IPL ୨୦୨୧:ଏହି ଚୂଡାନ୍ତ ଏକାଦଶ ସହ ଆଇପିଏଲରେ ଓହ୍ଲାଇ ପାରେ ମୁମ୍ବାଇ ଇଣ୍ଡିଆନ୍ସ ,ଅର୍ଜୁନଙ୍କୁ ମିଳିବ ମୌକା? ପଢନ୍ତୁ ସମ୍ପୂର୍ଣ୍ଣ ଖବର।

ଦୁନିଆର ସବୁଠୁ ଦାମୀ ଟି-୨୦ ଲିଗର ଆରମ୍ଭ ଆଉ ଅଳ୍ପ ଦିନ। ଏହାର ପ୍ରଥମ ମ୍ୟାଚ ପାଞ୍ଚଥରର ଚାମ୍ପିୟାନ ଟିମ ମୁମ୍ବାଇ ଇଣ୍ଡିଆନ୍ସ ଓ କୋହଲିଙ୍କ ଅଧିନାୟକତ୍ୱ ଟିମ ଆରସିବି ମଧ୍ୟରେ ୯ ଏପ୍ରିଲକୁ ଚେନ୍ନାଇରେ ହେବ। ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ଟିମ ମୁମ୍ବାଇ ଇଣ୍ଡିଆନ୍ସ ଏବେ ପର୍ଯ୍ୟନ୍ତ ୧୩ ଟି ଆଇପିଏଲ ସଂସ୍କରଣରୁ ୫ ଟି ଟ୍ରଫି ଉଠାଇ ସାରିଛ।ତାଙ୍କ ଟାର୍ଗେଟ ରହିବ କି ସେ ଏହି ବିଜୟକୁ ସେହିପରି ବଜାଇ ରଖିବେ।

Google

କ୍ୟାପଟେନ ରୋହିତ ଶର୍ମାଙ୍କ ସହିତ ହାର୍ଦିକ ପାଣ୍ଡ୍ୟା ଓ ପୋଲାଡ଼ଙ୍କ ଭଳି ପାୱାର ହିଟରଙ୍କ ସହ ଭଲ ପ୍ରେସ ଆଟାକଦ୍ଵାରା ମୁମ୍ବାଇ ଟିମ ଷଷ୍ଠ ଥର ଚାମ୍ପିୟାନ ହେବାକୁ ଓହ୍ଲାଇବ। ପ୍ରଥମ ମ୍ୟାଚ ଚେନ୍ନାଇରେ ହେବ ଯେଉଁଠି ଆରସିବି ଟିମ ବିଜୟ ଟାର୍ଗେଟରେ ଓହ୍ଲାଇବ। ଚୂଡାନ୍ତ ଏକାଦଶ ପାଇଁ ମୁମ୍ବାଇ ଟିମକୁ ଅଧିକ କଷ୍ଟ କରିବାକୁ ପଡିବନି କାରଣ ତାଙ୍କ ଖେଳାଳି ମୌକା ମିଳିବା ପରେ ନିଜକୁ ସାବ୍ୟସ୍ତ କରିଥାନ୍ତି। ମୁମ୍ବାଇ ପାଖରେ ଗୋଟେ ରୁ ଗୋଟେ ଭଲ ଖେଳାଳି ଅଛନ୍ତି। ସେଥିପାଇଁ କାହାକୁ ବାହାର କରିବା ବା କାହାକୁ ରଖିବା ଏଥିପାଇଁ ଅଧିକ ଭାବିବାକୁ ପଡିବନି।

ଆଇପିଏଲର ପୂର୍ଵ ସଂସ୍କରଣ ୟୁଏଇରେ ଖେଳାଯାଇଥିଲା ଓ ମୁମ୍ବାଇ ଟିମ ପଞ୍ଚମ ଥର ଚମ୍ପିୟାନ ହୋଇଥିଲା। ମୁମ୍ବାଇ ଟିମରେ ଅଧିନାୟକ ରୋହିତ ଶର୍ମା ଓ ଦକ୍ଷିଣ ଆଫ୍ରିକାର ବିସ୍ପୋଟକ ବ୍ୟାଟ୍ସମ୍ୟାନ କ୍ୟୁଣ୍ଟନ ଡିକକଙ୍କ ଭଳି ଓପନର ସାମିଲ ଅଛନ୍ତି। ସେହିପରି ମୁମ୍ବାଇ ପାଖରେ ସୂର୍ଯ୍ୟକୁମାର ଯାଦବ ଓ ଇସାନ କିଶନଙ୍କ ପରି ଭୟଙ୍କର ପାରି ପାଇଁ ଜଣାଯାଉଥିବା ଖେଳାଳି ଅଛନ୍ତି। ଏହି ଦୁଇ ଖେଳାଳି ଇଂଲଣ୍ଡ ସିରିଜରେ ଡେଭ୍ୟୁ କରିବାର ମୌକା ପାଇଥିଲେ। ଏହା ପରେ ରହିଛନ୍ତି ପାଣ୍ଡ୍ୟା ବ୍ରଦର୍ଶ ଯାହାଙ୍କ ବିଷୟରେ କହିବା କମ ହେବ ଯିଏକି କୌଣସିବି ମ୍ୟାଚକୁ ପରିବର୍ତ୍ତନ କରିପାରିବେ। ଏହା ପରେ ୱେଷ୍ଟଇଣ୍ଡିଜର ମହାନ କ୍ରିକେଟର କିରୋନ ପୋଲାଡ଼ ବଲ ଓ ବ୍ୟାଟରେ କମାଲ ଦେଖେଇପାରିବେ।

Google

ବୋଲରଙ୍କ କଥା କହିବା ତ ମୁମ୍ବାଇ ପାଖରେ ଭାରତର ସବୁଠୁ ସଫଳ ଫାଷ୍ଟ ବୋଲର ବୁମରା ଅଛନ୍ତି। ବୁମରା ଅଳ୍ପ ଦିନ ତଳେ ସଂଜନା ଗଣେସନଙ୍କ ସହ ବିବାହ କରିଥିଲେ ସେ ଏହା ପରେ ପ୍ରଥମ ଥର ବାହା ହେବା ପରେ ଖେଳିବେ। ତାଙ୍କ ଛଡା ମୁମ୍ବାଇ ପାଖରେ ଟ୍ରେଣ୍ଟ ବୋଲଟ ଓ ନାଥନ କୁଲଟର ନାଇଲଙ୍କ ପରି ପ୍ରେସ ବୋଲର ମଧ୍ୟ ଅଛନ୍ତି । ଏହା ପରେ ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ମଧ୍ୟ ଏଥର ମୁମ୍ବାଇରେ ସାମିଲ ଅଛନ୍ତି ଓ ସେ ଖେଳିପାରନ୍ତି। କିନ୍ତୁ ସେ ଚୂଡାନ୍ତ ଏକାଦଶରେ ଖେଳିବା କଷ୍ଟସାଧ୍ୟ । ଖାସ କରି ଆରମ୍ଭ ମ୍ୟାଚରେ ତାଙ୍କୁ ମୌକା ମିଳିବା କଷ୍ଟସାଧ୍ୟ।

Google
ମୁମ୍ବାଇର ସମ୍ଭାବିତ ଚୂଡାନ୍ତ ଏକାଦଶ:

ରୋହିତ ଶର୍ମା(କ୍ୟାପଟେନ), କ୍ୟୁଣ୍ଟନ ଡିକକ, ଇଶାନ କିଷାନ(ୱିକେଟ କିପିଙ୍ଗ),ସୂର୍ଯ୍ୟକୁମାର ଯାଦବ, କୁନାଲ ପାଣ୍ଡ୍ୟା,ହାର୍ଦିକ ପାଣ୍ଡିଆ, କିରୋନ ପୋଲାଡ଼, ରାହୁଲ ଚାହାର,ଯଶପ୍ରୀତ ବୁମରା,ଟ୍ରେଣ୍ଟ ବୋଲ୍ଡ ଓ ନାଥନ କୁଲଟର ନାଇଲ/ଏଡ଼ମ ମିଲନ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *