IPL ୨୦୨୧:CSK VS DC: ୬ ବର୍ଷ ପରେ ହେଲା ମହେନ୍ଦ୍ର ସିଂ ଧୋନିଙ୍କ ସହ ଅନହୋନି, ଜାଣିଲେ ହେବେ ଆଶ୍ଚର୍ଯ୍ୟ।

ଆଇପିଏଲ ୨୦୨୧ ରେ ଏମ ଏସ ଧୋନିଙ୍କ ଆରମ୍ଭ ବହୁତ ଖରାପ ରହିଛି। ଦିଲ୍ଲୀ କ୍ୟାପିଟାଲ ବିପକ୍ଷରେ ୭ ନମ୍ବରରେ ବ୍ୟାଟିଂ କରିବାକୁ ଯାଇ ଧୋନି ବିନା ରନ କରି ଆଉଟ ହୋଇଯାଇଥିଲେ। ସେ ନିଜର ଦ୍ୱିତୀୟ ବଲରେ ଆଉଟ ହୋଇଯାଇଥିଲେ। ଫାଷ୍ଟ ବୋଲର ଆବେଶ ଖାନ ନେଇଥିଲେ ତାଙ୍କ ୱିକେଟ। ଧୋନୀଙ୍କ ଏପରି ଆଉଟ ହେବା ସମସ୍ତଙ୍କୁ ଚକିତ କରିଦେଇଛି।

Google

ଧୋନି ୧୬୧ ଦିନ ପରେ ପଡିଆକୁ ଓହ୍ଲାଇଥିବା ବେଳେ ପ୍ରାକ୍ଟିସର ଅଭାବ ସ୍ପଷ୍ଟ ଭାବରେ ତାଙ୍କ ବ୍ୟାଟିଂରେ ଦେଖାଦେଇଛି। ସେ ଦ୍ୱିତୀୟ ବଲରେ ହିଁ ଆବେଶ ଖାନଙ୍କ ବୋଲିଂରେ ଆଉଟ ହୋଇଯାଇଥିଲେ।

ଧୋନିଙ୍କର ଏପରି ଆଉଟ ହେବା ସମସ୍ତଙ୍କ ପାଇଁ ଏକ ଚକିତ କରିଦେଇଛି। ଧୋନି ଆଇପିଏଲରେ ସର୍ବମୋଟ ୪ ଥର ବିନା ରନରେ ଆଉଟ ହୋଇଛନ୍ତି। ୨୦୧୦ ରେ ସେ ଦୁଇଥର ୦ ରନରେ ଆଉଟ ହୋଇଯାଇଥିଲେ। ପରେ ୨୦୧୫ ରେ ମୁମ୍ବାଇ ଇଣ୍ଡିଆନ୍ସ ବିରୁଦ୍ଧରେ ଖେଳୁଥିବା ବେଳେ ୦ ରେ ଆଉଟ ହୋଇଯାଇଥିଲେ। ୨୦୨୧ ରେ ଆବେଶ ଖାନଙ୍କ ଦ୍ୱିତୀୟ ବଲରେ ସେ ଆଉଟ ହୋଇଯାଥିଲେ।

Google

ଆବେଶ ଖାନ ହେଉଛନ୍ତି ସେହି ଦ୍ୱିତୀୟ ଭାରତୀୟ ଖେଳାଲି ଯିଏ ଧୋନିଙ୍କୁ ୦ ରେ ଆଉଟ କରିବାରେ ସମର୍ଥ ହୋଇପାରିଛନ୍ତି। ପ୍ରଥମ ଥର ହରଭଜନ ସିଂ ଏପରି ଭାବରେ ବିନା ରନରେ ଆଉଟ କରିଥିଲେ ଧୋନିଙ୍କୁ।

Google

ଏମ ଏସ ଧୋନି ଙ୍କ ୦ ରନରେ ଆଉଟ ହେବ ଚେନ୍ନାଇ ସୁପର କିଙ୍ଗସ ଉପରେ ବେସି କିଛି ପ୍ରଭାବ ପକାଇ ପାରିନାହିଁ। ୨୦ ଓଭରରେ ୧୮୮ରନ ବନାଇବାରେ ସମର୍ଥ ହୋଇପାରିଥିଲା ସିଏସକେ। ଧୋନିଙ୍କ ପରେ ବ୍ୟାଟିଂ କରିବାକୁ ଯାଇ ସାମ କରନ ୧୫ ବଲରେ ୩୪ ରନ ଏବଂ ରବୀନ୍ଦ୍ର ଜାଡେଜା ୧୭ ବଲରେ ୨୬ ରନ ବନେଇଥିଲେ। ଜାଡେଜା ଓ କରନ ଉଭୟ ମିଶି ୨୮ ବଲରେ ୫୧ ରନ କରି ଚେନ୍ନାଇକୁ ୧୮୮ ରନ କରିବାରେ ସମର୍ଥ କରାଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *