ରାଜ୍ୟରେ ଆଉ ୧୦୨ ଜଣ କରୋନା ପଜିଟିଭ ଚିହ୍ନଟ । କରୋନା ପୁଣି ମାରିଲା ସେଞ୍ଚୁରୀ ।
ରାଜ୍ୟରେ ଆଉ ଜଣେ କରୋନା ପଜିଟିଭଙ୍କର ମୃତ୍ୟୁ ହୋଇଛି । ମୃତକ କଟକ ଜିଲ୍ଲାର ୭୫ ବର୍ଷୀୟ ବୃଦ୍ଧ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦେଇଛନ୍ତି । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫ କୁ ପହଁଚିଲା ।
ଆଜି ନୂଆ ୧୦୨ ଜଣ ଆକ୍ରନ୍ତଙ୍କ ମଧ୍ୟ୍ୟ ରୁ ଯାଜପୁର ଜିଲ୍ଲାରୁ ୩୧ ଜଣ ଜଗତସିଂହପୁର ଜିଲ୍ଲାରୁ ୨୩ ଜଣ, ଭଦ୍ରକ ଜିଲ୍ଲାରୁ ୨୧ ଜଣ କରୋନା ପଜିଟିଭ ପଜିଟିଭ ଚିହ୍ନଟ । କେନ୍ଦ୍ରାପଡା ଜିଲ୍ଲାରୁ ୮ ଜଣ, କଟକ ଜିଲ୍ଲାରୁ ୪ ଜଣ, ପୁରୀ ଜିଲ୍ଲାରୁ ୪ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୪ ଜଣ କରୋନା ପଜିଟିଭ ଚିହ୍ନଟ ବୋଲି ଜଣା ପଡିଛି । ଅନୁଗୁଳୁ ଓ ବାଲେଶ୍ୱର ଜିଲ୍ଲାରୁ ୨ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ବୋଲି ଜଣା ପଡିଛି । ସମ୍ବଲପୁର ଜିଲ୍ଲାରୁ ୨ ଜଣ ଓ ନୟାଗଡ ଜିଲ୍ଲାରୁ ଜଣେ କରୋନା ପଜିଟିଭ ଚିହ୍ନଟ ବୋଲି ଜଣା ପଡିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦେଇଛନ୍ତି ।
ନୂଆ ୧୦୨ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୭୮ ରେ ପହଁଚିଲା ।
୧୦୨ କରୋନା ଆକ୍ରାନ୍ତଙ୍କ ମଧ୍ୟ୍ୟରୁ ୯୭ କ୍ଵାରେଣ୍ଟାଇନ୍ରେ ଅଛନ୍ତି ବୋଲି ଜଣା ପଡିଛି । ଆଉ ୫ ଜଣ କରୋନା ପଜିଟିଭଙ୍କର ସୂଚନା ଜଣା ନାହିଁ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ।
ରାଜ୍ୟରେ ପୁଣି ଆଜି ୨ୟ ଥର ପାଇଁ ଆଜି ସେଞ୍ଚୁରୀ ମାରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦ୍ରୁତଗତିରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ସବୁଠାରୁ ଅଧିକ କରୋନା ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାରୁ । ଗଞ୍ଜାମ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ୩୦୭ ରେ ପହଞ୍ଚିସାରିଛି ।

ଯାଜପୁର ଜିଲ୍ଲାରେ ଆଜି ପୁଣି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତ କୁ ମିଶାଇ ଯାଜପୁର ଜିଲ୍ଲାରେ ୧୬୮ କୁ ପହଁଚିଛି କରୋନା ପଜିଟିଭ ସଂଖ୍ୟା । ଖୋର୍ଦ୍ଧା ଜିଲ୍ଲାରେ ୬୪ ରେ ପହଞ୍ଚିସାରିଛି କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା । କେନ୍ଦ୍ରାପଡାରେ ଜିଲ୍ଲାରେ ଆଉ ୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ବୃଦ୍ଧି ହୋଇ ୩୮ ରେ ପହଞ୍ଚିଛି କରୋନା ଆକ୍ରାନ୍ତ ସଂଖ୍ୟା ।
ପୁରୀ ଜିଲ୍ଲାରେ ୩୩ କୁ ପହଁଚିଲା ଆକ୍ରାନ୍ତଙ୍କ ସଂଖ୍ୟା । କଟକ ରୁ ପୁଣି ଚିହ୍ନଟ କରୋନା ଆକ୍ରାନ୍ତ, ଏବେ କଟକ ରେ ୨୭ କୁ ବୃଦ୍ଧି ।
