛନ୍ତି । ଏଥର ସେ ଆଇପିଏଲରୁ ପଡ଼ିଆକୁ ଫେରିବେ ବୋଲି ଆଶା କରାଯାଉଥିଲା । ଏଥିପାଇଁ ସେ ଚେନ୍ନାଇ ଯାଇ ଦଳର କ୍ୟାମ୍ପରେ ବହୁତ ପ୍ରାକ୍ଟିସ କରୁଥିବା ଦେଖାଯାଇଥିଲା । କିନ୍ତୁ ବର୍ତ୍ତମାନ କରୋନା ମହାମାରୀ ଯୋଗୁଁ ଆଇପିଏଲ୍କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ କରିଦିଆ ଯାଇଛି । ଏଥର ଆଇପିଏଲ୍ ହେଇପାରିବ ନା ନାହିଁ କିଛି କହିହେବନି ।

ଯଦି ଧୋନି ଆଇପିଏଲ୍ ୨୦୨୦ରେ ଭଲ ଖେଳିଥାନ୍ତେ ତାହାଲେ ଟି-୨୦ ୨୦୨୦ ବିଶ୍ୱକପରେ ଖେଳିବା ନେଇ ସୁଯୋଗ ମିଳିଥାନ୍ତା । ତେବେ ଏବେ କିଛି କହିହବନି ଯେ ଆଗକୁ ମାହି କ୍ରିକେଟ୍ ଖେଳିବେ ନା ନାହିଁ । ସେ ମଧ୍ୟ୍ୟ ଏଯାଏଁ କିଛି ଖେଳିବା ନେଇ କହି ନାଁହାନ୍ତି । ଏବେ ଧୋନି ଲକ୍ଡାଉନ୍ ସମୟେ ତାଙ୍କ ପରିବାର ସହିତ ବହୁତ ସମୟ ବିତାଉଛନ୍ତି । ହେଲେ ଏବେ ମାହିଙ୍କ ପ୍ରଶଂସକ ମାନେ ତାଙ୍କ ଅପେକ୍ଷା କରିଛନ୍ତି କେବେ ସେ ପୁଣି ଖେଳିବେ ।