IPL ୨୦୨୧: MI VS SRH: ହାଇଦ୍ରାବାଦ ହାତରୁ ମ୍ୟାଚ ଛଡାଇ ନେଇ ମୁମ୍ବାଇର ଏହି ଦୁଇ ବୋଲର। ହାଇଦ୍ରାବାଦର ହାଟ୍ରିକ ପରାଜୟ।

ଆକର୍ଷଣୀୟ ମ୍ୟାଚରେ ହାଇଦ୍ରାବାଦକୁ ୧୩ ରନରେ ହରାଇଲା ମୁମ୍ବାଇ। ମୁମ୍ବାଇ ଆଗ ବ୍ୟାଟିଂ କରି ନିର୍ଧାରିତ ୨୦ ଓଭରରେ ଡିକକ ୪୦,ପୋଲର୍ଡ଼ ୩୫ ଏବଂ ରୋହିତ ଶର୍ମାଙ୍କ ୩୨ ରନ ଫଳରେ ୧୫୦ ରନ କରିବାରେ ସକ୍ଷମ ରହିଥିଲା।

Google

ଡି କକ ୩୯ ବଲରେ ୫ ଟି ଚଉକା ମାରି ୪୦ ରନ ବନେଇଥିଲେ। ଏହା ଛଡା ରୋହିତ ୨୫ ବଲରେ ୨ଟି ଛକା ଏବଂ ୨ଟି ଚଉକା ସହାୟତାରେ ୩୨ ରନ କରିଥିଲେ। ସୂର୍ଯ୍ୟ କୁମାର ଯାଦବ ୬ ବଲରେ ୧ଟି ଛକା ଏବଂ ୧ଟି ଚଉକା ସହ ୧୦ ରନ କରି ବିଜୟ ଶଙ୍କରଙ୍କ ବଲରେ ଆଉଟ ହୋଇଥିଲେ। ମଝିରେ ଇଶାନ କିଷାନ ମାତ୍ର ୧୨ ରନ କରି ଆଉଟ ହୋଇଯାଇଥିଲେ। ଶେଷରେ କିରନ ପୋଲର୍ଡ଼ ବଡ଼ ବଡ଼ ହିଟ ଲଗାଇ ଦଳୀୟ ସ୍କୋରକୁ ୧୫୦ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ସେ ଶେଷ ଓଭରରେ ଭୁବନେଶ୍ୱର କୁମାରଙ୍କୁ ୨ଟି ଛକା ମାରିଥିଲେ। ଆଇପିଏଲର ୧୪ ତମ ସଂସ୍କରଣରେ ମୁମ୍ବାଇର ଏହା ଲଗାତାର ୨ୟ ବିଜୟ । ଏପଟେ ହାଇଦ୍ରାବାଦର ହାଟ୍ରିକ ପରାଜୟ। ଏହି ମ୍ୟାଚରେ ହାଇଦ୍ରାବାଦ ୪ଟି ଚେଞ୍ଜ କଲା ପରେ ବି ମ୍ୟାଚ ଜିତିପାରିଲାନାହିଁ।

ହାଇଦ୍ରାବାଦ ପକ୍ଷରୁ ମୁଯିବ ଉର ରେହମାନ ନିଜର ୪ଓଭରରେ ୨୯ ରନ ଦେଇ ଦୁଇଟି ୱିକେଟ ଅକ୍ତିଆର କରିଥିଲେ। ଏହା ଛଡା ଖାଲିଲ ଅହମଦ ଗୋଟିଏ ଏବଂ ବିଜୟ ଶଙ୍କର ନିଜର ୩ ଓଭରରେ ୧୯ ରନ ଦେଇ ଦୁଇଟି ୱିକେଟ ପାଇଥିଲେ।

Google

ଏହା ପରେ ହାଇଦ୍ରାବାଦ ଏହି ଟାର୍ଗେଟକୁ ପିଛା କରି ଭଲ ଆରମ୍ଭ କରିଥିଲା। ଓପ୍ନର ଡାଭିଡ ୱାରନର ୩୪ ବଲରେ ୨ଟି ଚଉକା ଏବଂ ୨ଟି ଛକା ସହ ୩୬ ଏବଂ ବେୟାରଷ୍ଟ୍ରୋ ୨୨ ବଲରେ ୪ଟି ଛକା ଏବଂ ୩ଟି ଚଉକା ସହ ୪୩ରନ କରିଥିଲେ। ଏହି ଦୁହିଁଙ୍କ ବ୍ୟତୀତ ବିଜୟ ଶଙ୍କର ୨୮ ରନ ବନେଇଥିଲେ ହେଲେ ସେ ହାଇଦ୍ରାବାଦକୁ ବିଜୟ ଦେବାରେ ବିଫଳ ହୋଇଥିଲେ। ବିରାଟ ସିଂ ୧୧ ରନ କରି ଆଉଟ ହୋଇଯାଇଥିଲେ।

Google

ମୁମ୍ବାଇ ପକ୍ଷରୁ ଟ୍ରେଣ୍ଟ ବୋଲଟ ୩.୪ ଓଭରରେ ୨୮ ରନ ଦେଇ ୩ଟି ୱିକେଟ ପାଇଥିଲେ। ତାଙ୍କ ଛଡା ରାହୁଲ ଚାହାର ମଧ୍ୟ ନିଜର ୪ଓଭରରେ ୧୯ ରନ ଦେଇ ୩ଟି ୱିକେଟ ପାଇଥିଲେ। କ୍ରୁନାଲ ପାଣ୍ଡ୍ୟା ଏବଂ ବୁମରାଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା। ଶେଷରେ ମୁମ୍ବାଇ ହାଇଦ୍ରାବାଦକୁ ୧୩ ରନରେ ହରାଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *