କୋରନା ଭାକ୍ସିନକୁ ନେଇ ନରେନ୍ଦ୍ର ମୋଦିଙ୍କ ବୟାନ,କେବେ ମିଳିବ ଟୀକା? କାହାକୁ ଆଗ ଏବଂ କାହାକୁ ମିଳିବ ପଛରେ।

କୋଭିଡ଼-୧୯ ର ଟୀକା କିଛି ସପ୍ତାହରେ ପ୍ରସ୍ତୁତ ହୋଇପାରେ ଓ ବୈଜ୍ଞାନିକଙ୍କ ମତ ମିଳିବା ପରେ ଦେଶରେ ଟୀକାକରଣ ଆରମ୍ଭ ହୋଇଯିବ ବୋଲି ଖବର ଆସିଛି।

Google

ପ୍ରଧାନମନ୍ତ୍ରୀ ମୋଦି ଶୁକ୍ରବାରକୁ କହିଛନ୍ତିକି ଭାରତରେ କୋଭିଡ଼-୧୯ ର ଟୀକା କିଛି ସପ୍ତାହରେ ପ୍ରସ୍ତୁତ ହୋଇପାରେ ଓ ବୈଜ୍ଞାନିକଙ୍କ ମତ ମିଳିବା ପରେ ଦେଶରେ ଟୀକାକରଣ ଆରମ୍ଭ ହୋଇଯିବ। କରୋନା ଭାଇରସର ସ୍ଥିତିକୁ ନେଇ ହୋଇଥିବା ବୈଠକରେ ନରେନ୍ଦ୍ର ମୋଦି ଏହା ମଧ୍ୟ କହିଛନ୍ତି ରୋଗୀଙ୍କ ଚିକିତ୍ସାରେ ଥିବା ସ୍ୱାସ୍ଥ୍ୟ କର୍ମୀ , ଆଗ ଧାଢ଼ିରେ ଥିବା ଅନ୍ୟ କର୍ମକର୍ତା, ତଥା ପୂର୍ବରୁ ଗମ୍ଭୀର ରୋଗରେ ଥିବା ବୟସ୍କ ବ୍ୟକ୍ତି ମାନଙ୍କୁ ଟୀକାକରଣରେ ପ୍ରାଥମିକତା ଦିଆଯିବ।

ଏହି ଡ଼ିଜିଟାଲ ବୈଠକରେ ବିପକ୍ଷ ନେତାମାନେ ମଧ୍ୟ ନିଜ ରାୟ ରଖିଥିଲେ। ରାଜ୍ୟସଭାର ନେତା ,ପ୍ରତିପକ୍ଷ ନେତା ଓ କଂଗ୍ରେସର ବାରିଷ୍ଟ ନେତା ଗୁଲାମ ନବୀ ଆଜାଦ କହିଛନ୍ତି କି କରୋନା ଭାଇରସ କାରଣରୁ ଦେଶର ଅନ୍ତରିକ୍ଷ ସୁରକ୍ଷାରେ ଅଶୁବିଧା ହୋଇପାରେ। ଏହା ସହ ଏହି ନିଷ୍ପତିକୁ ଢଙ୍ଗରେ ସମାଧାନ କରିବା ଉଚିତ। ଆଜାଦ କହିଛନ୍ତିକି କରୋନା ଭାଇରସ ଟୀକାକୁ ଜଲ୍ଦି ହାସଲ କରିବା ପାଇଁ ଦେଶକୁ ପ୍ରସ୍ତୁତି କରିବାକୁ ହେବ। କରୋନା ଭାଇରସର ଆରମ୍ଭ ଅବସ୍ଥା ବିଷୟରେ ଚର୍ଚ୍ଚା କରିବା ପାଇଁ ସରକାରଙ୍କ ତରଫରୁ ଆୟୋଜିତ ଏହା ଦ୍ୱିତୀୟ ସର୍ଵ ଦଳୀୟ ବୈଠକ ଅଟେ।

Google
ଭାରତୀୟ ବୈଜ୍ଞାନିକ ନିଜର ସଫଳତାକୁ ନେଇ ବହୁତ ଆଶ୍ୱସ୍ତ:-

ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମଧ୍ୟ ଉପସ୍ଥିତ ଥିଲେ ଓ ସେ କହିଛନ୍ତି ଟିକା ଆସିବା ପରେ ପ୍ରଥମେ ଏକ କୋଟି ସ୍ୱାସ୍ଥ୍ୟ କର୍ମୀଙ୍କୁ ପ୍ରଥମେ ଦିଆଯିବ। ଏହା ପରେ ଆଗ ଧାଡିରେ ଥିବା ପାଖାପାଖି ୨ କୋଟି ଲୋକଙ୍କୁ ଟୀକା ଦିଆଯିବ। ମୋଦି କହିଛନ୍ତି କିଛି ଦିନ ପୂର୍ବରୁ ଭାରତରେ ଟୀକା ପ୍ରସ୍ତୁତ କରୁଥିବା ବୈଜ୍ଞାନିକ ଦଳଙ୍କ ସହିତ ମୋର ଅନେକ ସମୟ ପର୍ଯ୍ୟନ୍ତ କଥାବାର୍ତ୍ତା ହୋଇଛି। ଭାରତୀୟ ବୈଜ୍ଞାନିକ ନିଜ ସଫଳତାକୁ ନେଇ ବହୁତ ଆଶ୍ୱସ୍ତ ଅଛନ୍ତି।

ଗମ୍ଭୀର ରୋଗରେ ପୀଡିତ ଲୋକଙ୍କୁ ପ୍ରଥମେ ଦିଆଯିବ ଭାକ୍ସିନ:-

ସେ କହିଛନ୍ତି,”ବିଶେଷଜ୍ଞଙ୍କ କହିବା କଥା କି କୋଭିଡ଼-୧୯ ଟୀକା ପାଇଁ ଅଧିକ ଦିନ ଅପେକ୍ଷା କରିବାକୁ ପଡିବନି।ମାନାଯାଉଛିକି ଏହା କିଛି ସପ୍ତାହରେ ପ୍ରସ୍ତୁତ ହୋଇଯିବ।ମୋଦି କହିଛନ୍ତି ଯେବେ ବୈଜ୍ଞାନିକ ହଁ କରିବେ ଟୀକାକରଣ ଆରମ୍ଭ ହୋଇଯିବ। ଟୀକାକରଣର ପ୍ରଥମ ଚରଣରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହ ମିଶି ଏହା ଉପରେ ନିଷ୍ପତି ନେବେ। କୁହାଯାଇଛି ରୋଗୀଙ୍କ ଚିକିତ୍ସାରେ ଥିବା ସ୍ୱାସ୍ଥ୍ୟ କର୍ମୀ , ଆଗ ଢ଼ାଡ଼ିରେ ଥିବା ଅନ୍ୟ କର୍ମକର୍ତା, ତଥା ପୂର୍ବରୁ ଗମ୍ଭୀର ରୋଗରର ଥିବା ବୟସ୍କ ବ୍ୟକ୍ତି ମାନଙ୍କୁ ଟୀକାକରଣରେ ପ୍ରଥାମିକତା ଜାରି କରାଯିବ।

Google
ଦର ଲୋକଙ୍କୁ ଧ୍ୟାନରେ ରଖି ରଖାଯିବ:-

ମୋଦିଙ୍କ ମୁତାବକ ଦର କଥା କହିବାତ ଏହା ଏହା ବିଷୟରେ ଫଇସଲା ଜନସ୍ଵାସ୍ଥ୍ୟକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇ କରାଯିବ ଓ ରାଜ୍ୟ ସରକାରଙ୍କ ଏଥିରେ ପୁରା ସହଭାଗୀତା ରହିବ। ମୋଦି ସରକାର କହିଛନ୍ତି ଦୁନିଆର ନଜର ସବୁଠୁ ଭଲ ଓ କମ ଦାମ ବିଶିଷ୍ଟ ଟୀକା ଉପରେ ଅଛି ସେଥିପାଇଁ ଏହା ପାଇଁ କେବଳ ଭାରତ ଉପରେ ସମସ୍ତଙ୍କ ନଜର। ସେ ଏହା ମଧ୍ୟ କହିଛନ୍ତି ଭାରତ ପାଖରେ ଟୀକା ବିତରଣ ବିଶେଷଜ୍ଞତା ଓ କ୍ଷମତା ଅନ୍ୟ ମାନଙ୍କ ଠୁ ଅଧିକ ଅଟେ। ମୋଦି କହିଛନ୍ତି ଆମ ପାଖରେ ଟୀକା ବିତରଣ ପାଇଁ ଦୁନିଆର ସବୁଠୁ ଅନୁଭବୀ ନେଟୱର୍କ ଅଛି ଯାହାର ଲାଭ ଉଠାଯିବ।

ମୋଦି କହିଛନ୍ତି ,”ଆପଣ ଏକ ପ୍ରକାର ଭାବିକି ଚାଲନ୍ତୁ କି ସମସ୍ତେ ପ୍ରସ୍ତୁତ ହୋଇ ଅଛନ୍ତି। ପାଖାପାଖି ଏପରି ୮ ଟି ଟୀକା ଅଛି ଯାହା ପରୀକ୍ଷଣର ଅଲଗା ଅଲଗା ଚରଣରେ ଅଛନ୍ତି ଓ ଯାହାର ଉତ୍ପାଦନ ଭାରତରେ ହିଁ ହୋଇଥାଏ।ଭାରତର ନିଜର ତିନୋଟି ଟୀକା ଅଲଗା ଅଲଗା ଚରଣରେ ଅଛି।ପ୍ରଧାନମନ୍ତ୍ରୀ କହିଛନ୍ତି ଅନେକ ଥର ଭୁଲ ତଥ୍ୟ ବ୍ୟାପିଯାଇଥାଏ ଯାହା ଜନହିତ ଓ ରାଷ୍ଟ୍ରହିତ ପାଇଁ ଠିକ ନୁହେଁ। ସେ କହିଛନ୍ତି ଆମର କାର୍ଯ୍ୟ ଜାଗରିକତା ପ୍ରଚାର କରିବା।

Google

ମୋଦି ବିଭିନ୍ନ ଦଳ ମାନଙ୍କର ନେତା ମାନଙ୍କୁ କହିଛନ୍ତିକି ଭାରତ ଏକ ବିଶେଷ ସଫ୍ଟପୱେୟର “କୋ-ଭିନ” ବି ତିଆରି କରିଛନ୍ତି।ଯାହା ସମସ୍ତ ତଥ୍ୟ ଦେବ। ସେ କହିଛନ୍ତି ଭାରତ ଯୋଉଭଳି ଭାବେ କରୋନା ସହ ଲଢ଼ିଛି ଏହା ଦୃଢ଼ ଇଛା ଶକ୍ତି ଅଟେ। ଅନେକ ବିକଶିତ ଦେଶ ଅପେକ୍ଷା ଭାରତ ଅଧିକ ପ୍ରଭାବଶାଳୀ ରହିଛି। ଏହା ଅଧିକ ଲୋକଙ୍କ ଜୀବନ ବଂଚିଯାଇଛି।

ମୋଦି କହିଛନ୍ତି,” ଆମେ ଭାରତୀୟ ନିଜେ ନିଜର ସାହସ,ଆମ ଭାରତୀୟଙ୍କ ସମର୍ଥରେ କେହି ଏହି ଲଢେଇରେ ନାହାଁନ୍ତି। ମୋଦି କହିଛନ୍ତି ଆଜି ଭାରତ ସେହି ଦେଶ ମାନଙ୍କ ମଧ୍ୟରେ ଅଛି ଯେଉଁଠି ପ୍ରତ୍ୟେକ ଦିନ ବହୁତ ଯାଞ୍ଚ ହେଉଛି। ଏହା ସହ ଭାରତ ସେହି ଦେଶ ମାନଙ୍କ ମଧ୍ୟରୁ ଜଣେ ଯେଉଁଠି ସଂକ୍ରମଣ ସୁସ୍ଥ ହେବାର ଅଧିକାଂଶ ସମ୍ଭାବନା ଅଛି। ଏହା ସହ ଭାରତରେ ମୃତ୍ୟୁ ସଂଖ୍ୟା ମଧ୍ୟ କମ।ମୋଦି ଅନେକ ଦେଶରେ ସଂକ୍ରମଣ ବଢୁଥିବା ଦେଖି କହିଛନ୍ତି ଆଗକୁ କଣ ହେବ କେହି କହିପାରିବେ ନାହିଁ।ସେ ଏହାଠୁ ବଞ୍ଚିବା ପାଇଁ ମାସ୍କ ପିନ୍ଧିବା ସହିତ ସାମାଜିବ ଦୂରତା ରଖିବା ପାଇଁ କହିଛନ୍ତି।

Google

ବୈଠକରେ ତୃଣମୂଳ କଂଗ୍ରେସର ନେତା ସୁଦୀପ ବନ୍ଦୋପାଧ୍ୟାୟ କହିଛନ୍ତି ରାଜ୍ୟ ସରକାର କରୋନା ସହ ଲଢ଼ିବାରେ କେନ୍ଦ୍ର ସରକାରଙ୍କୁ ସହଯୋଗ କରୁଛନ୍ତି। ସେ ଏହା ମଧ୍ୟ କହିଛନ୍ତି କି ସେ କେନ୍ଦ୍ର ସରକାରଙ୍କ ସହ ସବୁ ପଦକ୍ଷେପ ମଧ୍ୟ ନେଉଛନ୍ତି। ସେହି ବୈଠକରେ ବିଭିନ୍ନ ଦଳର ନେତା ଭାଗ ନେଇଥିଲେ। କଂଗ୍ରେସ ତରଫରୁ ଅଧିର ରଞ୍ଜନ ଚୌଧୁରୀ ଓ ଗୁଲାମ ନବୀ ଆଜାଦ, ତୃଣମୂଳ କଂଗ୍ରେସର ନେତା ସୁଦୀପ ବନ୍ଦୋପାଧ୍ୟାୟ,ସଂକାପା ରୁ ସରଦ ପବାର, ଓ ସପାର ରାମଗୋପାଳ ଯାଦବ, ଏଥିରେ ଯୋଗଦେଇଥିଲେ। କେନ୍ଦ୍ରୀୟ ରକ୍ଷାମନ୍ତ୍ରୀ ରାମନାଥ ସିଂହ, ଗୃହ ମନ୍ତ୍ରୀ ଅମିତ ସାହା, ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ଓ ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମଧ୍ୟ ବୈଠକରେ ଯୋଗ ଦେଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *