ଦେଶର କୃଷକଙ୍କ ଖାତାରେ ସରକାର ଜଲ୍ଦି ପଇସା ଟ୍ରାନ୍ସଫର କରିବାକୁ ଯାଉଛନ୍ତି। ପିଏମ କିଷାନ ସଂମାନ ନିଧି ଯୋଜନାରେ ଦେଶର କୋଟି କୋଟି କୃଷକଙ୍କୁ ଆର୍ଥିକ ସହାୟତା ଦିଆଯାଇଥାଏ। ଏହି ଯୋଜନାରେ ବର୍ଷକୁ ୬ ହଜାର ଟଙ୍କା ତିନୋଟି କିସ୍ତିରେ ଦିଆଯାଇଥାଏ। ପ୍ରଥମ କିସ୍ତି ଏପ୍ରିଲରୁ ୩୧ ଜୁଲାଇ, ଦ୍ୱିତୀୟ କିସ୍ତି ୧ ଅଗଷ୍ଟରୁ ୩୦ ନଭେମ୍ବର, ତୃତୀୟ କିସ୍ତି ୧ ଡିସେମ୍ବରରୁ ୩୧ ମାର୍ଚ୍ଚ ମଧ୍ୟରେ ଆସିଥାଏ। ଏବେ ଯାଏ ସରକାରଙ୍କ ପକ୍ଷରୁ ୭ ଟି କିସ୍ତି ଦିଆସରିଲାଣି।

ଆପଣଙ୍କୁ କହିରଖୀବୁ ପିଏମ କିଷାନ ସଂମାନ ନିଧି ଯୋଜନାରେ ଲାଭ ପାଇବା ଲୋକଙ୍କ ସଂଖ୍ୟା ବଢି ୧୧.୬୯ କୋଟି ହୋଇଯାଇଛି। ଯଦି ଆପଣ ମଧ୍ୟ ଏବେ ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ କରିନାହାଁନ୍ତି ତ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ କରିଦିଅନ୍ତୁ। ରେଜିଷ୍ଟ୍ରେସନ କରାଯିବା ପରେ ଯଦି ଆପଣଙ୍କ ଆପ୍ଲିକେସନ ସ୍ୱୀକାର କରାଯାଏ ତ ଆପଣଙ୍କ ଖାତାକୁ ୨୦୦୦ ଆସିଯିବ। ଏହା ସହ ଏପ୍ରିଲ-ମଇରେ ଆପଣଙ୍କୁ ଦ୍ୱିତୀୟ କିସ୍ତି ମିଳିଯିବ। ଏହିପରି କୃଷକଙ୍କ ଆକାଉଣ୍ଟକୁ ସିଧା ୪୦୦୦ ଟ୍ରାନ୍ସଫର କରାଯିବ।
ଏହି ପରି କରିପାରିବେ ରେଜିଷ୍ଟ୍ରେସନ:
●ଆପଣଙ୍କୁ ପ୍ରଥମେ ପିଏମ କିଷାନ ୱେବସାଇଟକୁ ଯିବାକୁ ପଡ଼ିବ।
●ଏବେ ଫାର୍ମର କର୍ଣରକୁ ଯାଆନ୍ତୁ।
●ଏହା ପରେ ସେଠାରେ “ନ୍ୟୁ ଫାର୍ମର ରେଜିଷ୍ଟ୍ରେସନ “ବିକଳ୍ପରେ କ୍ଲିକ କରନ୍ତୁ।

●ଏହା ପରେ ଆଧାର ନମ୍ବର ଦେବାକୁ ହେବ।
●ଏହା ପରେ କ୍ୟାପଚ କୋଡ଼ ଦେଇ ରାଜ୍ୟକୁ ବାଛିବାକୁ ହେବ ଓ ପରେ ପ୍ରୋସେସକୁ ଆଗକୁ ବଢ଼ାଇବା ପାଉ ପଡିବ।
●ଏହି ଫର୍ମରେ ଆପଣଙ୍କୁ ନିଜ ପୁରା ପର୍ଶନାଲ ତଥ୍ୟ ଭରିବାକୁ ପଡିବ।
●ଏହା ସହିତ ବ୍ୟାଙ୍କ ଆକାଉଣ୍ଟର ବିବରଣୀ ଓ ଜମି ସହିତ ଜଡିତ ତଥ୍ୟ ଦେବାକୁ ହେବ।
● ଏହା ପରେ ଆପଣ ଫର୍ମକୁ ସବମିଟ କରିପାରିବେ।

କଣ ଅଟେ ପିଏମ କିଷାନ ଯୋଜନା?:
ଏହି ଯୋଜନା ଅନୁସାରେ କେନ୍ଦ୍ର ସରକାର କୃଷକ ମାନଙ୍କୁ ବର୍ଷକୁ ୬ ହଜାର ଟଙ୍କା ଦେଇଥାନ୍ତି। ସରକାରଙ୍କ ଇଛା କୃଷକଙ୍କ ରୋଜଗାର ଦୁଇଗୁଣ ହେବ। ଏଥିପାଇଁ ସରକାର ସିଧା କୃଷକଙ୍କ ଆକାଉଣ୍ଟକୁ ପଇସା ପଠାଇଥାନ୍ତି। ସରକାର ଏହି ୬ ହଜାର ଟଙ୍କା ବର୍ଷକୁ ୩ ଟି କିସ୍ତିରେ ପଠାଇଥାନ୍ତି। ୪ ମାସରେ ଗୋଟେ କିସ୍ତି ଆସିଥାଏ। ପ୍ରତି କିସ୍ତିରେ ୨ ହଜାର ଟଙ୍କା ଦିଆଯାଇଥାଏ ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।