ନବାଜ୍ଜୁଦିନ ସିଦ୍ଧିକି ନିଜ ସ୍ତ୍ରୀ ଆଲିଆ ସିଦ୍ଧିକିଙ୍କଠୁ ତଲାକ ନେବାକୁ ଯାଉଛନ୍ତି । ପ୍ରଥମ ଥର ନବାଜ୍ଜୁଦିନ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ମୁହଁ ଖୋଲିଛନ୍ତି ।

ବଲିଉଡ଼ର ଅଭିନେତା ନବାଜ୍ଜୁଦିନ ସିଦ୍ଧିକିଙ୍କ ଫିଲ୍ମ ଜୀବନ ଭଲସେ କଟୁଛି କିନ୍ତୁ ତାଙ୍କର ପ୍ରକୃତ ଜୀବନରେ ସୁଖ ନାହିଁ । କିଛି ଦିନ ତଳେ ନବାଜ୍ଜୁଦିନ ସିଦ୍ଧିକି ନିଜ ତଲାକକୁ ନେଇ ମୁହଁ ଖୋଲିଛନ୍ତି। ଏକ ଇଣ୍ଟରଭିଉରେ ସେ କହିଛନ୍ତି “ମୁଁ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ କିଛି କୁହେନାହିଁ କିନ୍ତୁ ମତେ ଭରସା ଅଛି କି ମୁଁ ନିଜେ ପିଲାଙ୍କ ଯତ୍ନ ଭଲସେ ନେଇପାରିବି। ମୁଁ ନିଜେ ଝିଅକୁ ବହୁତ ଭଲ ପାଏ। ବାକି ବ୍ୟକ୍ତିଗତ ଜୀବନ ବିଷୟରେ ମୁଁ ବେସି କିଛି କହିବାକୁ ଚାହେଁନା”।
କହିରଖିବୁ କି ନବାଜ୍ଜୁଦିନ ସିଦ୍ଧିକିଙ୍କ ପତ୍ନୀ ଆଲିଆ ସିଦ୍ଧିକି ନବାଜ୍ଜୁଦିନଙ୍କ ଉପରେ ରେପର ଅଭିଯୋଗ ମଧ୍ୟ ଲଗାଇଛନ୍ତି। ଏବେ ସେ ମୁଜ୍ଜିଫରନଗର ରେ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ନିଜ ବୟାନ ଦାଖଲ କରିଛନ୍ତି। ଆଲିଆ କହିଛନ୍ତି କି ସେ ଅନେକ ବର୍ଷରୁ ବହୁତ କିଛି ସହ୍ୟ କରୁଛନ୍ତି। ନିଜ ବୟାନରେ ଆଲିଆ ପୁଣି କହିଛନ୍ତିକି ୨୦୧୨ରେ ନବାଜ୍ଜୁଦିନ ସିଦ୍ଧିକିଙ୍କ ଭାଇ ନିଜର ଏକ ସାଥି ସହିତ ତାଙ୍କ ସହିତ ଖରାପ ବ୍ୟବହାର କରିଥିଲା। ଆଲିଆ କେବଳ ନବାଜ୍ଜୁଦିନଙ୍କ ଉପରେ ନୁହଁ ବରଂ ତାଙ୍କ ପୁରା ପରିବାର ଉପରେ ଆରୋପ କରିଛନ୍ତି।

ଆଲିଆ ଏକ ଇଣ୍ଟରଭିଉରେ କହିଥିଲେ କି “ମୁଁ ନବାଜ୍ଜୁଦିନଙ୍କୁ ୨୦୦୩ରୁ ଜାଣିଛି। ଆମେ ଏକାଠି ରହୁଥିଲୁ। ଏହା ପରେ ତାଙ୍କ ଭାଇ ମଧ୍ୟ ଆମ ସହିତ ରହିବାକୁ ଲାଗିଲେ। ସେବେଠୁ ଆମ ଜୀବନ ଆରମ୍ଭ ହେଲା ଓ ଆମେ ବିବାହ କରିନେଲୁ। ଆମ ଭିତରେ ଆରମ୍ଭରୁ ହିଁ ସମସ୍ୟା ଥିଲା। ମତେ ଲାଗୁଥିଲା କି ଏହା ବନ୍ଦ ହୋଇଯିବ କିନ୍ତୁ ୧୫-୧୬ ବର୍ଷ ହୋଇଗଲାଣି କିନ୍ତୁ ମାନସିକ ଯନ୍ତ୍ରଣା ବନ୍ଦ ହେଲା ନାହିଁ”।
ଆଲିଆଙ୍କ ଇଣ୍ଟରଭିଉରେ ଏହା ମଧ୍ୟ ବୟାନ ଥିଲା କି , ନବାଜ୍ଜୁଦିନଙ୍କ ଭାଇ ସମ୍ସଙ୍କ ପାଇଁ ତାଙ୍କୁ ଅଶୁବିଧା ହଉଥିଲା।ସେ ତାଙ୍କ ଖବର ଅନୁସନ୍ଧାନ କରୁଥିଲେ। ଆଲିଆ କହିଛନ୍ତି କି ସେ ସର୍ବଦା ମୋ ସବୁ କାମକୁ ନଜର ରଖୁଥିଲେ।ନବାଜ୍ଜୁଦିନଙ୍କ ଭାଇ ଏହା ଧ୍ୟାନ ରଖୁଥିଲେ କି ସେ କେଉଁଠାକୁ ଯାଉଛନ୍ତି ଓ କଣ କରୁଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।