ଅନ୍ତରୀକ୍ଷରେ ଟ୍ରାନ୍ସଫର୍ମର: ନାସା ବନେଇଲା ଆକାର ବଦଳାଉଥିବା ରୋବଟ। ଏହା କିଛି ବି କରିପାରେ।

ଆମେରିକାର ଅନ୍ତରୀକ୍ଷ ବିଭାଗ ନାଶା ଏକ ଆକାର ପରିବର୍ତ୍ତନ କରି ପାରୁଥିବା ରୋବଟ ବନେଇଛି। ଏହା ଦେଖିବାରେ ଟ୍ରାନ୍ସଫର୍ମର୍ସ ମୁଭିର ରୋବଟ ଭଳି ଅଟେ। ଦେଖିବାରେ ଏହା ଏକ ଚାରି ଚକ ଵାଲା ରୋବଟ ଅଟେ ମାତ୍ର ତାହା କାମ ପଡିଲେ ନିଜର ଆକାର ପରିବର୍ତ୍ତନ କରେ ଆଉ କାମ ସରିଲା ପରେ ପୁଣି ସେହି ଚାରି ଚକିଆ ରୋବଟ ହେଇଯାଏ। ନାସାର ଯୋଜନା ଏହାକୁ ମଙ୍ଗଳ ଗ୍ରହକୁ ପଠେଇବା ପାଇଁ ଅଛି ମାତ୍ର ଏହା ଏବେ ମୋଜାମ୍ବୀ ମରୁଭୂମିରେ ଏହାକୁ ଟେଷ୍ଟ କରୁଛି।

Google

ଏହି ରୋବଟର ନାମ ଡୁଏକ୍ସେଲ ଅଟେ। ଏହା ଡୁଆଲ ଏକସେଲର ଛୋଟ ନାମ ଅଟେ। ଏଥିରେ ଦୁଇଟି ଚକ ଵାଲା ଦୁଇ ଦୁଇଟି ରୋବଟ ଅଛନ୍ତି ଯିଏ କି ଏକ ମୁଖ୍ୟ ଭାଗ ସହ ଯୋଡି ହୋଇ ଚାରିଟି ଚକ ଲାଗନ୍ତି। ମାତ୍ର ଏହି ଦୁଇଟି ଏକସେଲ ଦୁଇଟି ଦିଗରେ ଯାଇ ଖୋଜି ପାରନ୍ତି।

ଦୁଏକସେଲ ମୁଖ୍ୟ ଭାଗରୁ ଅଲଗା ହୁଏ ମାତ୍ର ଏଥିରେ ଏକ ତେଥର ବା ତାର ଥାଏ ଯାହା କି ଏମାନଙ୍କୁ ମୁଖ୍ୟ ଭାଗ ସହ ଯୋଡି ହୋଇକି ରହିବାରେ ସାହାଯ୍ୟ କରେ। ଅର୍ଥାତ ଯଦି ମୁଖ୍ୟ ମେସିନ ପାହାଡ଼ ଉପରେ ଥାଏ ତ ଏହାର ଦୁଇଟି ରୋବଟ ଏହାର ଗଭୀରତା ଯାଏ ଖୋଜି ପାରନ୍ତି।

ତେଥର ଏକ ପ୍ରକାରର ଏଙ୍କର ଅଟେ ଯାହା ଏକ ତାର ସ୍ୱରୂପ କାମ କରିଥାଏ ଏବଂ ଏହା ରୋବଟ କୁ ଖରାପ ନ ହେବା ଏବଂ କେଉଁ ଘାଇ ଅଥବା ଖାଲରେ ନ ଫସିବା ପାଇଁ ବ୍ୟବହାର କରା ଯାଇଥାଏ। ନାସାର ଜେଟ ପ୍ରାପଲସନ ଲାବୋରେଟୋରି ଏହାକୁ ମୋଜାମ୍ବୀ ମରୁଭୂମିରେ ଟେସ୍ତ କରିଛି ଯାହାର ପୃଷ୍ଠ ମଙ୍ଗଳ ଗ୍ରହ ପରି ଅଟେ।

Google

ଜେପିଏଲର ମେସିନାରୀ ଇଂଜିନିଆର ଇଶା ନେସନେସ କହିଲେ କି ଦୁଏକସେଲ ମୋଜାମ୍ବୀ ପୃଷ୍ଠରେ ଯାହା କାମ କଲା ତାହା ଆଜି ଯାଏ ଆଉ କେଉଁ ରୋବଟ କରିପାରିନାହାନ୍ତି। ଏହା କେଉଁ ବି ପୃଷ୍ଠରେ ଚାଲିବା ପାଇଁ ପ୍ରସ୍ତୁତ ଅଛି।