ଭଦ୍ରକ ଜିଲ୍ଲାରୁ ୨୧ ଜଣ କରୋନା ପଜିଟିଭ ପଜିଟିଭ ଚିହ୍ନଟ । ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୫ ରେ ପହଁଚିଲା । ଜଗତସିଂହପୁର ଜିଲ୍ଲାରୁ ୨୩ ଜଣ ହୋଇ ବୃଦ୍ଧି ହୋଇ ୨୮ ରେ ପହଞ୍ଚିଛି କରୋନା ଆକ୍ରାନ୍ତ ସଂଖ୍ୟା ।
ଅନୁଗୁରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭ ରେ ପହଁଚିଲା । ବାଲେଶ୍ୱର ଜିଲ୍ଲାରୁ ଆଜି ଆଉ ୨ ଜଣ କରୋନା ପଜିଟିଭ ଚିହ୍ନଟ ବୋଲି ଜଣା ପଡିଛି । ଏବେ ବାଲେଶ୍ୱର ଜିଲ୍ଲାରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୧ ରେ ପହଁଚିଲା । ସମ୍ବଲପୁର ଜିଲ୍ଲାରୁ ୨ ଜଣ ହୋଇ ବୃଦ୍ଧି ହୋଇ ୩ ରେ ପହଞ୍ଚିଛି କରୋନା ଆକ୍ରାନ୍ତ ସଂଖ୍ୟା । ନୟାଗଡ ଜିଲ୍ଲାରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ରେ ପହଁଚିଲା । ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
ଓଡିଶାର କରୋନା ଖବର:
ତେବେ ଏବେ ଲକ୍ଡାଉନ୍ ୪.୦ ରେ ନୂଆ ଗାଇଡ଼ଲାଇନ ଲାଗୁ ହୋଇଥିବା ବେଳେ କିଛି ମାତ୍ରରେ କୋହଳ ହେଇଛି ରାଜ୍ୟରେ । ଯେତେ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି ସମସ୍ତେ କ୍ଵାରେଣ୍ଟାଇନ୍ ଥିବା ଲୋକ ବୋଲି ଜଣା ପଡିଛି । ଏବେ ଲକ୍ଡାଉନ୍ ୪.୦ ରେ ନୂଆ ଗାଇଡ଼ଲାଇନରେ କେମିତି ହବ କରୋନା ପ୍ରଭାବ ତାକୁ ନେଇ ଚିନ୍ତା ବଢିଛି । ବାହାର ରାଜ୍ୟ ରୁ ଆସୁଥିବା ପ୍ରବାସୀ ଓଡ଼ିଆ ମାନଙ୍କ ଠାରୁ ଏବେ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି । ରାଜ୍ୟରେ ଲୋକାଲ ଲୋକଙ୍କ ଠୁ ବେଶୀ ଆକ୍ରାନ୍ତ ଚିହ୍ନଟ ହୋଇନାହିଁ ।
ବର୍ତମାନ ରାଜ୍ୟ ଷ୍ଟେଜ ୨ ଏବଂ ଷ୍ଟେଜ ୩ ମଝିରେ ଅଛି । ରାଜ୍ୟ କିଛି ଟା ନିୟନ୍ତ୍ରଣ ଅଛି ବୋଲି କୁହ ଯାଉଛି । ଅଲଗା ରାଜ୍ୟ ଅପେକ୍ଷା ଓଡିଶାର ସ୍ଥିତି କିଛି ମାତ୍ର ଭଲ ଅଛି । ଏବେ ଓଡିଶା ଷ୍ଟେଜ ୩ ର ପାଦଦେଶରେ ପହଞ୍ଚି ସାରିଛି ।
କରୋନା ଆତଙ୍କ ଗଂଜାମ ଜିଲ୍ଲା ସମତେ ଅଲଗା ଜିଲ୍ଲାକୁ ମଧ୍ୟ୍ୟ ମାଡିଚାଲିଛି । ରାଜ୍ୟରେ ସବୁଠୁ ଅଧିକ ଗଂଜାମ ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ । ଆହୁରି ବହୁତ ପ୍ରବାସୀ ଓଡ଼ିଆ ଓଡିଶା ଆସୁଥିବା ବେଳେ ଆଗକୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ବୋଲି ପ୍ରଶ୍ନ ଉଠିଛି ।
ରାଜ୍ୟରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୯୭୮ ରେ ପହଁଚିଛି । ୬୯୬ ଜଣ ଚିକିତ୍ସାଧୀନରେ ଅଛନ୍ତି ଏବଂ ୨୭୭ ଜଣ ଭଲ ହୋଇ ଘରକୁ ଫେରିଛନ୍ତି ଆଉ ୫ ଜଣଙ୍କର ମୃତ୍ୟୁ ହୋଇଛି ।
ଦେଶର କରୋନା ଖବର:
ଆଜି ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ଲକ୍ଷେ କୁ ଟପିଲା । ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୧,୦୧,୨୮୩ ରେ ପହଁଚିଛି । ୫୮,୮୮୬ ଜଣ ଚିକିତ୍ସାଧୀନରେ ଅଛନ୍ତି ଏବଂ ୩୯,୨୩୪ ଜଣ ଭଲ ହୋଇ ଘରକୁ ଫେରିଥିବା ବେଳେ ୩,୧୫୭ ଜଣଙ୍କର ମୃତ୍ୟୁ ହୋଇଛି । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।