ଗୋଟିଏ କ୍ୟାଚକୁ ଧରିବା ପାଇଁ ମୁସ୍ଫୀକୁର ରହିମ ଓ ନସୁମ ଅହମ୍ମଦ ଦୁହେଁ ଦୌଡ଼ିଲେ। ଦୁହେଁ ପିଟି ହେବାରୁ ଅଳ୍ପକେ ବଞ୍ଚିଗଲେ ଯଦି ଦୁହେଁ ପିଟି ହେଇଯାଇଥାନ୍ତେ ତେବେ କ୍ୟାଚ ଖସିଯାଇଥାନ୍ତା ବୋଲି ଜଣା ପଡୁଥିଲା।

ବଙ୍ଗଳାଦେଶର ୱିକେଟକିପର ମୁସ୍ଫୀକୁର ରହିମଙ୍କୁ ସାଥି ଖେଳାଳୀ ସହ ଖରାପ ବ୍ୟବହାର କାରଣରୁ ବଙ୍ଗଳାଦେଶ କ୍ରିକେଟ ବୋର୍ଡ କଡା ସଜା ଦେଇଛନ୍ତି। ପ୍ରକୃତରେ ରହିମ ବଂଗବଂଧୁ ଟି-୨୦ କପରେ ନିଜ ଖେଳାଳୀଙ୍କ ଉପରେ ଏତେ ଜୋରେ ରାଗିଯାଇଥିଲେ କି ସେ ତାଙ୍କୁ ମାରିବା ପାଇଁ ପ୍ରସ୍ତୁତ ହୋଇଯାଇଥିଲେ। ଯାହା ପରେ ବୋର୍ଡ ତାଙ୍କ ଉପରେ ମ୍ୟାଚ ଫିସର ୨୫% ଜୋରିମାନା ଲଗାଇଛି। ଏହି ଜୋରିମାନା ସହିତ ରହିମଙ୍କ ଅନୁଶାସନ ରେକର୍ଡରେ ଡିମେରିଟି ଗୋଟେ ନମ୍ବର ଯୋଗ ହୋଇଗଲା ବୋଲି ଜଣା ପଡ଼ିଛି।
୧୪ ଡିସେମ୍ବରକୁ ବଂଗବଂଧୁ ଟି-୨୦ କପରେ ବେକ୍ସିମକୋ ଢାକାର ଅଧିନାୟକତ୍ୱ କରୁଥିବା ମୁସ୍ଫୀକୁର ରହିମ ସେତେବେଳେ ବିବାଦରେ ଆସିଗଲେ ଯେବେ ସେ ନିଜ ଟିମର ଖେଳାଳୀ ନସୁମ ଅହମ୍ମଦଙ୍କ ଉପରେ ହାତ ଉଠାଇବା ପାଇଁ ଚେଷ୍ଟା କଲେ।
ମ୍ୟାଚ ସମୟରେ ବିରୋଧୀ ଟିମକୁ ୧୯ ବଲରେ ୪୫ ରନର ଆବଶ୍ୟକତା ଥିଲା ଓ ଅଫିଫ ହୁସେନ ଭଲ ବ୍ୟାଟିଙ୍ଗ କରୁଥିଲେ କିନ୍ତୁ ସେବେ ୧୭ ତମ ଓଭରରେ ଅଫିଫ ଖରାପ ଶର୍ଟ ଖେଳିଦେଲେ ଓ ମୁସ୍ଫୀକୁର ବଲ ପଛରେ ଦୌଡ଼ିଲେ।କିନ୍ତୁ ସେହି କ୍ୟାଚ ଧରିବା ପାଇଁ ନସୁମ ଅହମ୍ମଦ ମଧ୍ୟ ଦୌଡ଼ିଲେ। ବହୁ କଷ୍ଟରେ ମୁସ୍ଫୀକୁର କ୍ୟାଚ ଧରିନେଲେ କିନ୍ତୁ ଏହା ପରେ ସେ ରାଗରେ ନସୁମଙ୍କ ପାଖକୁ ଗଲେ।
Calm down, Rahim. Literally. What a chotu 🐯🔥
(📹 @imrickyb) pic.twitter.com/657O5eHzqn
— Nikhil 🏏 (@CricCrazyNIKS) December 14, 2020
ମୁସ୍ଫୀକୁର ରହିମଙ୍କୁ ଦେଖି ଏପରି ଲାଗୁଥିଲା ସେ ତାଙ୍କ ଉପରେ ହାତ ଉଠାଇଦେବେ କିନ୍ତୁ ସେ ଅଚାନକ ରହିଗଲେ।ସାଥି ଖେଳାଳୀ ମୁସ୍ଫୀକୁରଙ୍କି ଶାନ୍ତ କଲେ ଓ ଯୁବକ ଖେଳାଳୀ ନସୁମ ମହମ୍ମଦଙ୍କୁ ମଧ୍ୟ ସମ୍ଭାଳିଲେ। ଯଦି ଦୁହେଁ ପିଟି ହୋଇଯାଇଥାନ୍ତେ କ୍ୟାଚ ଖସିବା ସହ ଦୁହେଁ ଆଘତ ହୋଇଯାଇଥାନ୍ତେ। ରହିମ ୪୩ ରନର ଭଲ ପାରି ଖେଳିଥିଲେ। ୟାସିର ଅଲ୍ଲୀ ୫୪ ରନ କରିଥିଲେ। ଡେଲି ଷ୍ଟାର ଅନୁସାରେ ରହିମ ନିଜର ଏହି ଖରାପ ବ୍ୟବହାର ପାଇଁ ଭୁଲ ମାଗିନେଇଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।