ସୁଶାନ୍ତ ସିଂ ରାଜପୁତଙ୍କ କେସରେ ଡ୍ରଗ୍ସ ମାମଲା ସାମ୍ନାକୁ ଆସିବା ପରେ ଏନସିବି ରିୟା ଉପରେ ଅନେକ ପଦକ୍ଷେପ ନେଇଛି । ଏନସିବି କୋର୍ଟରେ କହିଛି କି ରିୟା ଚକ୍ରବର୍ତ୍ତୀ ଡ୍ରଗ୍ସ ସିଣ୍ଡିକେଟର ଆକ୍ଟିଭ ମେମ୍ବର ଅଟନ୍ତି । ଯାହା ମଧ୍ୟରେ ଅନେକ ଜଣାଶୁଣା ଲୋକ ଓ ଡ୍ରଗ୍ସ ସପ୍ଲାୟର ସାମିଲ ଅଛନ୍ତି । ଏନସିବି କହିଛି କି ଡ୍ରଗ୍ସ ସେବନ କରିବା ମାମଲାରେ ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କୁ କହିଛନ୍ତି । ଯାହା ପାଇଁ ସେ ଦୋଷୀ ଅଟନ୍ତି ।

ରିୟା ସୁଶାନ୍ତ ଡ୍ରଗ୍ସ ନେଉଥିବା କଥା କଣ ପାଇଁ ଲୁଚାଇଲେ?
ଏନସିବି କହିଛି ପୁରା ମାମଲା ଦେଖିବା ପରେ ଏହା ଜଣାପଡୁଛି କି ରିୟା ଚକ୍ରବର୍ତ୍ତୀ ଏହା ଜାଣିଥିଲେ କି ସୁଶାନ୍ତ ଡ୍ରଗ୍ସ ସେବନ କରୁଛନ୍ତି ସେ ସୁଶାନ୍ତଙ୍କୁ ତାହା ସେବନ କରିବାକୁ କହିବା ସହିତ ସୁଶାନ୍ତ ଡ୍ରଗ୍ସ ସେବନ କରୁଥିବା କଥା ମଧ୍ୟ ଲୁଚାଇଛନ୍ତି ।
ରିୟାଙ୍କୁ ଉପରେ ଆଉ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟର ଖୁଲାସା:
ଏନସିବି ରିୟାଙ୍କ ଜାମିନ ଖାରଜ କରିବା ସହିତ କହିଛି ତାଙ୍କୁ ଏଭଳି କଥା ଜଣାପଡିଛିକି ରିୟା ଡ୍ରଗ୍ସ ଟ୍ରେଫିକିଙ୍ଗରେ ସାମିଲ ଅଛନ୍ତି । ଏନସିବି ଏହା ମଧ୍ୟ କହିଛି ରିୟା ଜଣେ ଅପରାଧି ଅଟନ୍ତି ସେ ଡ୍ରଗ୍ସ ନେବା ଦେବା ପାଇଁ ଅନ୍ୟ ମାନଙ୍କୁ ସମର୍ଥନ ମଧ୍ୟ କରିଛନ୍ତି । ସେମାନଙ୍କୁ ଏପରି କରିବା ପାଇଁ ଉତ୍ସାହ କରିବା ଓ ପଇସା ମଧ୍ୟ ତାଙ୍କୁ ସାହଯ୍ୟ କରାଯାଇଛି ।

କୋର୍ଟରେ ରିୟାଙ୍କ ଅଲଗା ବୟାନ:
ଏନସିବିର ନିର୍ଦେଶକ ସମୀର ୱାନଖେଡେଙ୍କ ହାଇକୋର୍ଟରେ ଦାଖଲ ଦଲିଲରେ ରିୟା ବୟାନ ଦେଇଛନ୍ତି କି ସେ ସୈମୁଅଲ ମେରାଣ୍ଡି ଓ ଦୀପକ ସାଂବନ୍ତଙ୍କୁ ଡ୍ରଗ୍ସର ପଇସା ସୁଝିଦେଇଛନ୍ତି । ଯାହାକୁ ପରେ ସୁଶାନ୍ତଙ୍କୁ ସେବନ ପାଇଁ ଦିଆଯାଇଥିଲା । ଏନସିବି କହିଛି କି ଏଥିରୁ ଜଣାପଡୁଛି କି ଯେଉଁ ଡ୍ରଗ୍ସର ପଇସା ସୁଝାଯାଇଥିଲା ତାହାକୁ ନିଜେ ସେବନ ପାଇଁ ନୁହେଁ ବରଂ ଅନ୍ୟକୁ ଦିଆଯିବାପାଇଁ କରାଯାଇଥିଲା ଓ ଏହା ଏନଡ଼ିପିଏସ ୧୯୮୫ର ଧାରା ୨୭ ଏ ଦ୍ଵାରା ଆସୁଛି ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।