ଟି ନଟରାଜନ ରଚିଲେ ଇତିହାସ । ଏମିତି ରେକର୍ଡ କରିବାରେ ବନିଲେ ପ୍ରଥମ ଭାରତୀୟ ।

ଅଷ୍ଟ୍ରେଲିଆକୁ ନେଟ ବୋଲର ଭାବେ ଆସିଥିବା ଦ୍ରୁତ ବୋଲର ଥଙ୍ଗାରସୁ ନଟରାଜନ ଶୁକ୍ରବାରକୁ ଏକ ଗସ୍ତରେ ତିନି ଫର୍ମାଟରେ ଇଣ୍ଟରନ୍ୟାସନାଲ କ୍ରିକେଟରେ ଡେବ୍ୟୁ କରିବାରେ ପ୍ରଥମ ଭାରତୀୟ ଖେଳାଳି ହୋଇଗଲେ।ତାମିଲନାଡୁର ଏହି ୨୯ ବର୍ଷୀୟ ଖେଳାଳିଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ଶେଷ ତଥା ଚତୁର୍ଥ ଟେଷ୍ଟ ମ୍ୟାଚରେ ପ୍ରମୁଖ ବୋଲର ଆହତ ହେବା କାରଣରୁ ପ୍ଲେଇଂ ଇଲେଭେନରେ ମୌକା ମିଳିଲା। ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ନିର୍ଣ୍ଣାୟକ ମ୍ୟାଚ ବ୍ରିସବେନର ଗାବା ଠାରେ ଖେଳା ଯାଉଛି।

Google

ଟି ନଟରାଜନ ଅଷ୍ଟ୍ରେଲିଆ ବିପକ୍ଷରେ ୨ ଡିସେମ୍ବରରେ କ୍ୟାନବରାରେ ଦ୍ଵିତୀୟ ୱାଣ୍ଡେ ମ୍ୟାଚରେ ଇଣ୍ଟରନ୍ୟାସନାଲ କ୍ରିକେଟରେ ଡେବ୍ୟୁ କରିଥିଲେ। ଭାରତ ସେହି ମ୍ୟାଚ ୧୩ ରନରେ ଜିତିଥିଲା। ଟି ନଟରାଜନ ସେହି ମ୍ୟାଚରେ ୧୦ ଓଭରରେ ୭୦ ରନ ଦେଇ ୨ ୱିକେଟ ଅକ୍ତିଆର କରିଥିଲେ।ଏହାପରେ ୩ ମ୍ୟାଚର ଟି ୨୦ ସିରିଜରେ ସେ ମଧ୍ୟ ଖେଳିଥିଲେ। ଭାରତ ସେହି ସିରିଜ ୨-୧ ରେ ବିଜେତା ଘୋଷିତ ହୋଇଥିଲା।

ଟି ନଟରାଜନଙ୍କ ଏହି ଖାସ ଉପଲବ୍ଧିରେ ଆଇସିସି ଟ୍ୱିଟ କରିଛି,”ଟେଷ୍ଟ କ୍ରିକେଟରେ ସ୍ୱାଗତ ଅଟେ। ଥଙ୍ଗାରସୁ ନଟରାଜନ ଏକ ଗସ୍ତରେ ତିନିଟି ଫର୍ମାଟରେ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଡେବ୍ୟୁ କରିବାରେ ପ୍ରଥମ ଭାରତୀୟ ଖେଳାଳି ହୋଇଗଲେ।”

Google

କହିରଖିଛୁ କି ନଟରାଜନ ଟେଷ୍ଟ କ୍ରିକେଟରେ ଆସିବାର ଏକ ମାତ୍ର ଭାରତୀୟ ଯିଏ ଫାଷ୍ଟକ୍ଲାସ କ୍ରିକେଟରେ ଲଗାତାର ୧୦ ପାରିରେ ରନ ନାହାନ୍ତି। ଟି ନଟରାଜନଙ୍କ ଫାଷ୍ଟ କ୍ଲାସ ପାରି(୦,୦,୦,୦,୦,୦,୦,୦,୦,୦) ଅଟେ। ସେ ମାର୍କ ରବିନସନଙ୍କ ୱାଲର୍ଡ଼ ରେକର୍ଡ଼ ଭାଙ୍ଗିବା ଠାରୁ ତିନି ପାରି ଦୂରରେ। ରବିନ ସନ ୧୯୯୨ ରେ ଲଗାତାର ୧୨ ପାରିରେ ରନ କରି ନଥିଲେ।

ତାମିଲନାଡୁର ଏହି ବୋଲର ଆଇପିଏଲ ୨୦୨୦ରେ ୮.୦୨ ଇକୋନମିରେ ୧୬ ୱିକେଟ ନିଜ ନାମରେ ନାମିତ କରିଥିଲେ। ସେ ଡେଥ ଓଭରରେ ଭଲ ବୋଲିଂ କରି ସମସ୍ତ ମନ କିଣିନେଇଥିଲେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *