ନାସାର ବଡ ସଫଳତା, ଚନ୍ଦ୍ରପୃଷ୍ଠରେ ଖୋଜିଲା ଜଳ, ସମ୍ଭବ ହୋଇପାରିବ ମାନବ ଜନବସତି ।

ଆମେରିକା ସ୍ପେସ ଏଜେନ୍ସି ନାସାକୁ ବଡ ସଫଳତା ମିଳିଛି।ନାସା ଚନ୍ଦ୍ରରେ ଜଳ ଖୋଜିବାର ଦାବି କରିଛି। ନାସାର ଷ୍ଟ୍ରେଟୋସ୍ପେରିକ ଆବଜବବେକ୍ଟୋରୀ ଫର ଇନଫ୍ରାରେଡ଼ ଆଷ୍ଟ୍ରୋନୋମୀ (ଏସଓଏଫଆଇଏ) ଏହି କଥାର ଦାବି କରିଛନ୍ତି ପ୍ରଥମଥର ଚନ୍ଦ୍ର ପୃଷ୍ଠରେ ସୂର୍ଯ୍ୟଙ୍କ କିରଣ ପଡୁଥିବା କ୍ଷେତ୍ରରେ ଜଳ ଖୋଜାଯାଇଛି।

Google

ଏହି ସନ୍ଧାନରୁ ଏହା ସ୍ପଷ୍ଟ ହେଉଛି କି ଜଳକୁ ଚନ୍ଦ୍ର ପୃଷ୍ଠ ପର୍ଯ୍ୟନ୍ତ ବିତରିତ କରାଯାଇ ପାରିବ,ଏବଂ ଏହା କେବଳ ଶୀତଳ ଏବଂ ଛାଇ ଥିବା ସ୍ଥାନ ପର୍ଯ୍ୟନ୍ତ ସୀମିତ ରହିନାହିଁ,ଏସଓଏଫଆଇଏ ଚନ୍ଦ୍ରର ଦକ୍ଷିଣ ଗୋଲାର୍ଦ୍ଧରେ ସ୍ଥିତ,ପୃଥିବୀରୁ ଦେଖାଯାଉଥିବା ସବୁଠୁ ବଡ଼ ଖାଲ ମଧ୍ୟରେ ଏକ,କ୍ଲେବୀୟ କ୍ରେଟରରେ ଜଳର ଅଣୁ (ଏଚଟୁଓର) ସନ୍ଧାନ କରିଛି।

ଚନ୍ଦ୍ରରେ ଏ ପର୍ଯ୍ୟନ୍ତ ଗତ ପର୍ଯ୍ୟବେକ୍ଷଣରେ ଉଦଜାନର କିଛି ସନ୍ଧାନ ଜଣାପଡିଛି, କିନ୍ତୁ ଏହି ଜଳ ଓ ଏହାର ନିକଟତମ ରାସାୟନିକ ଦ୍ରବ୍ୟ ହାଇଡ୍ରସ୍କିନ(ଓଏଚ) ମଧ୍ୟରେ ଅନ୍ତର କରିବାରେ ଅସମର୍ଥ ଥିଲା। ଏହି ସ୍ଥାନରୁ ପ୍ରାପ୍ତ ତଥ୍ୟ ଅନୁସାରେ,୧୦୦ ରୁ ୪୧୨ ଅଂଶ ପ୍ରତି ମିଲିୟନର ଅନୁପାତରେ ଜଳର ସୂଚନା ମିଳିଛି ଓ ଏହା ପାଖାପାଖି ୧୨ ବୋତଲ ଜଳ ସହ ସମାନ ଅଟେ ଯାହା ଚନ୍ଦ୍ର ପୃଷ୍ଠରେ ଥିବା ମାଟିର ଘନମିଟରରେ ଫସି ଅଛି। ଏହି ସନ୍ଧାନକୁ ନେଚର ଆଷ୍ଟ୍ରୋନୋମିର ନୁଆ ଭାଗରେ ପ୍ରକାଶ କରାଯାଇଛି।

ୱାସିଙ୍ଗଟନରେ ନାସା ମୁଖ୍ୟାଳୟରେ ସାଇନ୍ସ ମିଶନ ନିର୍ଦେଶାଳୟରେ ଏଷ୍ଟ୍ରୋଫିଜିକ୍ସ ଡିଭିଜନର ନିର୍ଦେଶକ ପଲ ହର୍ଟଜ୍ କହିଛନ୍ତି, “ଆମକୁ ଏଚଟୁଓର ର ଯାହାକୁ ଆମେ ଜଳ ରୂପରେ ଜାଣିଛୁ ଓ ତାହା ଚନ୍ଦ୍ରରେ ସୂର୍ଯ୍ୟଙ୍କ ପ୍ରତି ମହଜୁଦ ଥାଇପାରେ। “ସେ ପୁଣି କହିଛନ୍ତି ଏବେ ଆମେ ଜାଣିଛୁ କି ଏହା ସେଠି ଅଛି। ଏହି ସନ୍ଧାନ ଚନ୍ଦ୍ର ପୃଷ୍ଠରେ ଆମ ବୁଦ୍ଧିକୁ ଆହ୍ୱାନ ଦେଇଛି ଓ ଘନ ଅନ୍ତରୀକ୍ଷ ଅନ୍ୱେଷଣ ପାଇଁ ପ୍ରାସଙ୍ଗିକ ସଂଶୋଧନଗୁଡିକ ବିଷୟରେ ପ୍ରଶ୍ନ ଉଠାଉଛି।

Google

ତୁଳନାତ୍ମକ ରୂପରେ ଏସଓଏଫଆଇଏ ଚନ୍ଦ୍ର ପୃଷ୍ଠରେ ଯେତିକି ଜଳ ଖୋଜିଛି ତାହାର ମାତ୍ରା ଆଫ୍ରିକା ସାହାରା ମରୁଭୂମିରେ ଥିବା ଜଳର ତୁଳନାରେ ୧୦୦ ଗୁଣ କମ ଅଟେ। ଜଳର ଏହି କମ ମାତ୍ରା ସତ୍ତ୍ୱେ ଏହି ସନ୍ଧାନ ନୂଆ ପ୍ରଶ୍ନ ଉଥାଉଛି କି ଚନ୍ଦ୍ର ପୃଷ୍ଠରେ ଜଳ କିପରି ପ୍ରସ୍ତୁତ ହେଉଛି।ଏହା ଠୁ ବି ବଡ ପ୍ରଶ୍ନ ଏହା ଯେ ଚନ୍ଦ୍ରର କଠିନ ଓ ବାୟୁମଣ୍ଡଳହୀନ ପରିବେଶରେ ଏହା କିପରି ରହି ପାରୁଛି।ଯଦିଓ ଏବେ ଏହା ଚୂଡାନ୍ତ କରାଯିବ ବାକି ଅଛି କି ଏକ ସଂଶୋଧନ ରୂପରେ ଜଳର କେତେ ପରିମାଣରେ ବ୍ୟବହାର କରାଯାଇପାରିବ।

ଆମେରିକୀୟ ଏଜେନ୍ସି ନାସାର ମହତ୍ୱକାଂକ୍ଷୀ ଯୋଜନା ଚନ୍ଦ୍ରରେ ମଣିଷ ବସ୍ତି କରିବାରେ ରହିଛି। ନାସା ପ୍ରଥମରୁ ହିଁ ଆର୍ଟିମିସ କାର୍ଯ୍ୟକ୍ରମ ଜରିଆରେ ୨୦୨୪ ମଧ୍ୟରେ ଚନ୍ଦ୍ରକୁ ମାନବ ମିଶନ ପଠେଇବାକୁ ଚେଷ୍ଟା କରୁଅଛି। ନାସା ନିଜର ଆର୍ଟିମିସ ପ୍ରୋଗ୍ରାମ ଜରିଆରେ ୨୦୨୪ ମଧ୍ୟରେ ମଣିଷ ମାନଙ୍କୁ ପଠେଇବାକୁ ଚାହୁଁଛି। ଚନ୍ଦ୍ରରେ ପାଣିର ଉପସ୍ଥିତି ବିଷୟରେ ଜାଣିବା ପାଇଁ ନାସା ଉତ୍ସାହିତ ରହିଛି। ଏଥିପାଇଁ ୨୦୨୪ ରେ ନାସା ଜଣେ ମହିଳା ଓ ତାପରେ ଏକ ପୁରୁଷ ଯିବାର ବନ୍ଦୋବସ୍ତ କରୁଛି। ସେ ଆଗାମୀ ଏକ ଦଶକରେ ସେଠାରେ ଏକ ସ୍ଥାୟୀ ମାନବ ଉପସ୍ଥିତି ସୁନିଶ୍ଚିତ କରିବାକୁ ଚାହୁଁଛନ୍ତି।

Google

ସୋଫିଆର ପରିମାଣ ଚନ୍ଦ୍ରରେ ପାଣିର ଉପସ୍ଥିତି ଯାଞ୍ଚ କରିବା ପୂର୍ବପରିକ୍ଷଣର ଯୋଗଦାନ ଅଟେ। ୧୯୬୯ ରେ ଆପୋଲୋ ଅନ୍ତରୀକ୍ଷଯାତ୍ରୀ ପ୍ରଥମ ଥର ଚନ୍ଦ୍ରରୁ ଫେରିଥିଲେ। ଏହା ପୁରା ଭାବରେ ସୁଖା ବୋଲି ମାନାଯାଏ।ହେଲେ ପୂର୍ବ ୨୦ ବର୍ଷରୁ ନାସାର ଲୁନାର କ୍ରେଟର ଆବଜରର୍ବେସନ ଆଣ୍ଡ ସେନସିଂ ସାଟେଲାଇଟ ,ଚନ୍ଦ୍ରମାର ଧ୍ରୁବର ଚାରିପଟୁ ସ୍ଥାୟୀ ଭାବରେ ଛାୟାରୂପର ବରଫ ହେବାରପୃଷ୍ଠ କରିଥିଲେ । ଏହା ମଧ୍ୟରେକିଛି ଅନ୍ତରୀକ୍ଷଯାନ ଯେଉଁଥିରେ କ୍ୟାସେନି ମିଶନ ଓ ଡିପ ଇଂଫେକ୍ଟ କ୍ୟାମେଟ ମିଶନ ଛଡା ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ (ଇସ୍ରୋ)ଚନ୍ଦ୍ରଯାନ ୧ ମିଶନ ଓ ନାସାର ଗ୍ରାଉଣ୍ଡ ବେଷ୍ଟ ଇନ୍ଫ୍ରାରେଡ଼ ଟେଲିସ୍କୋପ ଫ୍ୟାସିଲିଟି ଜରିଆରେ ବ୍ୟାପକ ରୂପରେ ଚନ୍ଦ୍ରପୃଷ୍ଠକୁ ଦେଖଗଲା। ସୂର୍ଯ୍ୟଙ୍କ କିରଣ ପଡୁଥିବା କ୍ଷେତ୍ରରେ ହାଇଡ୍ରେସନର ସଂକେତ ମିଳିଲା ।ହେଲେ ସେ ଏହା ଜାଣିବାରେ ଅସମର୍ଥ ହେଲେ କି ସେଠି H2O ଅଛି ନା OH।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *