NEET 2020: ଆକାଂକ୍ଷା ପୁଲ ନମ୍ବର ରଖି ମଧ୍ୟ ଅଛନ୍ତି ଦ୍ଵିତୀୟ ସ୍ଥାନରେ । ଜାଣନ୍ତୁ କଣ ପାଇଁ ୧ ନମ୍ବରରେ ରହିପାରିଲେନି ।

କୁହନ୍ତି ସଫଳତା ସହଜରେ ମିଳେନାହିଁ । ଏଥର ନିଟ ପରୀକ୍ଷାର ରେଜଲ୍ଟ ଠିକ ସେମିତି ହିଁ ହୋଇଛି । ୟୁପିର କୁସିନଗର ଜିଲ୍ଲାର ବାସିନ୍ଦା ଆକାଂକ୍ଷା ସିଂହ ପରୀକ୍ଷାରେ ୭୨୦ ରୁ ୭୨୦ ନମ୍ବର ରଖିଛନ୍ତି । ଆକାଂକ୍ଷା କୁସିନଗରର ଅଭିନାୟକପୁର ଗାଁରେ ରୁହନ୍ତି । ସେ ହାଇସ୍କୁଲରେ ପଢିବା ସମୟରେ ନିଟ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ। ସେ କହିଛନ୍ତି କି ନିଟ କୋଚିଂ ନେବା ପାଇଁ ସେ ସବୁଦିନେ ନିଜ ଘର ଠାରୁ ଦୁର ଗୋରଖପୁରକୁ ଯାଆନ୍ତି। ତାପରେ ୧୧ ଓ ୧୨ ଶ୍ରେଣୀ ଦିଲ୍ଲୀରେ ପଢିଲେ ଓ ସେଠି କୋଚିଂ ନେଲେ ।

NEET result 2020: Meet UP's Akanksha Singh who got 720/720, bags rank 2 |  Education News,The Indian Express
Google

ମା ଭୁତପୂର୍ଵ ସୈନିକ, ମା ଶିକ୍ଷକ। ଆକାଂକ୍ଷାଙ୍କ ପିତା ଭାରତୀୟ ବାୟୁସେନାର ରିଟାୟାର ସାରଜେଣ୍ଟ ଅଟନ୍ତି।ତାଙ୍କ ମା ରୁଚି ସିଂ ଗାଁ ରେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଅଟନ୍ତି। ଝିଅର ଏହି ସଫଳତା ପରେ ସେ ବହୁତ ଖୁସି ଅଛନ୍ତି। ଶୁକ୍ରବାର ରେଜଲ୍ଟ ଆସିବାପରେ ସେ ପୁରା ଗାଁ ରେ ମିଠା ବାଣ୍ଟି ନିଜ ଖୁସି ଯତେଇଥିଲେ।

ଆକାଂକ୍ଷା କହୁଥିଲେ କି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସେ ସିଭିଲ ସର୍ଭିସରେ ଯିବାକୁ ଚାହୁଁଥିଲେ ହେଲେ ଦିଲ୍ଲୀ ସ୍ଥିତ ଏମ୍ସ ତାଙ୍କ ପାଇଁ ଏକ ପ୍ରେରଣା ଅଟେ। ନବମରୁ ସେ ତାଙ୍କର ସ୍ବପ ଭାବି ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ। ୧୦ମ ପର୍ଯ୍ୟନ୍ତ କୁସିନଗରରେ ପଢିଥିବା ଆକାଂକ୍ଷା କହିଲେ କି ଏହି ସଫଳତାର ଶ୍ରେୟ ଈଶ୍ୱର,ତାଙ୍କ ମାତା ପିତା ଓ କୋଚିଂ ଇନଷ୍ଟିଚ୍ୟୁଟକୁ ଦେବାକୁ ଚାହୁଁଛନ୍ତି। ସେ ୧୧ ଓ ୧୨ ଦିଲ୍ଲୀର ପ୍ରଗତି ପବ୍ଲିକ ସ୍କୁଲ୍ ରେ ପଢ଼ିଛନ୍ତି। ଆକାଂକ୍ଷାକୁ ପଢିବା ଓ ଗୀତ ଶୁଣିବା ପସନ୍ଦ ଅଟେ।

ବୟସ କମ ଏଥିପାଇଁ ମତେ ଦ୍ୱିତୀୟ ସ୍ଥାନ ମିଳିଲା:

ଆକାଂକ୍ଷା ଦ୍ଵିତୀୟ ସ୍ଥାନରେ ଅଛନ୍ତି।ସେ ଟପର ସୋଏବଙ୍କ ବିଷୟରେ କହିଛନ୍ତି କି ମୋର ବୟସ ୧୭ ବର୍ଷ ହେଲେ ତାଙ୍କର ବୟସ ୧୮ ପାଖାପାଖି। ଏଥିପାଇଁ ତାଙ୍କୁ ପ୍ରଥମ ସ୍ଥାନ ମିଳିଲା। ସେ କହିଲେ କି ସେ କେବେ ଭାବି ନଥିଲେ କି ପ୍ରଥମ ଶ୍ରେଣୀରେ ଆସିବେ। ହଁ ସେ ବହୁତ କଷ୍ଟ କରିଥିଲେ ଓ ଟପ ୪୦ ରେ ଆସିବାକୁ ଚାହିଁଥିଲେ।

NEET Result 2020: Here is why Aftab got 1st rank while Akansha got 2nd
Google

ନିଟ ପାଇଁ ପ୍ରସ୍ତୁତ କରୁଥିବା ବିଦ୍ୟାର୍ଥୀ ସବୁବେଳେ ନିଜ ଲକ୍ଷ୍ୟ ଉଚ୍ଚା ରଖିବା ଦରକାର। ତାଙ୍କ ପାଇଁ ଆକାଂକ୍ଷା କହିଛନ୍ତି କି ଅସଫଳତାକୁ ଚିନ୍ତା ନ କରି ଲକ୍ଷ୍ୟ ଉଞ୍ଚା ରଖିବା ଦରକାର ଓ ସେହିପରି ପ୍ରସ୍ତୁତି କରିବା ଦରକାର। ଖାଲି ସ୍ୱପ୍ନ ଦେଖିଲେ ହବନି ତାକୁ ପୁରା କରିବା ପାଇଁ କଷ୍ଟ ମଧ୍ୟ କରିବାକୁ ପଡିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *