ବ୍ୟୁରୋ ରିପୋର୍ଟ: ୱେଷ୍ଟଇଣ୍ଡିଜର ପୂର୍ଵ ଅଲରାଉଣ୍ଡର କାୟରନ ପୋଲାର୍ଡ଼ ୧୦ ବର୍ଷ ପରେ ପ୍ରଥମ ଥର କାଉଁଟି କ୍ରିକେଟ ଖେଳିବେ। ସେ ଟି-୨୦ ବ୍ଲାଷ୍ଟ ପାଇଁ ସରେ ଟିମ ସହ ସାଇନ କରିଛନ୍ତି। ସେ ନିଜ ଦେଶର ସାଥି ସୁନୀଲ ନାରିନଙ୍କ ସହ ଟିମରେ ମିଶିଛନ୍ତି। ସେ ଏହି ସିଜନରେ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପଟୁ ଖେଳୁଛନ୍ତି କିନ୍ତୁ ବ୍ୟାଟିଙ୍ଗ ଓ ବୋଲିଙ୍ଗରେ ଏତେ ଭଲ ପ୍ରଦର୍ଶନ କରିପାରିନାହାଁନ୍ତି। ତାଙ୍କ ପ୍ରଦର୍ଶନ ନିରାଶଜନକ ରହିଛି ଏହି କାରଣ ଅଟେ କି ଏହି ସିଜନରେ ତାଙ୍କୁ କେତେକ ମ୍ୟାଚରେ ଚୂଡାନ୍ତ ଏକାଦଶରେ ମୌକା ମିଳିନାହିଁ। ତେବେ IPL ରେ ମୁମ୍ବାଇ ପାଞ୍ଚ ଥର ଟ୍ରଫି ଉଠାଇଛି। ଦଳ ମେଗା ଅକ୍ସନ ପୂର୍ବରୁ ରୋହିତ, ବୁମରା, ସୂର୍ଯ୍ୟ କୁମାର ଏବଂ ପୋଲର୍ଡ଼ଙ୍କୁ ରିଟେନ କରିଥିଲା।

ଇଏସପିଏନ କ୍ରିକଇନ୍ଫୋର ଖବର ଅନୁସାରେ ପୋଲାର୍ଡ଼ ଇଣ୍ଟରନେସନାଲ କ୍ରିକେଟରୁ ଅବସର ନେବା ପରେ ତାଙ୍କ ସହ ଅନେକ କାଉଁଟି ଟିମ ଟି-୨୦ ବ୍ଲାଷ୍ଟ ଖେଳିବା ପାଇଁ ସମ୍ପର୍କ କରିଥିଲେ। ଯେଉଁଥିରେ ସରେ କାଉଁଟି ଟିମ ସବୁଠୁ ଆଗରେ ଥିଲା। ଅଷ୍ଟ୍ରେଲିଆର ବୋଲର ସିନ ଆବର୍ଟ ଯିଏକି ସରେ ଟିମର ଅଂଶ ଅଛନ୍ତି ସେ ଶ୍ରୀଲଙ୍କା ଗ୍ରସ୍ତରେ ବ୍ୟସ୍ତ ରହିବେ ଯାହା ଦ୍ୱାରା ସେ ହଟିଯାଇଛନ୍ତି।
ସରେ କଲା କନଫର୍ମ :
Sunil Narine and Kieron Pollard will be playing for Surrey in the T20 Blast 2022.
— Johns. (@CricCrazyJohns) May 20, 2022
ସରେ କାଉଁଟି ଶୁକ୍ରବାରକୁ ପୋଲାର୍ଡ଼ଙ୍କ ଖେଳିବା ନେଇ ସ୍ପଷ୍ଟ କରିଛି। ଟି-୨୦ ସିରିଜରେ ପୋଲାର୍ଡ଼ ୩୧ ମଇକୁ ସରେ ପାଇଁ ଦ୍ୱିତୀୟ ମ୍ୟାଚ ଗ୍ଲୁଷ୍ଟରସାୟର ବିରୁଦ୍ଧରେ ଖେଳିବାର ଅଛି। ଏହି ମ୍ୟାଚ ସରେର ହୋମ ଗ୍ରାଉଣ୍ଡ ଲଣ୍ଡନର ଓଭାଲରେ ଖେଳାଯିବାର ଅଛି ବୋଲି ବିଶେଷ ରିପୋର୍ଟରୁ ଜଣା ଯାଇଛି। ପୋଲାର୍ଡ଼ ୨୦୧୧ ପରଠୁ ପ୍ରଥମ ଥର ଇଂଲଣ୍ଡ କାଉଁଟି ଟିମ ପଟୁ ଖେଳିବାର ଅଛି। ୧୧ ବର୍ଷ ପୂର୍ବରୁ ସେ ସମରସେଟ ଟିମ ପଟୁ ଖେଳିଥିଲେ ଓ ସେବେ ଟିମ ଫାଇନାଲରେ ଲିସେଷ୍ଟସାୟରକୁ ହରାଇଥିଲା। କିରୋନ ପୋଲାର୍ଡ଼ ୨୦୨୦ରେ ନୋର୍ଥମପନସାୟର ଟିମରୁ ଖେଳିଥାନ୍ତେ କିନ୍ତୁ କରୋନା ଭାଇରସ କାରଣରୁ ତାଙ୍କଡିଲ କ୍ୟାନ୍ସଲ ହୋଇଗଲା।
ସରେ କାଉଁଟି ଦ୍ଵାରା ଜାରି ବୟାନରେ ପୋଲାଡ଼ କହିଛନ୍ତି,”ମୁଁ କାଉଁଟି ଖେଳିବା ବହୁତ ବର୍ଷ ହୋଇଗଲାଣି। ଏହି ବର୍ଷ ସରେ ଟିମ ପଟୁ ବ୍ଲାଷ୍ଟ ପ୍ରତିଯୋଗୀତାରେ ଓହ୍ଲାଇବାକୁ ବାବିଛି। ଓଭାଲର ଗ୍ରାଉଣ୍ଡ ଖେଳିବା ପାଇଁ ବହୁତ ଭଲ ଅଟେ। ଖାସ କରି ଘରେ ଖେଳିବାକୁ ଭଲ ଲାଗେ”। ସରେ ଟିମ ଆଜି ପର୍ଯ୍ୟନ୍ତ ପ୍ରତିଯୋଗୀତା ଜିତିନାହିଁ। ପୂର୍ଵ ବର୍ଷ ଟିମ ନକ ଆଉଟ ମ୍ୟାଚରେ କ୍ୟାଲିଫାଏ କରିପାରିନଥିଲେ।
Ok it is confirmed
Kieron Pollard and Sunil Narine at Surrey!
Lets GO! https://t.co/tgx9ElCo7N
— Caribbean Cricket Podcast (@CaribCricket) May 20, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।