ଇଷା କହିଲେ “ଆମେ ଏହାକୁ ମଙ୍ଗଳ ଗ୍ରହ ପରି କେଉଁ ବି ପୃଷ୍ଠରେ ଉତାରି ପାରିବୁ। ଏହାର ଦୁଇଟି ଅଲଗା ଅଲଗା ଏକ୍ସେଲ ଖୋଲିଯିବା ଦ୍ୱାରା ଏହାର ମୁଖ୍ୟ ଭାଗ ନିଜକୁ ମାଟି ସହ ଯୋଡି ଦେଇଥାଏ ଯାହାଦ୍ୱାରା ଏହା କୁଆଡେ ପଳେଇ ନଯାଉ।”

ଏକ୍ସେଲ ନିଜଦ୍ୱାରା ଚାଲିପାରୁଥିବା ଏକ ରୋବଟ ଅଟେ। ଏହା ନିଜର ମୁଖ୍ୟ ଭାଗ ସହ ଏକ ତେଥର ଦ୍ୱାରା ସମ୍ପର୍କିତ ରହିବ ଯାହାଦ୍ୱାରା କି ଏହାକୁ ରୋବତିକ ଆର୍ମର ଆବଶ୍ୟକତା ନାହିଁ ଆଉ ଏହାର ଓଜନ କମ ହେବ ଆଉ ରକେଟରେ ଜାଗା ବି କମ ନେବ।

Google

ଜେପିଏଲର ରୋବଟିକ ଟେକ୍ନୋଲୋଜିଷ୍ଟ ତଥା ଦୁଏକ୍ସେଲ କୁ ବନେଇଥିବା ଟିମର ସଦଶ୍ୟ ପ୍ୟାତ୍ରିକ ମ୍ୟାଗ୍ରେ କହିଲେ କି “ଏବେ ଆମକୁ ଏହି ସମସ୍ୟା ବି ସମାପ୍ତ ହେଇଯିବ କି ଆମେ ରୋବଟ କୁ କେଉଁ ଖରାପ ଅଥବା ଭୁଲ ମାଟି ଉପରେ ତ ଉଟାରୁ ନାହୁଁ। ପୃଷ୍ଠ ଖରାପ ହେଲେ ବି ଏହି ସେଲ୍ଫ ଟ୍ରାନ୍ସଫର୍ମଇଂ ରୋବଟ ଏଠାରେ ଚାଲି ପାରିବ।”

ଏମିତିରେ ଦୁଏକସେଲ ମଙ୍ଗଳ ଗ୍ରହରେ ରହିବା ପାଇଁ ବନା ଯାଇଛି ମାତ୍ର ନାସାର କହିବା କଥା କି ଏହା କେଉଁ ବି ଗ୍ରହରେ ଖୋଜା ଖୋଜି କରି ପାରିବ ଆଉ କୁଆଡେ ବି ଯାଇ ପାରିବ।

ଦୁଏକସେଲ ମାଟି ଉପରେ ତ ବହୁତ ଭଲ କାମ କରିଛି ମାତ୍ର ଏହାକୁ ଏହାର ସ୍ପେସ ଷ୍ଟେସନର ତଲାସ ଅଛି। ନାସା ଏହି ରୋବଟକୁ ନେଇକି ବହୁତ ଉତ୍ସୁକତା ଦେଖାଇଛି କାରଣ ଏହା ଫ୍ଲିପ ବି କରିପାରେ ଏବଂ ଫେରି ବି ପାରେ।

ଦୁଏକସେଲ କେଉଁ ଗାତକୁ ଯାଇପାରେ, ନିଜର ସ୍ଥାନରେ ଥିବା କେଉଁ ବି ଜିନିଷକୁ ଦେଖିକି ରାସ୍ତା ବଦଳାଇପାରେ। ନିଜର ସନ୍ତୁଳନ ନିଜେ ବନାଇ ପାରେ ଆଉ ଏଥିରେ ଲାଗିଥିବା କିଛି ମେସିନ ମାଟିରେ ଥିବା ଧାତୁର ଯାଞ୍ଚ ବି କରି ପାରନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *