ରାଜ୍ୟରେ ଆଉ ୧୧ ଜଣ କରୋନା ପଜିଟିଭ ଚିହ୍ନଟ ।
ନୂଆ ୧୧ ଜଣ କରୋନା ଆକ୍ରାନ୍ତ କଳାହାଣ୍ଡି ଜିଲ୍ଲାର ବୋଲି ସୂଚନା ଦେଇଛନ୍ତି କଳାହାଣ୍ଡି ଜିଲ୍ଲାପାଳ ଗାଭାଲି ପରାଗ ହର୍ଷଦ । ୧୧ ଆକ୍ରାନ୍ତଙ୍କ ମଧ୍ୟ୍ୟରୁ ୧୦ ଜଣ ବାହାର ରାଜ୍ୟ ଫେରନ୍ତା । ୧୦ ଜଣ ମହାରାଷ୍ଟ୍ର, ଗୁଜୁରାଟ ଓ ଛତିଶଗଡ଼ରୁ ଫେରିଛନ୍ତି ବୋଲି ସୂଚନା ଦେଇଛନ୍ତି । ସମସ୍ତ ୧୦ ଜଣ କ୍ଵାରେଣ୍ଟାଇନ୍ ରେ ଥିଲେ ବୋଲି କହିଲେ ଜିଲ୍ଲାପାଳ ।
ଅନ୍ୟ ଆକ୍ରାନ୍ତ ଜଣଙ୍କ କ୍ଵାରେଣ୍ଟାଇନ୍ କେନ୍ଦ୍ରର ଜଣେ ସୁପରଭାଇଜର ବୋଲି ସୂଚନା ଦେଇଛନ୍ତି । ତେବେ କଳାହାଣ୍ଡି ଜିଲ୍ଲାରେ ଏବେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩ କୁ ବୃଦ୍ଧି ହୋଇଛି ।
ଆଜି ପୁଣି ନୂଆ ୧୧ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୬୩ ରେ ପହଁଚିଲା ।

ରାଜ୍ୟରେ ଆଉ ୩୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ୨୩, ଯାଜପୁରରୁ ୫, ମୟୁରଭଞ୍ଜରୁ ୩, ପୁରୀରୁ ୨, ଭଦ୍ରକରୁ ୨, ରାଉଲକେଲାର ଜଣେ ବୋଲି ସୂଚନା ମିଳିଛି ।
ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।