ବ୍ୟୁରୋ ରିପୋର୍ଟ: ଇଂଲଣ୍ଡର କ୍ରାଉଁଟି ଟିମ ପକ୍ଷରୁ କେଂଟ ଶୁକ୍ରବାରକୁ ଘୋଷଣା କରିଛି କି ସେ ଭାରତୀୟ ପ୍ରେସର ବୋଲର ନବଦୀପ ସଇନୀଙ୍କୁ କ୍ରାଉଁଟି ଚମ୍ପିୟାନସିପ ପାଇଁତିନୋଟି ମ୍ୟାଚ ଓ ରୟଲ ଲଣ୍ଡନ କପର ୫ ଟି ମ୍ୟାଚ ପାଇଁ ସାମିଲ କରିଛନ୍ତି। ସୈନି ୨ ଟି ଟେଷ୍ଟ, ୮ ଟି ଏକଦିବସିୟ ଓ ୧୧ ଟି-୨୦ ଇଣ୍ଟରନେସନାଲ ମ୍ୟାଚରେ ଯଥାକ୍ରମେ ୨,୬ ଓ ୧୩ ୱିକେଟ ନେଇଛନ୍ତି।

ଲମ୍ବା ସମୟରୁ ଅଛନ୍ତି ଟିମରୁ ବାହାର:
ତାଙ୍କୁ ଶେଷଥର ପୂର୍ବ ବର୍ଷ ଶ୍ରୀଲଙ୍କା ବିରୁଦ୍ଧରେ ସୀମିତ ଓଭର କ୍ରିକେଟ ସିରିଜରେ ଭାରତ ତରଫରୁ ଖେଳିଥିବାର ଦେଖାଯାଇଥିଲା। ସେ ଘରୋଇ କ୍ରିକେଟରେ ଦିଲ୍ଲୀ ତରଫରୁ ଓ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ତରଫରୁ ଖେଳୁଛନ୍ତି। ସଇନୀ ,ଚେତେଶ୍ୱର ପୂଜାରା (ସସେକ୍ସ), ୱାସିଙ୍ଗଟନ ସୁନ୍ଦର(ଲଂଙ୍କାସାୟର),କ୍ରୁନାଲ ପାଣ୍ଡ୍ୟା(ବାର୍ବୀକସାୟର),ଓ ଉମେଶ ଯାଦବ(ମିଡ଼ିଲସେକ୍ସ)ଙ୍କ ପରେ ୨୦୨୨ରେ ଇଂଲଣ୍ଡର ଘରୋଇ କ୍ରିକେଟ ସାଇନ କରିଥିବା ୫ ମ ଭାରତୀୟ ଖେଳାଳି ହୋଇଛନ୍ତି।
କ୍ରାଉଁଟି ରେ ଦେଖାଇବେ ଦମ:

କେଂଟ ଏହା ମଧ୍ୟ କହିଛି ସଇନୀ ନିଜ ପସନ୍ଦର ଶର୍ଟ ନମ୍ବର ୯୬ ପିନ୍ଧିବେ ଓ ରାହୁଲ ଦ୍ରାଭିଡ଼ଙ୍କ ନକ୍ସା ରାସ୍ତାରେ ଚାଲି କ୍ରାଉଁଟି ଖେଳୁଥିବା ଦ୍ୱିତୀୟ ଭାରତୀୟ ଟେଷ୍ଟ କ୍ରିକେଟର ହେବେ। ସୈନି କହିଛନ୍ତି”ଏହା କ୍ରାଉଁଟି କ୍ରିକେଟ ଖେଳିବାର ସୁନ୍ଦର ମୌକା ଅଟେ ଓ ମୁଁ କେଂଟ ପାଇଁ ନିଜର ଶତ ପ୍ରତିଶତ ଦେବାକୁ ପ୍ରସ୍ତୁତ ଅଛି”। କେଂଟର କ୍ରିକେଟ ନିର୍ଦେଶକ ପୋଲ ଡାଉଟନ କହିଛନ୍ତି”ଏହି ବର୍ଷ ଯେବେ ୱିକେଟ ନେବା କଷ୍ଟକର ହୋଇଯାଇଛି ଟିମରେ ସୈନିଙ୍କୁ ପାଇ ଉତ୍ସାହିତ ଅଛୁ”।
ସଇନୀ ଜୁନରେ ଲିଷ୍ଟସାୟର ବିରୁଦ୍ଧରେ ଚାରି ଦିବସିୟ ଅଭ୍ୟାସ ପ୍ରଥମ ଶ୍ରେଣୀ ମ୍ୟାଚରେ ଭାରତ ତରଫରୁ ଦ୍ୱିତୀୟ ପାରିରେ ୫୫ ରନ ଦେଇ ୩ଟି ୱିକେଟ ନେଇଥିଲେ। କିନ୍ତୁ ଏଜବେଷ୍ଟନରେ ଇଂଲଣ୍ଡ ବିରୁଦ୍ଧରେ ଟେଷ୍ଟ ମ୍ୟାଚରେ ସାମିଲ ନଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।