କ୍ଷେତରେ ଟ୍ରାକ୍ଟର ଚଳାଉଥିବା ଧୋନୀଙ୍କର ଏହି ଫୋଟୋ ବହୁତ ଭାଇରାଲ ହେବାରେ ଲାଗିଛି,ତାଙ୍କ ଲୁକ ଦେଖି ସମସ୍ତେ ବେହୋସ।

ଭାରତୀୟ ପୂର୍ବ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବିଗତ ୧୫ଅଗଷ୍ଟ ଦିନ କ୍ରିକେଟ ଜଗତରୁ ସନ୍ୟାସ ନେଇକି ସଭିଙ୍କୁ ଆଶ୍ଚର୍ଯ୍ୟରେ ପକେଇ ଦେଇ ଥିଲେ। ତାଙ୍କ ଫ୍ୟାନ ମାନେ ତାଙ୍କର ଏହି ନିଷ୍ପତ୍ତି ଉପରେ ବହୁତ ଦୁଃଖିତ ଥିଲେ। ତାଙ୍କ ରିଟାୟରମେଣ୍ଟ ଉପରେ ବହୁତ ଅଟକଳ ଲଗାଉଥିଲେ। ମାତ୍ର ଏବେ ରିତାୟରମେଣ୍ଟ ପରେ ଧୋନୀ ପୁନର୍ବାର ମୈଦାନ ଉପରକୁ ଫେରି ଆସିଛନ୍ତି ମାତ୍ର ଏବେ ତାହା କ୍ଷେତର ମୈଦାନ ଅଟେ। ସେହି କ୍ଷେତ୍ରେ ସେ ନିଜର ହାତ ବ୍ୟବହାର କରୁଛନ୍ତି। ତାଙ୍କର ସେହି କ୍ଷେତ ଉପରେ ଥିବା ଫୋଟୋ ବହୁତ ଜଲଦି ଭାଇରାଲ ହେଉଛି। ଏହି ଫୋଟୋରେ ସେ କ୍ଷେତ୍ରେ ଟ୍ରାକ୍ଟର ଚଳାଉଥିବା ତଥା ବୀଜର ପ୍ୟାକେଟ ନିଜର ହାତରେ ନେଉ ଥିବାର ନଜର ଆସୁଛନ୍ତି।

Google
ଅର୍ଗାନିକ ଚାଷ କରୁଛନ୍ତି ଧୋନୀ:

ଆଜ୍ଞା ହଁ ମହେନ୍ଦ୍ର ସିଂହ ଧୋନୀ ନିଜର ପଲତ୍ରୀ ବ୍ୟବସାୟ ଆରମ୍ଭ କରିବା ପରେ ଏବେ ଅର୍ଗାନିକ କ୍ଷେତ୍ରରେ ନିଜର ବ୍ୟବସାୟ ଆରମ୍ଭ କରିଛନ୍ତି। ପ୍ରକୃତରେ ରାଞ୍ଚୀରେ ସ୍ଥିତ ନିଜର ଜୈବିକ ପଲତ୍ରୀ ୟୁନିଟରେ ୨୦୦୦ କଳା କଡ଼ାକ କୁକୁଡ଼ା ମାନଙ୍କର ଏକ ବେଚ କମ୍ପ୍ଲଇଟ କରିବା ପରେ ଏବେ ଧୋନୀ ଅର୍ଗାନିକ ବ୍ୟବସାୟରେ ମନୋନିବେଶ କରିବାକୁ ଚାହାନ୍ତି। ଧୋନୀଙ୍କର ରାଞ୍ଚୀର ସେମ୍ବୋ ଗ୍ରାମରେ ରିଙ୍ଗ ରୋଡ଼ ପାଖରେ ଏକ ୪୩ଏକର ର ଫାର୍ମହାଉସ ଅଛି। ଏହି ଠାରେ ସେ ଜୈବିକ ଖେତୀ କରୁଛନ୍ତି।

ୟୁଏଇରେ ହେବ ପରିବା ବେପାର:

ଖବର ମୁତାବିକ ଧୋନୀ ନିଜ କ୍ଷେତ୍ରର ପ୍ରାୟ ୧୦ଏକର ଇଲାକାରେ କୋବି , ସ୍ତ୍ରବେରୀ ତଥା ମଟର ଆଦି ବହୁତ କିଛି ଚାଷ କରୁଛନ୍ତି। ଆଉ ଖବରରୁ ଯାହା ଶୁଣିବାକୁ ମିଳୁଛି ସେହି କ୍ଷେତରୁ ବାହାରୁ ଥିବା ସମସ୍ତ ପରିବା ତଥା ମଟର ଆଦିର ରାଞ୍ଚୀର ସ୍ଥାନୀୟ ବଜାରରେ ଭାରି ଚାହିଦା ଅଛି। ଏବେ ଯାହା ଖବର ମିଳୁଛି କି ସେ ଏହି ପରିବା ମାନଙ୍କୁ ତାଙ୍କ ସ୍ଥାନୀୟ ବଜାରରେ ଦେଇ ସାରିବା ପରେ ଏବେ ସେଗୁଡାକୁ ଦୁବାଇ ପଠେଇବା ପାଇଁ ଚାହୁଁଛନ୍ତି। ଏକ ରିପୋର୍ଟ ଅନୁଯାୟୀ ଦୁବାଇରେ ପରିବା ବିକ୍ରି କରିବା ପାଇଁ ଫାର୍ମ ଫ୍ରେସ ଏଜେନ୍ସି ସାହାଯ୍ୟ କରୁଛି।

Google
ଝାଡ଼ଖଣ୍ଡ କୃଷି ବିଭାଗ ସାହାଯ୍ୟ କରିବ:

ପ୍ରକୃତରେ ଧୋନୀଙ୍କର କ୍ଷେତରେ ବାହାରୁ ଥିବା ଏହି ଜୈବିକ ପରିବା ମାନଙ୍କର ବାହାରିବାର ପ୍ରକ୍ରିୟା ଅନ୍ତିମ ଚରଣରେ ଅଛି। ଏହା ଦୁବାଇର ବଜାରକୁ ଯିବା ପାଇଁ ପ୍ରସ୍ତୁତ ଅଛି। ଫାର୍ମ ଫ୍ରେସ ଏଜେନ୍ସି ନା କେବଳ ଏହି ପରିବା ମାନଙ୍କୁ ଦୁବାଇ ବଜାରରେ ବିକ୍ରି କରିବ ବରଂ ସେ ଏହାକୁ ଆମ ଦେଶରେ ଆବଶ୍ୟକୀୟ ଲୋକଙ୍କୁ ବି ଦେବ। ଆଗକୁ କୁହା ଯାଇଛି କି ଭାରତର କୃଷି ବିଭାଗ ବି ପରିବା ମାନଙ୍କୁ ଦୁବାଇ ପହଞ୍ଚାଇବାର ଭାର ନେଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *