ସୁଶାନ୍ତଙ୍କ କେସରେ ଏନସିବି( NCB) ଆଉ ଜଣଙ୍କୁ କଲା ଗିରଫ ।

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ସିବିଆଇ ଲଗାତାର ତାର ଯାଞ୍ଚ ଜାରିରଖିଛି। ଡ୍ରଗ୍ସ ମାମଲାରେ ବହୁତ କଥା ସାମ୍ନାକୁ ଆସିବା ପରେ ଏନସିବି ବହୁତ ଜଗାରେ ରେଡ଼ କରିଛି। ଆଗରୁ ଅନେକ ଡ୍ରଗ୍ସ ପ୍ୟାଡେଲରଙ୍କୁ ଗିରଫ କରାଯାଇଛି। ନାରକୋଟିକ୍ସ ବିଉରୋ (ଏନସିବି) ଲଗାତାର ରେଡ଼ ପରେ ଗୁରୁବାର ସାହିଲ ବିଶ୍ରାମ ନାମକ ଏକ ଡ୍ରଗ୍ସ ପ୍ୟାଡେଲରଙ୍କୁ ଗିରଫ କରିଛି ।

ଆମେ ଆପଣଙ୍କୁ କହିଦେବୁ କି ଏହି ଡ୍ରଗ୍ସ ପ୍ୟାଡେଲରଙ୍କ ବଲିଉଡ ସହ ସମ୍ପର୍କ ରହିଥିଲା। ସାମ୍ନାକୁ ଆସିଥିବା ଖବର ମୁତାବକ ସାହିଲ ବଲିଉଡର ବହୁତ ସେଲିବ୍ରେଟି ପାଇଁ ଡ୍ରଗ୍ସ କାରବାର କରୁଥିଲା। ଧୀରେ ଧୀରେ ତଥ୍ୟ ଫିଟିବାରେ ଲାଗୁଛି।

Google

ସାହିଲଙ୍କ ଘରୁ ୧ କିଲୋ ଡ୍ରଗ୍ସ ଓ ୪.୫ଲକ୍ଷ ଟଙ୍କା ଜବତ:-

ଏନସିବିର (NCB) ରେଡ଼ ପରେ ସାହିଲ ବିଶ୍ରାମ ନାମକ ଏହି ଡ୍ରଗ୍ସ ପ୍ୟାଡେଲରଙ୍କ ଘରୁ କମରୁ କମ ‘୧ କିଲୋ ଡ୍ରଗ୍ସ’ ଓ ‘୪.୫ ଲକ୍ଷ ଟଙ୍କା’ ଜବତ ହୋଇଛି। ଏକ କିଲୋ ଡ୍ରଗ୍ସର ମୂଲ୍ୟ ପ୍ରାୟ ‘୩ ରୁ ୪ କୋଟି ଟଙ୍କା’ । ଏହା ଛଡା ଏନସିବି (NCB) ଜର୍ଣ୍ଣାଲ ଡିରେକ୍ଟର ସମୀର ୱାଖଡେ ଓ ତାଙ୍କ ଟିମ ମୁମ୍ବାଇର ପୋୱାଇରେ ମଧ୍ୟ ରେଡ଼ କରି ଦୁଇ ତିନି ଜଣଙ୍କୁ ଗିରଫ କରିଛନ୍ତି।

ଏହି ରେଡ଼ରେ ୩୦ରୁ ୪୦ ଲକ୍ଷ ଟଙ୍କାର ଡ୍ରଗ୍ସ ଓ ୫୦୦ ଗ୍ରାମ ଉଚ୍ଚ ଗୁଣବତ୍ତା ଥିବା ବଢ଼ ଜବତ କରିଛନ୍ତି। ଯାହାକୁ ବଜାରରେ ୬ ରୁ ୮ ହଜାର ଟଙ୍କା ପ୍ରତି ଗ୍ରାମ ପିଛା ବିକ୍ରି ହୁଏ। ଏତେ ବଡ ଖୁଲାସା ପରେ ଯାଞ୍ଚ କାରୀମାନେ ଏହି ୩ ଜଣଙ୍କୁ ପଚରାଉଚରା ଜାରି ରଖିଛି।ଏବେ ଯାଏ ଏହି ଡ୍ରଗ୍ସ ପ୍ୟାଡଲରଙ୍କ ନାମ ବାହାରକୁ ଆସିନାହିଁ।

Google

କହିରଖୁଛୁ ଯେ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ସୌଭିକଙ୍କୁ ଏହି ମାମଲାରେ ପ୍ରଥମରୁ ହିଁ ଗିରଫ କରାଯାଇଛି। ରିୟାଙ୍କୁ ଏନସିବି (NCB) ଏହି ଡ୍ରଗ୍ସ ମାମଲାରେ ବହୁତ କଠିନ ପ୍ରଶ୍ନ ପଚାରିଛନ୍ତି। ଏଥିରୁ ମିଳିଥିବା କିଛି ଖବର ଅନୁଯାୟୀ ଏନସିବି କେତେକ ବିପଦଜନକ ଡ୍ରଗ୍ସ ସପ୍ଲାୟକାରୀଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରୁଛି। ପୂର୍ବରୁ ବହୁତ ଡ୍ରଗ୍ସ ସପ୍ଲାୟକାରୀଙ୍କୁ ଗିରଫ କରାଯାଇଛି ଯିଏ ସୁଶାନ୍ତ,ରିୟା ଓ ସୌଭିକଙ୍କୁ ଡ୍ରଗ୍ସ ସପ୍ଲାୟ କରୁଥିଲେ।

Google

ସବୁ ଯାଞ୍ଚକାରୀ ମାନଙ୍କ ମୁତାବକ ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ଯାଞ୍ଚ କରି ବହୁତ ଲୋକଙ୍କୁ ଗିରଫ କରାଯାଇଛି। ଆଉ ବର୍ତ୍ତମାନ ଏହି ଡ୍ରଗ୍ସ ପ୍ୟାଡେଲରଙ୍କ ଦ୍ଵାରା ଡ୍ରଗ୍ସ ସପ୍ଲାୟକାରୀ ମାନଙ୍କୁ ଜଲଦି ଗିରଫ କରାଯିବ, ଯେଉଁମାନେ ବହୁତ ବର୍ଷ ହେବ ଏହି କାମରେ ଲିପ୍ତ ଅଛନ୍ତି।ଏମାନେ ଲୋକ ନ୍ୟାୟ ବ୍ୟବସ୍ଥାର ମଜାକ ଉଡେଇ ତାଙ୍କ ଆଖିରେ ଧୂଳି ଦେଉଥିଲେ। ଯେତେ ଲୋକଙ୍କୁ ରିମାଣ୍ଡରେ ନିଆଯାଇଛି ସେମାନଙ୍କୁ ପଚରା ଉଚରା ଚାଲୁରହିଛି। ବହୁତ ଜଲଦି ହିଁ କିଛି ଚମକେଇବା ଭଳି ତଥ୍ୟ ସାମ୍ନାକୁ ଆସିବ ଏବଂ ବହୁତ ଶୀଘ୍ର ବଡ଼ ଖୁଲାସା ହୋଇପାରେ ତାହା ସହିତ ଅନେକ ଗୁମର ଫିଟିପାରେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *