ସୋଏବ ନିଜ ଲକ୍ଷ ପ୍ରତି କେତେ କର୍ତ୍ତବ୍ୟଶୀଳ ତାହା ଏହି କଥାରୁ ଜଣାପଡୁଛି କି ଘରୁ କୋଟାକୁ ଆସିବା ପରେ ସେ ଥରେ ବି ଅଢେଇ ବର୍ଷ ହେବ ଘରକୁ ଯାଇନାହାଁନ୍ତି।

ନେସନାଲ ଟେଷ୍ଟିଙ୍ଗ ଏଜେନ୍ସି ନିଟ (ନେସନାଲ ଏଲିଜିବିଲିଟି କମ ଏଣ୍ଟ୍ରାନ୍ସ ଟେଷ୍ଟ ) ରେ ଟପ କରି ପଡ଼ିଶାର ସୋଏବ ଆଫତାବ ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି। ଏହା ପୂର୍ବରୁ ଓଡିଶାରୁ କୌଣସି ନିଟ ଟପର ନଥିଲେ। ସୋଏବ ୭୨୦ ରୁ ୭୨୦ ମାର୍କ ହାସଲ କରିଛନ୍ତି। ସୋଏବଙ୍କର ଏହି ସଫଳତା ପରେ ତାଙ୍କ ପରିବାର ଗର୍ବ ଅନୁଭଵ କରୁଛନ୍ତି। ସୋଏବ ନିଜ ପରିବାରରେ ପ୍ରଥମ ଯିଏକି ମେଡ଼ିକାଲ ପଢି ଡାକ୍ତର ହେବାକୁ ଯାଉଛନ୍ତି।
ସୋଏବ ଆଫତାଵଙ୍କ ବାପା ସେଖ ମହମ୍ମଦ ଅବାସ ଜଣେ ବ୍ୟବସାୟୀ ଓ ମା ସୁଲତାନା ରିଯୟା ଜଣେ ଗୃହିଣୀ ଅଟନ୍ତି।ନିଜ ସଫଳତାର ଶ୍ରେୟ ସୋଏବ ନିଜ ବାପା ମାଆଙ୍କୁ ଦେଇଛନ୍ତି। ସୋଏବ କହିଛନ୍ତି ତାଙ୍କ ମା ତାଙ୍କୁ ସଫଳ କରିବାରେ ଖାସ ଭୂମିକା ଗ୍ରହଣ କରିଛନ୍ତି। ତାଙ୍କ ମାଆ ତାଙ୍କୁ ଡାକ୍ତର କରିବା ପାଇଁ ନିଜ ସହର ଛାଡି ଅନ୍ୟ ସହରକୁ ଆସିଥିଲେ ଓ ବାପା ତାଙ୍କ ମେଡ଼ିକାଲ ପ୍ରସ୍ତୁତି ପାଇଁ ମୋଟୀଭେଟ କରିଥିଲେ।
ନିଟ ୨୦୨୦ ର ଟପର ସୋଏବ ଆଫତାବ ମିଡିଆ ସହିତ କଥାବାର୍ତ୍ତା ସମୟରେ କହିଛନ୍ତି “ଏହା ପୂର୍ବରୁ ଆମ ପରିବାର କେହି ଡାକ୍ତର ନଥିଲେ ଏଥିପାଇଁ ମୁଁ ଟପ କରିବି ବୋଲି ଆଶାକରିନଥିଲି। ମତେ ଆସାଥିଲା କି ମୁଁ ଟପ ୧୦୦ ବା ୫୦ ଭିତରେ ଆସିଯିବି କିନ୍ତୁ ୭୨୦ ରୁ ୭୨୦ କରିବି ବୋଲି ଆସାନଥିଲା। ପରୀକ୍ଷା ସ୍ଥଗିତ ହୋଇଥିବା ସମୟରେ ବହୁତ ପ୍ରେସର ଥିଲା”।

ଲକଡାଉନରେ ବି ଯାଇନଥିଲେ ଘରକୁ:-
ସୋଏବ ନିଜ ଲକ୍ଷ ପ୍ରତି କେତେ କର୍ତ୍ତବ୍ୟଶୀଳ ତାହା ଏହି କଥାରୁ ଜଣାପଡୁଛି କି ଘରୁ କୋଟାକୁ ଆସିବା ପରେ ସେ ଥରେ ବି ଅଢେଇ ବର୍ଷ ହେବ ଘରକୁ ଯାଇନାହାଁନ୍ତି। ଏପରିକି ଲକଡାଉନରେ ମଧ୍ୟ ଘରକୁ ଯାଇନାହାଁନ୍ତି। ସୋଏବ କହିଛନ୍ତି “ଅନେକ ଥର ଯେବେ ବାପା ଦେଖାକରିବାକୁ ଆସିଥାନ୍ତି କହିଥାନ୍ତି କିଛି ଦିନ ପାଇଁ ଘରକୁ ଚାଲ କିନ୍ତୁ ମୁଁ ଯାଇନଥିଲି।ଦୀପାବଳି ଓ ଇଦରେ ଛୁଟି ହୋଇଥିଲେ ମଧ୍ୟ ମୁଁ ଘରକୁ ନଯାଇ କୋଟାରେ ରହି ପଢୁଥିଲି ଓ ପଢ଼ାରେ ବ୍ୟବଧାନ ଆସିବାକୁ ଦେଇନଥିଲି। କରୋନା ସମୟରେ ମଧ୍ୟ ମୁଁ କୋଟାରେ ଥିଲି। ଲକଡାଉନ ସମୟରେ ଯେବେ ସମସ୍ତେ ଘରକୁ ଚାଲିଗଲେ କିନ୍ତୁ ମୁଁ ଯାଇନଥିଲି। ଏହା ଦ୍ଵାରା ଭଲ ହୋଇଗଲା ମୁଁ ସବୁ ବିଷୟ ରିଭିଜନ କରିଦେଲି”।
ସେ ବର୍ଷ ୨୦୧୮ ରେ କୋଟା ଆସି ଏକ କୋଚିଙ୍ଗ ସଂସ୍ଥାନରେ ଆଡ଼ମିଶନ ନେଇଥିଲେ। ଯେଉଁଠି ତାଙ୍କୁ ଭଲ କମ୍ପିଟେସନ ମିଳିଥିଲା ଓ ସେ ନିଜର ସବୁଠୁ ଭଲ ଦେବାକୁ ଚେଷ୍ଟା କରିଥିଲେ। ସେ କୋଟାରେ ନିଜ ମା ଓ ଛୋଟ ଭଉଣୀଙ୍କ ସହିତ ପିଜିରେ ରହୁଥିଲେ। ସେ ଏହି ବର୍ଷ ଦ୍ଵାଦଶ ପରୀକ୍ଷାରେ ସେ ୯୫.୮% ମାର୍କ ରଖିଥିଲେ। କେବିପିବାଇରେ ଅଲ ଇଣ୍ଡିଆରେ ୩୭ ତମ ସ୍ଥାନ ତାଙ୍କର ଓ ମାଟ୍ରିକରେ ସେ ୯୬ .୮% ମାର୍କ ରଖିଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।