ଧନତେରସକୁ ଧନବନ୍ତରୀ ଜୟନ୍ତୀ ରୂପରେ ମଧ୍ୟ ପାଳନ କରାଯାଏ । ଭଗବାନ ଧନବନ୍ତରୀଙ୍କୁ ଆରୋଗ୍ୟ, ସ୍ୱାସ୍ଥ୍ୟ, ଆୟୁ ଓ ତେଜର ଆରାଧ୍ୟ ଦେବ ମାନନ୍ତି। ୨୦୧୬ରୁ ହିଁ ଧନବନ୍ତରୀ ଜୟନ୍ତୀର ଦିନ ସବୁ ବର୍ଷ ରାଷ୍ଟ୍ରୀୟ ଆୟୁର୍ବେଦ ଦିବସ ପାଳନ କରାଯାଏ । ସ୍ୱାସ୍ଥ୍ୟ ସହ ଜଡିତ କୌଣସି ପ୍ରକାରର ଅସୁବିଧା ପାଇଁ ଆୟୁର୍ବେଦ ଉପଚାରକୁ ସବୁଠୁ ଭଲ ମାନନ୍ତି। ଆସନ୍ତୁ ଜାଣିବା ସେହି ୫ ଜଡ଼ିବୁଟିମାନଙ୍କ ବିଷୟରେ ଯିଏ ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୂତ କରେ ଓ ଶରୀରକୁ ସଂକ୍ରମଣଠୁ ଦୂରରେ ରଖେ ।

ଅଶ୍ଵ ଗନ୍ଧା: ଅଶ୍ଵ ଗନ୍ଧାକୁ ଆୟୁର୍ବେଦିକ ଜଡ଼ିବୁଟିର ରାଜା କୁହାଯାଏ। ଶରୀରର ଫୁଲା ଓ ଜ୍ଵଳନକୁ କମ କରିବା ପାଇଁ ଓ ରୋଗପ୍ରତିରୋଧକ ଶକ୍ତିକୁ ବଢେଇବା ପାଇଁ ଅଶ୍ଵ ଗନ୍ଧା ବହୁତ ଲାଭଦାୟକ ଅଟେ। ଏହି ଜଡ଼ିବୁଟିକୁ ଏକ ଏଡ଼େପୋଜେନ ମାନନ୍ତି, ଯାହା ଶରୀରର ସବୁ ହାନିକାରକ ତତ୍ତ୍ୱକୁ କମ କରେ। ଅନୁସନ୍ଧାନରୁ ଜଣା ପଡେ କି ବିଷାଦ ଓ ଚିନ୍ତାକୁ କମ କରେ ଯାହାଦ୍ୱାରା ଭଲ ନିଦ ଆସେ। ଅଶ୍ଵ ଗନ୍ଧା ରକ୍ତରେ ମଧୁରତାକୁ ନିୟନ୍ତ୍ରଣ କରେ ।
ହଳଦୀ: ଔଷଧୀୟ ଗୁଣରେ ପୂର୍ଣ ହଳଦୀକୁ ସବୁଠୁ ପ୍ରଭାବଶାଳୀ ଆୟୁର୍ବେଦିକ ଉପଚାର ମାନଙ୍କ ମଧ୍ୟରୁ ଏକ ଅଟେ। ହଳଦୀ କ୍ୟାନ୍ସର,ହୃଦୟରୋଗ ବିପଦକୁ କମ କରିବା ସହିତ କାଶ ଓ ଥଣ୍ଡାର ସବୁଠୁ ଭଲ ଉପଚାର ଅଟେ।ହଳଦୀରେ କରକ୍ୟୁମିନ ଥାଏ ଯାହା ଆଣ୍ଟିଇନଫ୍ଲେମେନଟରୀ ଓ ଆଣ୍ଟିଅକ୍ସିଡେଣ୍ଟର ପ୍ରମୁଖ ସୂତ୍ର ଅଟେ। ହଳଦୀ ସ୍ୱାସ୍ଥ୍ୟର କେତେକ ସମସ୍ୟାକୁ ଦୂର କରି ରୋଗପ୍ରତିରୋଧକ ଶକ୍ତିକୁ ବଢେଇବାରେ କାମ କରେ।

ବ୍ରାମହି: ବ୍ରାମହିକୁ ମତିଷ୍କ ଅଭିର୍ଦ୍ଧକର ନାମରେ ମଧ୍ୟ ଜଣାଯାଏ। ବ୍ରାମହିର ଗଛ ଔଷଧ ରୂପରେ ପ୍ରୟୋଗ କରାଯାଏ। ଅନୁସନ୍ଧାନ ଓ ଅଧ୍ୟୟନରୁ ଜଣା ପଡ଼ିଛି କି ବ୍ରାମହିରେ ବହୁ ମାତ୍ରାରେ ଆଣ୍ଟିଇନଫ୍ଲେମେନଟାରୀ ଗୁଣ ମିଳିଥାଏ। ବ୍ରାମହି ରୋଗପ୍ରତିରୋଧକ ଶକ୍ତିକୁ ବଢ଼ାଏ ଓ ଶରୀରକୁ ସଂକ୍ରମଣ ଓ ରୋଗଠୁ ଦୂରରେ ରଖେ।ଏହାର ନିୟମିତ ସେବନ ଦ୍ୱାରା ପାଚନ ସମ୍ବନ୍ଧିତ ଅସୁବିଧା ଦୂର ହୋଇଥାଏ।
ନିମ୍ବ: ନିମ୍ବକୁ ତା ଗୁଣ କାରଣରୁ ଇମ୍ୟୁନୋମଡୁଲେଟର ମଧ୍ୟ କୁହାଯାଏ ମାନେ ଯାହାର ଇମ୍ୟୁନୋ ସିଷ୍ଟମ ମଜଭୁତ କରିବାର ଭୂମିକା ରହିଥାଏ। ନିମ ଇମ୍ୟୁନିଟି ବଢ଼େଇବା ସଙ୍ଗେସଙ୍ଗେ ଶରୀର ଭିତରେ ଥଣ୍ଡା ମଧ୍ୟ ପହଞ୍ଚାଏ। ନିମ୍ବରେ ଶକ୍ତିଶାଳୀ ରୋଗଗୁଣାରୋଧୀ ପ୍ରଭାବ ରହିଥାଏ,ଯାହା କେତେ ପ୍ରକାରର ବ୍ୟାକ୍ଟେରିଆ,ଭାଇରସ ଓ ସଂକ୍ରମଣର ଔଷଧ ଭାବେ ବ୍ୟବହାର ହୁଏ। ନିମ୍ବରେ ମଜଭୁତ ଆଣ୍ଟିଆକ୍ସିଡେଣ୍ଟ ମଧ୍ୟ ମିଳେ। ଯାହା କ୍ୟାନ୍ସର ଓ ହୃଦ ରୋଗ ଭଳି ପୁରୁଣା ରୋଗରୁ ମୁକ୍ତି କରିବା ପାଇଁ ବ୍ୟବହାର ହୁଏ।

ତୁଳସୀ: ଭାରତରେ ତୁଳସୀ ସବୁଘରେ ରହିଥାଏ। ହିନ୍ଦୁ ଧର୍ମରେ ତୁଳସୀର ପୂଜା କରାଯାଏ। ଇମ୍ୟୁନିଟି ବଢ଼େଇବା ପାଇଁ ତୁଳସୀ ସବୁଠାରୁ ଭଲ ଔଷଧ ମଣାଯାଏ।ତୁଳସୀ ଶରୀର ପାଇଁ ବହୁତ ଭାବରେ ଫାଇଦା କରିଥାଏ।ତୁଳସୀ ଆସ୍ଥାମା,ବ୍ରୋନକାଇଟିସ ଭଳି ଶ୍ୱସନ ସଂକ୍ରମଣର ଉପଚାରରେ କାରିଗର ଅଟେ। ଏହା ଛଡା ତୁଳସୀ ବ୍ଲଡ଼ ସୁଗାରକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।