ମୁଣ୍ଡଳି ବୋଟ ଦୁର୍ଘଟଣା: ଆରପାରିକୁ ଚାଲିଗଲେ ଚିଫ ରିପୋର୍ଟର ଅରିନ୍ଦମ! ଖେଳିଗଲା ଦୁଃଖର ଲହରୀ, ଉଠୁଛି ପ୍ରଶ୍ନ? ଦାୟୀ କିଏ?

ଆସୁଛି ଏକ ଦୁଃଖ ଖବର। ଜଣେ ନ୍ୟୁଜ ରିପୋର୍ଟର ଯିଏ ନ୍ୟୁଜ ଆପଣଂକୁ ବର୍ଷା, ଝଡ଼ରେ ପଂହଁଚାଇଥାନ୍ତି। ସେ ଓଡ଼ିଶାରେ ଜଣେ ଜଣାଶୁଣା ନ୍ୟୁଜ ରିପୋର୍ଟର। ପ୍ରାୟ ସବୁବେଳେ ସେ ନ୍ୟୁଜ ଆଣିବା ଏବଂ ନ୍ୟୁଜ ରିପୋର୍ଟ କରିବା ପାଇଁ ଜଣାଯାଆନ୍ତି। ବାତ୍ୟା ହେଉ କି ପ୍ରବଳ ବର୍ଷା ସେ ଅନେକ କ୍ଷଣରେ ସବୁବେଳେ ନିଜ କାମ କରିବାରେ ତତ୍ପର ଥାଆନ୍ତି। ହେଲେ ଦୁଃଖଦ ଖବର ଯେ ନ୍ୟୁଜ ଆଣିବାକୁ ଯାଇ ନିଜେ ପାଲଟିଗଲେ ଦୁଃଖଦ ଖବର। କଟକ ନରାଜ ମୁଣ୍ଡଳି ନିକଟରେ ଏକ ବିଶେଷ ଖବର ଦେବାକୁ ଯାଇଥିଲେ ମାତ୍ର ଏକ ଦୁର୍ଘଟଣାର ସାମ୍ନା କରି ଚାଲିଗଲେ ଆରପାରିକୁ। ସେ ଓଟିଭିର ଚିଫ ରିପୋର୍ଟର ଥିଲେ। ବାତ୍ୟା ହେଉ ବନ୍ୟା ହେଉ ସେ ସର୍ବଦା ତତ୍ପର ରହୁଥିଲେ। ଏହି ଘଟଣାଟି ଶୁକ୍ରବାର ଦିନ ଘଟିଛି। ଓଡ୍ରାଫ ବୋଟ ଦୁର୍ଘଟଣାରେ ଚାଲିଯାଇଛି ଚିଫ ରିପୋର୍ଟରଙ୍କ ଜୀବନ। ଓଡ଼ିଶାରେ ଏହି ଖବର ଭାଇରଲ ହେବାରେ ଲାଗିଛି। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି।

Google

ଓଡ୍ରାଫ ଦଳ ମୁଣ୍ଡଳି ନିକଟ ମହାନଦୀକୁ ଯାଇଥିଲେ। ସେମାନେ ଦନ୍ତା ହାତୀକୁ ଉଦ୍ଧାର କରିବା ନିମନ୍ତେ ଯାଇଥିଲେ। ସେହି ୫ ଜଣ ଓଡ୍ରାଫ ଲୋକଙ୍କ ସହ ଓଟିଭିର ଚିଫ ରିପୋର୍ଟର ବି ସାମିଲ ଥିଲେ। ଯାହାଙ୍କର ନାମ ଅରିଂଦମ ଦାସ ଏବଂ ତାଙ୍କ ସହ କ୍ୟାମେରାମ୍ୟାନ ପ୍ରଭାତ ବି ଉପସ୍ଥିତ ଥିଲେ।

ସୁଅର ପ୍ରଭାବରେ ବୋଟଟି ତାର ସନ୍ତୁଳନ ହରାଇବସିଥିଲା। ଯାହା ଫଳରେ ଥିବା ୭ ଜଣ ପାଣିରେ ଉବୁଟୁବୁ ହେଉଥିଲେ। କହିରଖିବୁ ୩ଜଣ ଓଡ୍ରାଫ କର୍ମଚାରୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୨ ଓଟିଭି କର୍ମଚାରୀଙ୍କୁ ମଧ୍ୟ ଉଦ୍ଧାର କରାଯାଇଥିଲା। ସେମାନଙ୍କୁ କଟକ ବଡ଼ ମେଡିକାଲକୁ ନିଆଯାଇଥିଲା ବୋଲି ଜଣା ଯାଇଛି। ହେଲେ ଏହା ଖବର ଆସିଛି କି ଅରିଂଦମ ଆରପାରିକୁ ଚାଲିଯାଇଛନ୍ତି ଏବଂ ଏହି ଖବର କଟକ ବଡ଼ ମେଡିକାଲର ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ଦେଇଛନ୍ତି।

Google

ସୃଷ୍ଟି ହେଉଛି ବଡ଼ ପ୍ରଶ୍ନ? ତେବେ ଏଥି ନେଇ ଦାୟୀ କିଏ?? ଏବେ ଉଠୁଛି ପ୍ରଶ୍ନ କି ନିଜ ଇଚ୍ଛାରେ ଅରିଂଦମ ଯାଇଥିଲେ ନା ଓଡ୍ରାଫ ଦଳର ସଦଦ୍ୟ ତାଙ୍କୁ ଡାକିଥିଲେ? ଆହୁରି ପ୍ରଶ୍ନ ଉଠୁଛି କି ଉଦ୍ଧାରକାରୀ ଟିମର କେଉଁ କର୍ମଚାରୀ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରିଥିଲେ? ଆଗକୁ ଏହାର ଯାଞ୍ଚ ପରେ ଏହା ଏକ ଭିନ୍ନ ରୂପ ଧାରଣ କରିପାରେ। ତେବେ ଏହାକୁ ନେଇ ଆପଣଂକର କଣ ମତ ଆମକୁ କମେଣ୍ଟ ବକ୍ସରେ ଜଣାଇବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *